ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୩୫ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ      ପ୍ରାର୍ଥନା, ପ୍ରଚେଷ୍ଟା, ପ୍ରତୀକ୍ଷା, ପ୍ରେରଣା କୁ ଗୁରୁତ୍ୱାରୋପ

୩୫ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସ     

ପ୍ରାର୍ଥନା, ପ୍ରଚେଷ୍ଟା, ପ୍ରତୀକ୍ଷା, ପ୍ରେରଣା କୁ ଗୁରୁତ୍ୱାରୋପ 

ରାଉରକେଲା: ସେକ୍ଟର ୨ ଉତ୍କଳ ସାଂସ୍କୃତିକ ପରିଷଦର ୩୫ ତମ ବୋଇତ ବନ୍ଦାଣ ଉତ୍ସବର ପ୍ରଥମ ଦିବସରେ ଉଦଘାଟକ ଭାବେ ବିଶିଷ୍ଟ ଶିଳ୍ପପତି ଇଂ ଦିପ୍ତୀରଞ୍ଜନ ପଟ୍ଟନାୟକ, ସ୍ବତନ୍ତ୍ର ନିମନ୍ତ୍ରିତ ଅତିଥି ଭାବେ ପ୍ରାକ୍ତନ ମନ୍ତ୍ରୀ ସୁର ରାଉତରାୟ ଓ ମୁଖ୍ୟ ଅତିଥି ଭାବେ ସୁନ୍ଦରଗଡ ଜିଲ୍ଲାପାଳ ଡ ଶୁଭଙ୍କର ମହାପାତ୍ର ଯୋଗଦେଇ ସେମାନଙ୍କ ବକ୍ତବ୍ୟରେ କାର୍ତ୍ତିକ ପୂର୍ଣ୍ଣିମାର ଐତିହ୍ୟ ସମ୍ପର୍କରେ ଆଲୋଚନା କରିବା ସହ ଅନୁଷ୍ଠାନର ୩୫ ବର୍ଷର ଏଭଳି କାର୍ଯ୍ୟକ୍ରମ ଅନ୍ୟ ମାନଙ୍କ ପାଇଁ ପ୍ରେରଣା ଓ ଉଦାହରଣ ବୋଲି ମତ ରଖିଥିଲେ। ସେହିପରି ପ୍ରାର୍ଥନା, ପ୍ରଚେଷ୍ଟା,ପ୍ରତୀକ୍ଷା ଓ ପ୍ରେରଣା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନୁଷ୍ଠାନର ଅଧ୍ୟକ୍ଷ ସୁନିଲ କାୟଲ, ସଭାପତି ରଶ୍ମିତ ସାହାଣୀ, ସମ୍ପାଦକ ଶଙ୍କର ଜେନା, ଉପଦେଷ୍ଟା କପିଳେଶ୍ୱର ମହାରଣା, ଦେବେନ୍ଦ୍ରନାଥ ସାମନ୍ତରାୟ, ନିଳାମ୍ବର ପୁହାଣ, ପୃଷ୍ଠପୋଷକ ବିଶ୍ବରଂଜନ ବେହୁରା, ଦିଲ୍ଲିପ କୁମାର କର, କୋଷାଧ୍ୟକ୍ଷ ସନ୍ତୋଷ ସ୍ବାଇଁ,ମିନତୀ ଦେବତା, ବିଜୟ ପ୍ରଧାନ ପ୍ରମୁଖ ମଞ୍ଚାସୀନ ରହି ଅନୁଷ୍ଠାନ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ମୋନାଲିସା ସାହୁ, ଜ୍ୟୋସ୍ନାରାଣୀ ସାହୁ ଓ ମୋନାଲିସା ଗୈ।ଡ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭରେ କୃପାଂଶୀ କର, ଶ୍ରୀ ଡ୍ୟାନ୍ସ ଗୃପର ସୁଜାତା ରାଉତ,ବିଜୟ ବାରିକ ଙ୍କ ନିର୍ଦ୍ଦେଶନାରେ ନୃତ୍ୟ, ନର୍ମଦା ଡ୍ୟାନ୍ସ ଗୃପ,ସାଗର ରିଦ୍ଦିମ ଗୃପ ଦ୍ବାରା ନୃତ୍ୟ ପରିବେଷଣ କରାଯାଇଥିଲା। ଓଡିଶୀ ନୃତ୍ୟଶିଳ୍ପୀ ସୁଶ୍ରୀ ବର୍ଷା ପ୍ରିୟଦର୍ଶିନୀ କର ଙ୍କ ନୃତ୍ୟ ପରିବେଷଣ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ରେ ସୁନାମଧନ୍ୟ କଣ୍ଠଶିଳ୍ପୀ ନାବ୍ୟା ଙ୍କ ସହ ଆଟ୍ରାକ୍ସନ ଲାଇଭ୍ ବ୍ୟାଣ୍ଡ ସଂଗୀତ ପରିବେଷଣ କରିଥିଲେ । ସେହିପରି ଏହି ଅବସରରେ ବୟସ୍କା  ଦୈ।ଡ଼ଃ ରାଣୀ ଉର୍ମିଳା ଦାସ, ସମାଜସେବୀ ଭରତ ଚନ୍ଦ୍ର ବାଇ, ସାମ୍ବାଦିକ ଚିନ୍ମୟ ମିଶ୍ର, ମାଷ୍ଟର ଶ୍ରେୟସ ରାୟ, ବାସନ୍ତୀ କଲୋନୀର ହେଲ୍ପେଜ କ୍ଲବ୍ ଗଣେଶ ପୂଜା କମିଟି, ସିଭିଲ ଟାଉନସିପ ଗଣେଶ ପୂଜା କମିଟି ପ୍ରମୁଖ ଙ୍କୁ ସମ୍ମାନିତ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା ରେ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, ଗଣେଶ ରାଉତ, ସଞ୍ଜୟ ପ୍ରଧାନ, ଗୋପାଳ ଦାସ, କାର୍ତ୍ତିକ ଖଣ୍ଡୁଆଳ, ଅରବିନ୍ଦ ମହାପାତ୍ର, ପବିତ୍ର ସାହୁ, ଅନ୍ତର୍ଯ୍ୟାମୀ ରାଉତ,ବଣ୍ଟି ସିଂ,ଚନ୍ଦନ ମହାନ୍ତି, ଦୁର୍ଗା ଜେନା ପ୍ରମୁଖ ସହଯୋଗ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଶବ ରଖି ଥାନା ସମ୍ମୁଖରେ ଧାରଣା 

masiha

ନୂଆପଡା ଜିଲ୍ଲାର ବରିଷ୍ଠ ସାମ୍ବାଦିକ ସୁବାଷ ଚନ୍ଦ୍ର ପଟ୍ଟନାୟକ ଙ୍କ ଆଜି ୮୩ ବର୍ଷ ବୟସ ରେ ପରଲୋକ

Sunil Chandra Nayak

ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ୧୦ ଦଫା ଦାବି ନେଇ ଡାକ୍ତରମାନଙ୍କ କଳାଵ୍ଯାଜ୍ ପରିଧାନ; ସ୍ବାସ୍ଥ୍ୟ ସେବା ଠପ୍; ରୋଗୀ ସେବା ହନ୍ତସନ୍ତ

Leave a Comment

error: Content is protected !!