ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶାଲିମର ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ; ବନବିଭାଗ ଏବଂ ରେଳ ବିଭାଗ ଦାୟୀର ଦାୟିତ୍ବ ହୀନତାକୁ ନେଇ ଅଂଚଳବାସୀଙ୍କ ଅଭିଯୋଗ

ଶାଲିମର ଟ୍ରେନ ଧକ୍କାରେ ଦନ୍ତାହାତୀର ମୃତ୍ୟୁ;

ବନବିଭାଗ ଏବଂ ରେଳ ବିଭାଗ ଦାୟୀର ଦାୟିତ୍ବ ହୀନତାକୁ ନେଇ ଅଂଚଳବାସୀଙ୍କ ଅଭିଯୋଗ 

 ମୟୂରଭଂଜ – ତା ୦୨।୧୧ -ଶନିବାର ରାତିରେ ଶାଲିମର-ଭଞ୍ଜପୁର ଟ୍ରେନ ଭଞ୍ଜପୁର ଅଭିମୁଖେ ଯାଉଥିବା ସମୟରେ ବେତନଟୀ ଠାରୁ ୪ କିମି ଦୂର ଆଗ୍ରିଆ ରେଳ କ୍ରସିଂ ନିକଟରେ ଏକ ଦନ୍ତାହାତୀକୁ ଧକ୍କା ଦେବା ଫଳରେ ହାତୀର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ଦୁର୍ଘଟଣା ଘଟିବା ପରେ ଶାଲିମର ଟ୍ରେନ କିଛି ସମୟ ଅଟକିବା ପରେ ପୁଣି ଭଞ୍ଜପୁର ଅଭିମୁଖେ ଯାଇଥିଲା। ସ୍ଥାନୀୟ ଗ୍ରାମବାସୀ ଘଟଣାସ୍ଥଳକୁ ଆସି ପରେ ସାମ୍ବାଦିକଙ୍କ ମାଧ୍ୟମରେ ବେତନଟୀ ରେଞ୍ଜରଙ୍କୁ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ବେତନଟୀ ବନାଞ୍ଚଳରେ ହାତୀ ମାନେ ବିଭିନ୍ନ ସମୟରେ ଜନବସତି, ରାଜପଥ, ସଡକପଥ ଓ ରେଳପଥ ଉପରେ ଯାତାୟତ କରୁଥିଵା ବେଳେ ବନବିଭାଗ ପକ୍ଷରୁ ହାତୀର ଗତିବିଧି ଉପରେ ଠିକ ଭାବେ ଦୃଷ୍ଟି ଦେଉନଥିବା ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି।

