ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର 

ଡାବୁଗାଁରେ ସାଇବର ସୁରକ୍ଷା ସଚେତନତା ଶିବିର 

ଡାବୁଗାଁ, ୮/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଡାବୁଗାଁ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟ ଓ ଶିଂସାରି ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟ ଠାରେ ସାଇବର ସୁରକ୍ଷା ସଚେତନତା ଶିବିର ଶନିବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଥମେ ଛାତ୍ରୀ ଛାତ୍ର ମାନେ ସାଇବର ରଥକୁ ସ୍ଵାଗତ କରିଥିଲେ | ପରେ ବିଦ୍ୟାଳୟ ରେ ଅନୁଷ୍ଠିତ ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଆଦିତ୍ୟ ସେନ ଯୋଗ ଦେଇ ସାଇବର ଠକେଇ , ଅପରାଧର ବିଭିନ୍ନ କୌଶଳ ଯଥା ସାମାଜିକ ଗଣମାଧ୍ୟମ ଠକାମି, ଲଟେରୀ, ଅନଲାଇନ ଟ୍ରାଞ୍ଜାକ୍ସନ ଭଳି ଠକାମିରୁ ରକ୍ଷା ପାଇବାର ଉପାୟ ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ | ଏଥିରେ ଉମରକୋଟ ଉପଖଣ୍ଡ ଆରକ୍ଷୀ ଅଧିକାରୀ ଶୁଭେନ୍ଦୁ ଶବର, ଡାବୁଗାଁଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର, ସବଇନିସ୍ପେକ୍ଟର ଚନ୍ଦନ ସାହୁ, ଏଏସଆଇ ଗୋପାଳ କୃଷ୍ଣ ହଲୱା, ଶିଂସାରି ଫାଣ୍ଡି ଅଧିକାରୀ ହରିହର ଭତ୍ରା, ଡାବୁଗାଁ ସରକାରୀ (ଏସଏସଡି) ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସଞ୍ଜୁକ୍ତା ଦାସ ଓ ଶିଂସାରି ସରକାରୀ (ଏସଏସଡି) ଉଚ୍ଚ ବିଦ୍ୟାଳୟ ପ୍ରଧାନଶିକ୍ଷକ ଅବନୀ ମଜୁମଦାର, ୨ ଟି ବିଦ୍ୟାଳୟର ଶିକ୍ଷୟତ୍ରୀ ଶିକ୍ଷକ, ଛାତ୍ରୀଛାତ୍ର ଓ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ | ଏଥିରେ ଛାତ୍ରୀଛାତ୍ର ମାନଙ୍କ ମଧ୍ୟରେ କୁଇଜ ପ୍ରତିଯୋଗୀତା ରେ କୃତକାର୍ଯ୍ୟ ଛାତ୍ରୀଛାତ୍ର ମାନଙ୍କୁ ପୁରସ୍କୃତ କରଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୪୨ମୌଜାରେ ରୋନକ ମୋଟର୍ସ ୟାମା ସୋ ରୁମ ଉଦ୍ଘାଟିତ 

Sunil Chandra Nayak

ନୂଆପଡା ଜିଲ୍ଲା ସଦର ମହକୁମା ଏବଂ ଖଡ଼ିଆଳ ଠାରେ ଆଜି ବିଶ୍ୱ ହକି କପ ଟ୍ରଫି କୁ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ବାଇକ୍ କୁ ପଛରୁ ପିଟିଲା ବସ୍ ; ବାଇକ ଚାଳକ ଅତି ଗୁରୁତର ନେଇ ଉତ୍ୟକ୍ତ ଲୋକଙ୍କ ଦ୍ବାରା ବସ୍ ପୋଡ଼ି

Sunil Chandra Nayak

Leave a Comment

error: Content is protected !!