ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଟୋ ବାଇକ ମୁହାଁ ମୁହିଁ ଧକ୍କା ଜଣେ ଆହତ , ୨ ଗୁରୁତର,୧ ଆହତ 

ଅଟୋ ବାଇକ ମୁହାଁ ମୁହିଁ ଧକ୍କା ଜଣେ ଆହତ , ୨ ଗୁରୁତର,୧ ଆହତ 

ଡାବୁଗାଁ, ୭/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦରମହକୂମା ଜଗନ୍ନାଥ ଗୁଡା ନିକଟରେ ଅଟୋ ଓ ବାଇକ ମୁହାଁ ମୁହିଁ ଧକ୍କା ହେବା ଫଳରେ ୧ ଆହତ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ସୂଚନାଯୋଗ୍ୟ :- ଡାବୁଗାଁ ବ୍ଲକ ଅଧୀନ ବାଇଗାଁ ଗ୍ରାମର ଲାଇବନ କଲାର (୨୨) ଓ ଇଶ୍ଵର କଲାର (୩୫) ମୋଟରସାଇକେଲ ନଂ ଓ ଡି ୨୪ଏମ ୪୪୬୨ ଯୋଗେ ବାଇଗାଁ ଠାରୁ ଡାବୁଗାଁ ଆସୁଥିବା ସମୟରେ ବିପରୀତ ଦିଗରୁ ଏକ ଅଟୋ ନଂ ଓଡି ୨୪ ୯୮୫୦ ଉମରାହାଣ୍ଡି ଯାଉଥିବା ସମୟରେ ମୁହାଁ ମୁହିଁ ଧକ୍କା ହୋଇଥିଲା । ଫଳରେ ଲାଇବନ ଓ ଇଶ୍ଵର ଛିଟିକି ପଡ଼ିଥିବା ବେଳେ ଲାଇବନର ଗୋଡ଼ରେ, ଇଶ୍ୱରର ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଅଟୋ ଡ୍ରାଇଭର ବଳି ଭତ୍ରl (୩୦) ଙ୍କ ମୁଣ୍ଡରେ ଆଘାତ ହୋଇ ଆହତ ହୋଇଛନ୍ତି l ଘଟଣା ସ୍ଥଳରେ ଡାବୁଗାଁ ଅଗ୍ନିସମ ଙ୍କ ସହଯୋଗରେ ୩ ଜଣଙ୍କୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟ ଲାଇବନ ଓ ଇଶ୍ଵର ଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତରିତ କରାଯାଇଛି । ଘଟଣା ସ୍ଥଳରେ ଡାବୁଗାଁ ଥାନା ଏଏସଆଇ ଶସ୍ମିତା ଦାଶ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି । ପୋଲିସ ଦୁର୍ଘଟଣା ଗ୍ରସ୍ତ ୨ ଟି ଗାଡିକୁ ଜବତ କରି ଥାନାକୁ ଆଣିଛି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସୁନ୍ଦରଗଡ଼ ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ଅନୁଷ୍ଠିତ

masiha

ଦଦରା ଜିପ ରେ ସ୍ବାଧିନତା ଦିବସ ପାଳନ କଲା ପ୍ରଶାସନ, ନାହିଁ ଫିଟନେସ 

masiha

ଜିଲ୍ଲାସ୍ତରୀୟ 76 ତମ ସାଧାରଣତନ୍ତ୍ର ଦିବସ ପାଳିତ

masiha

Leave a Comment

error: Content is protected !!