ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରଦା ଗ୍ରାମରେ ପାୟୋନିୟର କମ୍ପାନୀ ଆନୁକୂଲ୍ୟରେ ଫସଲ ଅମଳ ଦିବସ ପାଳିତ

ସୁରଦା ଗ୍ରାମରେ ପାୟୋନିୟର କମ୍ପାନୀ ଆନୁକୂଲ୍ୟରେ ଫସଲ ଅମଳ ଦିବସ ପାଳିତ

ମୟୂରଭଂଜ – ୩/୧୧ — ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ସୁରଦା ଗ୍ରାମରେ ପାୟୋନିୟର କମ୍ପାନୀ ପକ୍ଷରୁ ଫସଲ ଅମଳ ଦିବସ ପାଳିତ ହୋଇଯାଇଛି ।ଗ୍ରାମର ସଫଳ ଚାଷୀ ମନୋଜ କୁମାର ବାରିକ, ବୈଦ୍ଯନାଥ ଦଳେଇ , ଅନ୍ତ କୁମାର ବେହେରା, ନନ୍ଦୁ ବାରିକ ଙ୍କ ସମେତ ଶତାଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।କାର୍ଯ୍ୟକ୍ରମରେ ପାୟୋନିୟର କମ୍ପାନୀର କ୍ଷେତ୍ର ଅଧିକାରୀ ନିହାର ରଞ୍ଜନ ଦାସ,, କ୍ଷେତ୍ର ପ୍ରତିନିଧି ସତ୍ୟବାନ୍ ଗିରି, ବେଣୁଧର ମହାନ୍ତ ଯୋଗଦେଇ ଉପସ୍ଥିତ ଚାଷୀମିନଙ୍କୁ ବିଭିନ୍ନ ଉତ୍କୃଷ୍ଟ ବିହନ ଓ ରୋଗ ପୋକ ଵିଷୟରେ ଅବଗତ କରାଇଥିଲେ ।ବିଶେଷ କରି ୨୭ପି୩୭ ଧାନର ଗୁଣବତ୍ତା ଉପରେ ଆଲୋଚନା କରି ଏହି ବିହନ ଏକ ଉନ୍ନତ ଅମଳକ୍ଷମ ବିହନ ଯାହାହା ଦ୍ବାରା ଏକର ପିଛା ୩୫ରୁ ୪୦ କ୍ଵିଣ୍ଟାଲ ଧାନ ଅମଳ ହେବାର କ୍ଷମତା ରଖିଛି । ଚାଷୀମାନେ ଖାଲି ଗଧ ଭଳି ଖଟିବେ ହେବ ନାହିଁ ।ଚାଷ ସମ୍ବନ୍ଧୀୟ ଜ୍ଞାନ,କୃଷି ଅଧିକାରୀଙ୍କ ସମୟରେ ଠିକ ସମୟରେ ପରାମର୍ଶ,ଯାନ୍ତ୍ରିକ ବ୍ୟବହାର, ଅଧିକ ଅମଳ କରିବା,ଲାଭକାରୀ ଚାଷ କରିବା,ବଜାରକୁ ଲକ୍ଷ୍ୟ କରି ଚାଷ କରିବା ଉଚିତ । ଚାଷୀମାନେ ଆଗାମି ଦିନରେ ଅଧିକରୁ ଅଧିକ ପାୟୋନିୟର କମ୍ପାନୀ ସହାୟତାରେ ଧାନ ଚାଷ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଯୋଡ଼ା ସରକାରୀ ଖଣି ବିଭାଗ ନାମରେ ସମ୍ବାଦ ପ୍ରକାଶନ କର – “ଜେଏସଡବ୍ଲୁ କର୍ମଚାରୀ” 

masiha

ବିଶୋଇଥାନା!-ଖଡମବେଡାରେ ବାଇକ୍ ଦୁର୍ଘଟଣାଗ୍ରସ୍ତ ! ଜଣେ ଛାତ୍ର ମୃତ,ଜଣେ ଗୁରୁତର

masiha

ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ୨୦୨୩

masiha

Leave a Comment

error: Content is protected !!