ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏବିଭିପି ଧର୍ମଗଡ଼ ତରଫରୁ ଝାନ୍ସୀ ରାଣୀ ଲଷ୍ମୀ ବାଇ ଙ୍କ ଜନ୍ମ ଜୟନ୍ତୀ ପାଳନ

ଏବିଭିପି ଧର୍ମଗଡ଼ ତରଫରୁ ଝାନ୍ସୀ ରାଣୀ ଲଷ୍ମୀ ବାଇ ଙ୍କ ଜନ୍ମ ଜୟନ୍ତୀ ପାଳନ

ଧର୍ମଗଡ:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଧର୍ମଗଡ଼ ନଗର ତରଫରୁ ବିଭିନ୍ନ କ୍ୟାମ୍ପସ ଠାରେ ଝାନ୍ସୀ ରାଣୀ ଲଷ୍ମୀବାଇଙ୍କ ୧୯୭ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି। ପଞ୍ଚାୟତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବୋର୍ଡର ମହାବିଦ୍ୟାଳୟ ପରିସର ରେ ମୁଖ୍ୟ ଅତିଥି ଜିଲ୍ଲା ସଂଯୋଜକ ସାଇ ଦର୍ଶନ ଠାକୁର, ମୁଖ୍ୟ ବକ୍ତା ଛାତ୍ର ନେତା ଓମ୍ ପ୍ରକାଶ ଚନ୍ଦନ ଙ୍କ ଉପସ୍ଥିତି ରେ ଭବ୍ୟ ସଂଖ୍ୟାରେ ପାଳନ କରାଯାଇଅଛି। ଜିଲ୍ଲା ସଂଯୋଜକ ସାଇ ଦର୍ଶନ ଠାକୁର କହିଥିଲେ ଛାତ୍ର କେବଳ ପାଠପଢ଼ା ନୁହେଁ ସମାଜ ର ସବୁ ସଂସ୍କୃତି ପରମ୍ପରା କୁ ସାଙ୍ଗରେ ନେଇ ସମାଜ ସାଥିରେ ଚାଲିବ ଏବଂ ଓମ୍ ପ୍ରକାଶ ନାରୀ ଶକ୍ତି ବିଷୟ ରେ ବକ୍ତବ୍ୟ ଦେଇଥିଲେ। ନଗର ସମ୍ପାଦକ ଜୀବନ ଜ୍ୟୋତି ରାଉତ୍, ସହ ସମ୍ପାଦକ ଦିପାଲି ନିଆଲ୍ ଙ୍କ ନେତୃତ୍ୱ ରେ ଜୟନ୍ତୀ ପାଳନ କରାଯାଇଥିଲା। ନଗର ର କାର୍ଯ୍ୟକର୍ତ୍ତା ସିମରନ୍ ସିଂ ଦେଓ, ସିଲକୀ ମହାନନ୍ଦ, ବିପୁଳ ପଣ୍ଡା, ପୁଷ୍ପାଞ୍ଜଳି ସୁନାନି, ତାନିଶ ବିହାରୀ, ଜାଗ୍ରତ ପୁରୋହିତ, ଅଙ୍କିତା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ଓ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

କୋଟି କୋଟି ଟଙ୍କାରେ ନିର୍ମିତ ହୋଇଥିବା ପାନୀୟ ଜଳ ପ୍ରକଳ୍ପ ଠପ୍ 

ମୋ ବ୍ଲକ – ମୋ ଢେଙ୍କାନାଳ ସମୀକ୍ଷା ବୈଠକ ଅନୁଷ୍ଠିତ

Sunil Chandra Nayak

ପୌରପାଳିକା ପକ୍ଷରୁ ଧୂସର ଜଳ ପରିଚାଳନା ପ୍ରଶିକ୍ଷଣ ଶିବିର 

masiha

Leave a Comment

error: Content is protected !!