ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳିଙ୍ଗ ସେନା ର 25ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ କସ୍ତୁରବା ନାରୀ ମହଲ ୟୁନିଟ -1 ଭୁବନେଶ୍ୱର ରେ ଅନୁଷ୍ଠିତ,ଦଳକୁ ମଜଭୁତ କରିବାକୁ କର୍ମକର୍ତ୍ତାଙ୍କ ଶପଥ

କଳିଙ୍ଗ ସେନା ର 25ତମ ପ୍ରତିଷ୍ଠା ଦିବସ ମହା ସମାରୋହରେ କସ୍ତୁରବା ନାରୀ ମହଲ ୟୁନିଟ -1 ଭୁବନେଶ୍ୱର ରେ ଅନୁଷ୍ଠିତ,ଦଳକୁ ମଜଭୁତ କରିବାକୁ କର୍ମକର୍ତ୍ତାଙ୍କ ଶପଥ

 ଭୁବନେଶ୍ୱର:୭/୧୧(ମସିହା ନିୟୁଜ )-ଆଞ୍ଚଳିକ ରାଜନୈତିକ ଦଳ କଳିଙ୍ଗସେନା ସର୍ବଦା ଓଡିଶା ଓ ଓଡିଆମାନଙ୍କ ପ୍ରତି ସମର୍ପିତ। ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥ ପାଇଁ ଦଳ ତାହାର ନିରନ୍ତର ଉଦ୍ୟମ ଜାରି ରଖିବ ବୋଲି ଦଳର ପ୍ରତିଷ୍ଠା ଦିବସ ପାଳନ ଅବସରରେ କହିଛନ୍ତି କଳିଙ୍ଗସେନା ର ସୁପ୍ରିମୋ ହେମନ୍ତ ରଥ । ଶ୍ରୀ ରଥ କହିଛନ୍ତି ଯେ, ଆଞ୍ଚଳିକ ଦଳ ହିସାବରେ ଦୁଇ ଦଶନ୍ଧିରୁ ଅଧିକ ସମୟ ଧରି କଳିଙ୍ଗସେନା ରାଜ୍ୟ ଓ ରାଜ୍ୟବାସୀଙ୍କ ସ୍ୱାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ ଜାରି ରଖିଛି । ଓଡିଆ ଯୁବକମାନଙ୍କୁ ନିଯୁକ୍ତି, ଚାଷୀମାନଙ୍କ ଆୟବୃଦ୍ଧି ସହିତ ସବୁକ୍ଷେତ୍ରରେ ଓଡିଶାକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଦଳ କାର୍ଯ୍ୟକରୁଛି । ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ସଭାରେ ଦଳର ସମ୍ପାଦକ ଅଶୋକ ସାହୁ, ସମୀର କୁମାର ପ୍ରଧାନ, ସମ୍ପାଦକ ମୋନାଲିସା ବିଶ୍ୱାଳ, ମଧୁସୂଦନ ସାହୁ, ସାଧାରଣ ସମ୍ପାଦକ ବରଦା କାନ୍ତ ମହାନ୍ତି, ଲକ୍ଷ୍ମୀ ନାରାୟଣ ମହାପାତ୍ର, ଇଂ ମେନାଜ କୁମାର ନାୟକ, ସାଧାରଣ ସମ୍ପାଦକ ତଥା ମୁଖପାତ୍ର ଅମୂଲ୍ୟ କୁମାର ନାୟକ, ଉପ ସଭାପତି ଅବଦୁଲ କୟୁମ ଖାନ, ହିମାଂଶୁ ନାୟକ ଓ ଉମାକାନ୍ତ ଜେନା ପ୍ରମୁଖ ନିଜ ନିଜର ବକ୍ତବ୍ୟରେ ଆଗାମୀ ଦିନରେ କଳିଙ୍ଗେସନାକୁ ଅଧିକ ଶକ୍ତିଶାଳୀ କରିବା ପାଇଁ ମତ ରