ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରୀୟ ସି.ଆର.ଏମ ଟିମ୍ ର ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ 

କେନ୍ଦ୍ରୀୟ ସି.ଆର.ଏମ ଟିମ୍ ର ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ 

  କେନ୍ଦ୍ରୀୟ ସି.ଆର.ଏମ ଟିମ୍ ଆଜି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରି ଫେରି ଯାଇଛନ୍ତି । ଏହି ଟିମ୍ ରେ ଡା. ଅଶିମା ଭଟନାଗର, ଡେପୁଟି ସେକ୍ରେଟାରି, ସ୍ୱାସ୍ଥ୍ୟ ଓ ପରିବାର କଳ୍ୟାଣ ମନ୍ତ୍ରଣାଳୟ, ଭାରତ ସରକାର, ସିବିଏସଇ ର ସହାୟକ ଅଧ୍ୟାପିକା ଡା. ପ୍ରିତି ଖତ୍ରୀ, ଙ୍କ ସମେତ ରାଜ୍ୟ ଓ ଜିଲ୍ଲା ସ୍ତରର ଅଧିକାରୀଙ୍କ ମଧ୍ୟ ରେ  ପ୍ରଣୟ ମହାପାତ୍ର, ସିନିୟର କନସଲ୍ଟାଣ୍ଟ (PHP), ସୁସାନ୍ତ ନାୟକ, ସିନିୟର କନସଲ୍ଟାଣ୍ଟ (କମ୍ୟୁନିଟି ପ୍ରୋସେସ), ଡିପିଏମ୍, କଳାହାଣ୍ଡି ଦିଲୀପ କୁମାର ଦୁବେ,ଡିଏମଆରସିଏଚ୍, କଳାହାଣ୍ଡି ରଞ୍ଜନ ରଶ୍ମି ମହାନ୍ତି ପ୍ରମୂଖ ଉପସ୍ଥିତ ଥିଲେ ।

ଟିମ୍ ଆଜି ଧର୍ମଗଡ଼ ଉପଖଣ୍ଡ ଚିକିତ୍ସାଳୟ ପରିଦର୍ଶନ କରିବା ଅବସର ରେ ମା’ ଓ ଶିଶୁ ସ୍ୱାସ୍ଥ୍ୟ ପରିଚାଳନା, ଗର୍ଭବତୀ ମହିଳାଙ୍କ ପ୍ରସୂତି ଓ ପରବର୍ତ୍ତୀ ଚିକିତ୍ସା ସେବା, ଅସ୍ତ୍ରୋପଚାର କକ୍ଷ ଓ ସେବା, ପରିବାର ନିୟୋଜନ, ଡାଏଲେସିସ ସେବା, ରୋଗ ନିର୍ଦ୍ଧାରଣ ପରୀକ୍ଷା ସୁବିଧା, ମୁକ୍ତ ଔଷଧ ବିତରଣ, ଜନ୍ମ ଓ ମୃତ୍ୟୁ ନିବନ୍ଧନ, କିଶୋରୀ ବାଳିକା ସ୍ୱାସ୍ଥ୍ୟ ସେବା ସହିତ ରୋଗୀଙ୍କ ପାଇଁ ଖାଦ୍ୟ ବ୍ୟବସ୍ଥା ଓ ସଫାସୁତୁରା ବ୍ୟବସ୍ଥା ଆଦି କୁ ବୁଲି ଦେଖିବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସେବା ପାରାମିଟର ଉପରେ ସମୀକ୍ଷା ଓ ଯାଞ୍ଚ କରିଥିଲେ। ହସ୍ପିଟାଲ ପକ୍ଷରୁ ବିଗତ ପାଞ୍ଚ ବର୍ଷର ଡାଟା ବେସ୍ ଟିମ୍‌କୁ ପ୍ରଦାନ କରାଯାଇଥିଲା। ଟିମ୍ ପରିଦର୍ଶନ ସମୟ ରେ ଉପଖଣ୍ଡ ଚିକିତ୍ସାଧିକାରୀ ଡା. ସଦାନନ୍ଦ ପାଣିଗ୍ରାହୀ, ଡାକ୍ତର ଅଶ୍ୱିନ କୁମାର କର, ଡାକ୍ତର ବିରେନ୍ଦ୍ର ଧାରୁଆ,ହସ୍ପିଟାଲ ମେନେଜର ସୁମେଶ୍ୱର ନାଏକ, ବିଜେନ୍ଦ୍ର ପ୍ରତାପ ସିଂ, କ୍ଷୀରୋଦ ମାଝୀ, ସୁପର ଭାଇଜର ବିକାଶ ଯାଦବ, ପ୍ରଦୀପ ନାଏକ, ନର୍ସିଂ ଷ୍ଟାଫ ଙ୍କ ସମେତ ସମସ୍ତ ହସ୍ପିଟାଲ୍ କର୍ମଚାରୀ ଉପସ୍ଥିତ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଜାଲ ଜନଜାତି ଜମି ପଟ୍ଟା ରଦ୍ଦ କରିବା ପାଇଁ ତହସିଲଦାରଙ୍କୁ ଦାବିପତ୍ର 

masiha

ମନରେଗା ଯୋଜନା ମହାଦୁର୍ନୀତି ଅଭିଯୋଗ , ମାସମାସ ଧରି ଶ୍ରମିକଙ୍କୁ ମିଳୁନି ପାରିଶ୍ରମିକ ରାଶି

Sunil Chandra Nayak

ଦୁଇ ବାଇକ ମୁହାଁମୁହିଁ ଧକ୍କା ତିନି ଆହାତ ଜଣେ ଗୁରୁତ୍ୱର

masiha

Leave a Comment

error: Content is protected !!