 ବେତନଟୀ ରେଞ୍ଜ ଇଲାକାରେ ୩୦ ରୁ ଉର୍ଦ୍ଧ୍ୱ ହାତୀ ବିଭିନ୍ନ ସଂରକ୍ଷିତ ଜଙ୍ଗଲରେ ବିଚରଣ କରୁଥିବା ବେଳେ ମୁଖ୍ୟଦଳରୁ ଅଲଗା ହୋଇ ଏକ ବିଶାଳ ଦନ୍ତାହାତୀ ଶନିବାର ସର୍ବଣା, ବିଶ୍ରାମପୁର ଇଲାକାରେ ବିଚରଣ କରୁଥିଲା l ସାଢେ ଏଗାରଟା ସମୟରେ ପଶ୍ଚିମବଙ୍ଗ ସାଲିମରରୁ ବାରିପଦା ଅଭିମୁଖେ ଯାଉଥିବା ଦ୍ରୁତଗାମୀ ସାଲିମର ଏକ୍ସପ୍ରେସ ଆଗ୍ରିଆ ରେଳ ଫାଟକ ଠାରେ ରେଳଧାରଣା ଅତିକ୍ରମ କରୁଥିବା ବିଶାଳ ଦନ୍ତାହାତୀକୁ ଧକ୍କା ଦେଇଥିଲା l ଦୁର୍ଘଟଣାରେ ଗୋଠଛଡା ବିଶାଳ ଦନ୍ତାହାତୀର ମୃତ୍ୟୁ ଘଟିଥିବା ବେଳେ ବନବିଭାଗ ଏବଂ ରେଳ ବିଭାଗ ମଧ୍ୟରେ ସମନ୍ୱୟର ଅଭାବରୁ ଏହି ଦୁର୍ଘଟଣା ଘଟିଥିବା ନେଇ ଅଭିଯୋଗ କରିବା ସହିତ ଉଭୟ ବିଭାଗର ଦାୟିତ୍ବହୀନତା ପାଇଁ ଗୋଟେ ଅସହାୟ ନିରୀହ ଜଙ୍ଗଲୀ ଜୀବର ଅକାଳ ମୃତ୍ୟୁ ହୋଇଥିବାରୁ ଘଟଣାସ୍ଥଳରେ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ଦେଖଣାହାରୀଙ୍କ ମଧ୍ୟରେ ତୀବ୍ରଉତ୍ତେଜନା ପ୍ରକାଶ ପାଇଥିଲା l ଖବରପାଇ ବାରିପଦା ବନଖଣ୍ଡର ଏସିଏଫ ଶେଖ ମେହେରବାନ ଅଲ୍ଲୀ, ଡେପୁଟି ରେଞ୍ଜର ଧୃବେନ୍ଦ୍ର ନାଥ ନାୟକ ପ୍ରମୁଖ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି l ଅନ୍ୟପଟେ ହାତୀର ଗତିବିଧି ଉପରେ ତୀକ୍ଷଣ ନଜର ରଖୁଥିବା ନେଇ ବିଭିନ୍ନ ସମୟରେ ଦୃଢ଼କ୍ତି ଦେଖାଇ ବାହାସ୍ଫଟ କରୁଥିବା ବନବିଭାଗ ଘଟି ଯାଇଥିବା ଦନ୍ତାହାତୀ ମୃତ୍ୟୁକୁ ନେଇ ଏବେ କଣ ସଫେଇ ଦେଇ ଆତ୍ମରକ୍ଷା କୌଶଳ ଆପଣାଇବ ତାଉପରେ ସବୁ ମହଲର ନଜର। ତେବେ ବେତନଟୀ ରେଞ୍ଜ ଅଧୀନରେ ବିଭିନ୍ନ ସମୟରେ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିବା ବେଳେ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ନିଜ ବିଭାଗୀୟ ସହକର୍ମୀଙ୍କ ଚାକିରୀ ସୁରକ୍ଷିତ ରଖିବା ପାଇଁ ଘଟଣାର ମୋଡ ବଦଳାଇଛନ୍ତି ବୋଲି ଆଲୋଚନା ଏବେ ଯୋର ଧରିଥିବା ଲକ୍ଷ୍ୟ କରାଯାଉଛି। ଉଲ୍ଲେଖଯୋଗ୍ୟ ଭୁଲ କରି ଯଦି ସାଧାରଣ ଲୋକ ଦଣ୍ଡ ପାଉଛନ୍ତି ,ତେବେ ସରକାରୀ କର୍ମଚାରୀଙ୍କୁ ସୁରକ୍ଷା ଦେବା ପଛରେ ବିଭାଗୀୟ ଅଧିକାରୀଙ୍କ କୋଉ ମହତ ଉଦ୍ଦେଶ୍ୟ ରହିଛି ବୋଲି ପ୍ରଶ୍ନ ଉଠାଇଛନ୍ତି ଅଞ୍ଚଳବାସୀ। ସେହିପରି ଏଠାରେ କାର୍ଯ୍ୟରତ ରେଳ ବିଭାଗର ସିଗନାଲ ଗାର୍ଡ ଆବଶ୍ୟକ ଜରୁରୀକାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଥିଲେ, ହୁଏତ ଦନ୍ତାହାତୀର ଜୀବନ ବଞ୍ଚି ଯାଇ ପାରନ୍ତା ବୋଲି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଆଲୋଚନା ହେଉଛି। ମାତ୍ର ସଂପୃକ୍ତ ରେଳ କର୍ମଚାରୀ ସେଥିପ୍ରତି ଗୁରୁତ୍ୱ ଦେଇନଥିବା ଅଭିଯୋଗକୁନେଇ ଲୋକଙ୍କ ମଧ୍ୟରେ ଚାପା ଉତ୍ତେଜନା ରହିଥିବା ଅନୁଭବ ହେଉଛି। ତେବେ ଏଠାରେ ସବୁଠାରୁ ବଡ କଥା ହେଉଛି ଏହି ଜିଲ୍ଲାର ବିଧାୟକ ବର୍ତ୍ତମାନ ବନବିଭାଗ ମନ୍ତ୍ରୀ ଏବଂ ତାଙ୍କ ଜିଲ୍ଲାରେ ଘଟିଛି ଏହି ଅଭାବନୀୟ ଦୁଃଖଦ ଘଟଣା। ଯୋଉ ଘଟଣା ପାଇଁ ଗୋଟେ ଅସହାୟ ନିରୀହ ହାତୀର ଅକାଳ ମୃତ୍ୟୁ ହୋଇଛି। ସେହିପରି ମୃତ ଦନ୍ତାହାତୀର ଶୁଣ୍ଡରେ ସ୍ଥାନୀୟ ଲୋକମାନେ ସିନ୍ଦୂର ଲଗାଇ ଫୁଲ ସହ ଝୁଣା,ଧୂପ ଦେଇ ପ୍ରଣାମ କରି ଅନ୍ତିମ ବିଦାୟ ଜଣାଉଥିବା ଦେଖିବାକୁ ମିଳିଛି । ଆଉ ମନ୍ତ୍ରୀଙ୍କ ଜିଲ୍ଲାର ଏହି ଘଟଣା ହୋଇଥିବା ବେଳେ ଦାୟୀଙ୍କ ବିରୋଧରେ ଆଗକୁ କି କାର୍ଯ୍ୟାନୁଷ୍ଠାନ ହେଉଛି ଦେଖିବାକୁ ବାକି ରହିଲା।

ମୟୂରଭଂଜ ରୁ ଅକ୍ଷୟ ଵିଶ୍ବାଳ ମସିହା ନିଉଜ

Related posts

କୂଅରୁ ନାବାଳକ ର ମୃତ ଦେହ ଉଦ୍ଧାର 

masiha

ଦୁବୁଲାବେଡା ଠାରେ ୫୨ତମ କୃଷି ଭିତ୍ତିକ ଟୁସୁ ମେଳା ଧୁମଧାମ ରେ ପାଳିତ

masiha

ଢୁଷଗୁଡ଼ା ରେତ୍ ଡ୍ୟାମରେ ବୁଡ଼ି କଲେଜ ଛାତ୍ର ନିଖୋଜ ଘଟଣା , ଆଠଘଣ୍ଟା ବିତିଲା, ପତ୍ତା ମିଳିଲାନି : ରାତିହେବାରୁ ଅଧାରେ ଅଟକିଲା ଉଦ୍ଧାର କାର୍ଯ୍ୟ

Sunil Chandra Nayak

Leave a Comment

error: Content is protected !!