ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁରଦା ଗ୍ରାମରେ ପାୟୋନିୟର କମ୍ପାନୀ ଆନୁକୂଲ୍ୟରେ ଫସଲ ଅମଳ ଦିବସ ପାଳିତ

ସୁରଦା ଗ୍ରାମରେ ପାୟୋନିୟର କମ୍ପାନୀ ଆନୁକୂଲ୍ୟରେ ଫସଲ ଅମଳ ଦିବସ ପାଳିତ

ମୟୂରଭଂଜ – ୩/୧୧ — ମୟୂରଭଂଜ ଜିଲ୍ଲାର ବହଳଦା ବ୍ଳକ ଅନ୍ତର୍ଗତ ସୁରଦା ଗ୍ରାମରେ ପାୟୋନିୟର କମ୍ପାନୀ ପକ୍ଷରୁ ଫସଲ ଅମଳ ଦିବସ ପାଳିତ ହୋଇଯାଇଛି ।ଗ୍ରାମର ସଫଳ ଚାଷୀ ମନୋଜ କୁମାର ବାରିକ, ବୈଦ୍ଯନାଥ ଦଳେଇ , ଅନ୍ତ କୁମାର ବେହେରା, ନନ୍ଦୁ ବାରିକ ଙ୍କ ସମେତ ଶତାଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ।କାର୍ଯ୍ୟକ୍ରମରେ ପାୟୋନିୟର କମ୍ପାନୀର କ୍ଷେତ୍ର ଅଧିକାରୀ ନିହାର ରଞ୍ଜନ ଦାସ,, କ୍ଷେତ୍ର ପ୍ରତିନିଧି ସତ୍ୟବାନ୍ ଗିରି, ବେଣୁଧର ମହାନ୍ତ ଯୋଗଦେଇ ଉପସ୍ଥିତ ଚାଷୀମିନଙ୍କୁ ବିଭିନ୍ନ ଉତ୍କୃଷ୍ଟ ବିହନ ଓ ରୋଗ ପୋକ ଵିଷୟରେ ଅବଗତ କରାଇଥିଲେ ।ବିଶେଷ କରି ୨୭ପି୩୭ ଧାନର ଗୁଣବତ୍ତା ଉପରେ ଆଲୋଚନା କରି ଏହି ବିହନ ଏକ ଉନ୍ନତ ଅମଳକ୍ଷମ ବିହନ ଯାହାହା ଦ୍ବାରା ଏକର ପିଛା ୩୫ରୁ ୪୦ କ୍ଵିଣ୍ଟାଲ ଧାନ ଅମଳ ହେବାର କ୍ଷମତା ରଖିଛି । ଚାଷୀମାନେ ଖାଲି ଗଧ ଭଳି ଖଟିବେ ହେବ ନାହିଁ ।ଚାଷ ସମ୍ବନ୍ଧୀୟ ଜ୍ଞାନ,କୃଷି ଅଧିକାରୀଙ୍କ ସମୟରେ ଠିକ ସମୟରେ ପରାମର୍ଶ,ଯାନ୍ତ୍ରିକ ବ୍ୟବହାର, ଅଧିକ ଅମଳ କରିବା,ଲାଭକାରୀ ଚାଷ କରିବା,ବଜାରକୁ ଲକ୍ଷ୍ୟ କରି ଚାଷ କରିବା ଉଚିତ । ଚାଷୀମାନେ ଆଗାମି ଦିନରେ ଅଧିକରୁ ଅଧିକ ପାୟୋନିୟର କମ୍ପାନୀ ସହାୟତାରେ ଧାନ ଚାଷ କରିବା ନେଇ ଆଗ୍ରହ ପ୍ରକାଶ କରିଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଜାତିଗତ ପ୍ରମାଣପତ୍ର ପ୍ରଦାନ କ୍ଷେତ୍ରରେ ଜଳେଶ୍ଵର ତହସିଲର ଖାମଖିଆଲି ନୀତି ବିରୋଧରେ ପଶ୍ଚିମବାର୍ଡ ଗ୍ରାମବାସୀଙ୍କ ଆମରଣ ଅନଶନ ଓ ଗଣଧାରଣା 

Sunil Chandra Nayak

ଦଶ ବର୍ଷ ହେଲା ପକ୍ଷାଘାତ ରେ ପୀଡ଼ିତ ଥିବା ମାନସ ନାଏକଙ୍କ ପାଖକୁ ପହଂଚିଲେ ପ୍ରଶାସନ

masiha

ଲୋକଙ୍କ ଜୀବନ ସହ ଖେଳୁଛି ସ୍ୱାସ୍ଥ୍ୟ ବିଭାଗ,ଏକ୍ସପାଇରୀ ମେଡ଼ିସିନ ବାଣ୍ଟିଲେ,ପୁଣି ଫେରେଇ ଆଣିଲେ 

Sunil Chandra Nayak

Leave a Comment

error: Content is protected !!