ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ ବ୍ୟଙ୍ଗ କବିତା ନାଆଁଟି ମୋର ମାଛି

ନାଆଁଟି ମୋର ମାଛି

(ବ୍ୟଙ୍ଗ)

ଉପେନ୍ଦ୍ର କୁମାର ବସ୍ତିଆ

 

ନାଆଁଟି ମୋର ମାଛି 

ବାପାମାଆ ଦେଲେ ବାଛି 

ଦୁନିଆରେ ନାଆଁ ନ ଥିଲା ପରିକା 

ରଖୁଥିଲେ ଗଛି ଗଚ୍ଛି 

ନାଆଁଟି ମୋର ମାଛି ।

ଯେତେବେଳେ ବଡ ହେଲି 

ପାଠ ପଢ଼ିବାକୁ ଗଲି 

ଦୁଷ୍ଟାମୀ ପଣ ଦେଖାଉ ଦେଖାଉ 

ଗୁରୁଜୀ ଦେଲେ ଛେଚି 

ନାଆଁଟି ମୋର ମାଛି ।

ସାଙ୍ଗସାଥୀ ମେଳ ହେଲୁ 

ବଣ ଭୋଜି ଦିନେ କଲୁ 

ଯାଉଯାଉ ବାଟେ ଖସିଗଲା ଗୋଡ 

ପଡ଼ିଗଲି ତଳେ କଚି 

ନାଆଁଟି ମୋର ମାଛି ।

ଦୁଃଖରେ ଥାଏ ମୁଁ ବସି 

ପିଲାଏ ଉଠିଲେ ହସି 

ଗୁରୁଜୀ ଆସିଲେ କାନକୁ ଧଇଲେ 

ଠୋ ଠୋ ଦେଲେ କଷି 

ନାଆଁଟି ମୋର ମାଛି ।

ମାଂସ ପଲାଉ ହୋଇଥିଲା 

ତା ସହିତ କ୍ଷୀରି ଖଟା ଥିଲା 

ପରଶିଲା ବେଳେ ପିଅନ ବୁଢାଟା 

ହାଡ଼ କଣ୍ଟା ଦେଲା ବାଛି 

ନାଆଁଟି ମୋର ମାଛି ।

ମନ ଦୁଃଖେ ମନେ ଥାଏ 

କାହାକୁ କହୁ ନ ଥାଏ 

ଖୁସିରେ ପିଲାଏ ଘରକୁ ଫେରନ୍ତି 

ମୁଁ ଆସେ ଲୁହ ପୋଛି ପୋଛି

ନାଆଁଟି ମୋର ମାଛି ।

ବାପା ପଚାରିଲେ କିସ୍ ହେଲା 

ରାଗରେ କହିଲି ଚୋପା ହେଲା 

ହଇରେ ପୁଅ ରାଗୁଛୁ କାହିଁ 

କଣ ହେଲା କହୁନୁ କିଛି 

ନାଆଁଟି ମୋର ମାଛି ।

ରାମ ଦାମ ଶ୍ୟାମ କି ସନାତନ

ଏଥିରୁ ନ ଥିଲା ଗୋଟିଏ ନାମ 

ମାଛି ନାଆଁ ଦେଲ ବାଛି 

ଯିଏ ଶୁଣେ ସିଏ ହସରେ ଉଡ଼ାନ୍ତି 

କହି ନ ପାରେମୁଁ କିଛି 

ଏଇ ନାଆଁ ଦେଲ ଛି ଛି 

ନାଆଁଟି ମୋର ମାଛି ।

ରାଉରକେଲା

 

Related posts

ରାଇଘରବ୍ଲକ ରେ ଦୁଇଗୋଟି +୨  ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ ୨୭ ଛାତ୍ରୀ ଛାତ୍ର ପ୍ରଥମ ଶ୍ରେଣୀ ରେ ପାସ       

Sunil Chandra Nayak

ଗୋଲାମୁଣ୍ଡା ବ୍ଲକ ରେ ବିଜୁ ଜନତା ଦଳର ସାଙ୍ଗଠନିକ ବୈଠକ 

Sunil Chandra Nayak

ସାହିତ୍ୟ ଅଗଣା

Sunil Chandra Nayak

Leave a Comment

error: Content is protected !!