ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏବିଭିପି ଧର୍ମଗଡ଼ ତରଫରୁ ଝାନ୍ସୀ ରାଣୀ ଲଷ୍ମୀ ବାଇ ଙ୍କ ଜନ୍ମ ଜୟନ୍ତୀ ପାଳନ

ଏବିଭିପି ଧର୍ମଗଡ଼ ତରଫରୁ ଝାନ୍ସୀ ରାଣୀ ଲଷ୍ମୀ ବାଇ ଙ୍କ ଜନ୍ମ ଜୟନ୍ତୀ ପାଳନ

ଧର୍ମଗଡ:ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଧର୍ମଗଡ଼ ନଗର ତରଫରୁ ବିଭିନ୍ନ କ୍ୟାମ୍ପସ ଠାରେ ଝାନ୍ସୀ ରାଣୀ ଲଷ୍ମୀବାଇଙ୍କ ୧୯୭ ତମ ଜନ୍ମ ଜୟନ୍ତୀ ପାଳନ କରାଯାଇଅଛି। ପଞ୍ଚାୟତ ମହାବିଦ୍ୟାଳୟ, ମହିଳା ମହାବିଦ୍ୟାଳୟ, ବୋର୍ଡର ମହାବିଦ୍ୟାଳୟ ପରିସର ରେ ମୁଖ୍ୟ ଅତିଥି ଜିଲ୍ଲା ସଂଯୋଜକ ସାଇ ଦର୍ଶନ ଠାକୁର, ମୁଖ୍ୟ ବକ୍ତା ଛାତ୍ର ନେତା ଓମ୍ ପ୍ରକାଶ ଚନ୍ଦନ ଙ୍କ ଉପସ୍ଥିତି ରେ ଭବ୍ୟ ସଂଖ୍ୟାରେ ପାଳନ କରାଯାଇଅଛି। ଜିଲ୍ଲା ସଂଯୋଜକ ସାଇ ଦର୍ଶନ ଠାକୁର କହିଥିଲେ ଛାତ୍ର କେବଳ ପାଠପଢ଼ା ନୁହେଁ ସମାଜ ର ସବୁ ସଂସ୍କୃତି ପରମ୍ପରା କୁ ସାଙ୍ଗରେ ନେଇ ସମାଜ ସାଥିରେ ଚାଲିବ ଏବଂ ଓମ୍ ପ୍ରକାଶ ନାରୀ ଶକ୍ତି ବିଷୟ ରେ ବକ୍ତବ୍ୟ ଦେଇଥିଲେ। ନଗର ସମ୍ପାଦକ ଜୀବନ ଜ୍ୟୋତି ରାଉତ୍, ସହ ସମ୍ପାଦକ ଦିପାଲି ନିଆଲ୍ ଙ୍କ ନେତୃତ୍ୱ ରେ ଜୟନ୍ତୀ ପାଳନ କରାଯାଇଥିଲା। ନଗର ର କାର୍ଯ୍ୟକର୍ତ୍ତା ସିମରନ୍ ସିଂ ଦେଓ, ସିଲକୀ ମହାନନ୍ଦ, ବିପୁଳ ପଣ୍ଡା, ପୁଷ୍ପାଞ୍ଜଳି ସୁନାନି, ତାନିଶ ବିହାରୀ, ଜାଗ୍ରତ ପୁରୋହିତ, ଅଙ୍କିତା ସେନାପତି ପ୍ରମୁଖ ଉପସ୍ଥିତ ଥିଲେ ଓ କାର୍ଯ୍ୟକ୍ରମ କୁ ସଫଳ କରାଇଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବିଧାୟକଙ୍କ ହସ୍ତକ୍ଷେପ ଫଳରେ କଲେଜକୁ ହେଲା ପିଚୁ ରାସ୍ତା

ଥୁଆମୂଳରାମପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଲୋକନାଥ ବେହେରାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଗୋଲାମୁଣ୍ଡାରେ ରଥଯାତ୍ରା ପରେ ଅଭିନବ ଦୃଶ୍ୟ: ଶ୍ରଦ୍ଧାଳୁଙ୍କ ଘରେ ଫଳମୂଳ ଗ୍ରହଣ କଲା ବାନର, ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

Sunil Chandra Nayak

Leave a Comment

error: Content is protected !!