ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁରେ ପରବ ପ୍ରସ୍ତୁତି ବୈଠକ 

ବନ୍ଧୁଗାଁରେ ପରବ ପ୍ରସ୍ତୁତି ବୈଠକ 

ବନ୍ଧୁଗାଁ ତା, ୮/୧୧/୨୫, ଚଳିତବର୍ଷ ପରବ ମହତ୍ସବ କୋରାପୁଟ ଜିଲ୍ଲା ଲଷ୍ମୀପୁର ବ୍ଲକର କୂଟଣିପଦର ସ୍ଥିତ ଶୈବପିଠରୁ ଉଦ୍ଧଘାଟନ ହୋଇ ଜିଲ୍ଲାର ୧୪ ଗଟି ବ୍ଲକରୁ ଯାଇ ସେଠାରେ ଅଂଶ ଗ୍ରହଣ କରି ନିଜ ନିଜ ବ୍ଲକ ପାଇଁ ମର୍ଶାଲ ନେଇ ପ୍ରଥମେ ପଞ୍ଚାୟତ ସ୍ତରୀୟ ଓ ପରେ ବ୍ଲକ ସ୍ତରୀୟ ର ଶୁଭ ଉଦ୍ଧଘାଟନ ନିମନ୍ତେ କୋରାପୁଟ ଜିଲ୍ଲାପାଳ ଶ୍ରୀ ମନଜ ସତ୍ୟବାନ ମହାଜନ ଗସ୍ତକରି ଅଞ୍ଚଳ ବୁଲି ଦେଖିବା ସହ ପ୍ରସ୍ତୁତି ସମ୍ଫର୍କରେ ବ୍ଲକ ଅଧିକାରୀଙ୍କ ସହ ଆଲଚନା କରିଥିଲେ I ଏଥି ନିମନ୍ତେ ଆସନ୍ତା ୧୨ ନଭେମ୍ବର ଦିନ ବନ୍ଧୁଗାଁ ବ୍ଲକରୁ ଢେମଶା ଓ ବିଡ଼ିଓ ଓ ବ୍ଲକ ଅଧ୍ୟକ୍ଷା ଓ କିଛି ସରକାରୀ କର୍ମଚାରି ଓ ପିଅର ମେମ୍ବର ଓ ରାଜନେତା ଗଣ କେଉଁ ପ୍ରକାର ଭାବରେ କୁଟୁଣୀପଦର ଯାଇ ବ୍ଲକ ପରବ ଉଦଘାଟନ ପାଇଁ ମୋର୍ଶାଲ ଅଣାଯିବ ତା ଉପରେ ଆଜି ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଲଷ୍ମୀ ମିଣ୍ୟାକା ଙ୍କ ଅଧ୍ୟକ୍ଷତାରେ ଆଜି ଚଳିତ ବର୍ଷ ପରବ ୨୦୨୫ ପାଇଁ ଏକ ଆଲୋଚନା ର ପ୍ରସ୍ତୁତି ବୈଠକ ହୋଇଥିଲା I ଏହି ବୈଠକର ମୂଳ ଲକ୍ଷଥିଲା ବନ୍ଧୁଗାଁ ବ୍ଲକରୁ କେତଟି ଗାଡି ଓ କେତେଜଣ କେଉଁ ପ୍ରକାର ଭାବରେ କୁଟୁଣୀପଦର ଶୈବ ପିଠକୁ ଯାଇ ମୋର୍ଶାଲ ଆଣିବା ହବ ଆଲୋଚନା ହୋଇଥିଲା I ଶେଷରେ ସେଠାକୁ ଯିବାପାଇଁ ଦୁଇଟି ପଞ୍ଚାୟତକୁ ଗୋଟିଏ ଲେଖାଏଁ ବଲେର ମାଧ୍ୟମରେ ଯିବାପାଇଁ ନିର୍ଣ୍ଣୟ ହେଲା I ଆଜିର ଏହି ପରବ ୨୦୨୫ ବୈଠକରେ ବ୍ଲକ ଅଧିକାରୀ ବିଡ଼ିଓ ଶ୍ରୀମତି ମୀନତି ଯୋଗଦେବ, ଜିପିଈଓ ଶ୍ରୀ ଅକ୍ଷୟ କୁମାର ପ୍ରଦାନ ବୈଠକର ଆୟୋଜକ ଥିଲେ, ବ୍ଲକର ସମସ୍ତ ପିଓ, ସମସ୍ତ ପଞ୍ଚାୟତର ସରପଞ୍ଚ,ସମସ୍ତ କନିଷ୍ଟ ଯନ୍ତ୍ରୀ, ଓ ସମସ୍ତ ସମିତି ସଭ୍ୟ /ସଭ୍ୟା, ବ୍ଲକର ବିଜେଡି ସଭାପତି ବାଲା ନାଗ, ଜିଲ୍ଲା ବିଜେପି ଦଳର ସାଧାରଣ ସମ୍ଫାଦକ ସରତ ପାତ୍ର, ବନ୍ଧୁଗାଁ ବ୍ଲକର ସାଂସଦ ପ୍ରତିନିଧି ଲକ୍ଷଣ ଖସଲା, ବ୍ଲକ ବିଧାୟକ ପ୍ରତିନିଧି ଡି.ଏଙ୍କାଟି ଓ ପ୍ରମୁଖ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ରହି ଆଜିର ପରବ ବୈଠକକୁ ସୁରୁଖୁରରେ ଶେଷ କରିଥିଲେ I 

 ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ମଞ୍ଚାଗାଁ ଗ୍ରାମ ପାଞ୍ଚାୟତ ର ଜଳ ବନ୍ଦୀ ଅଞ୍ଚଳ ଅଧିକାରୀମାନଙ୍କ ପର୍ଯ୍ୟଟନ ସ୍ଥଳୀ :ବିକାଶ ସ୍ୱପ୍ନ ୬ ଗ୍ରାମ ବାସୀଙ୍କ ପାଇଁ

masiha

ଇନ୍ଦ୍ରାବତୀ ପ୍ରକଳ୍ପ ଜଳ ଭଣ୍ଡାର ଅଞ୍ଚଳରେ ସି ସି ଟିଭି କ୍ୟାମେରା କେବେ ? 

masiha

ରେଙ୍ଗାଲି ବାମ ଶାଖା କେନାଲରେ ୩୦ ଫୁଟର ଘାଇ

masiha

Leave a Comment

error: Content is protected !!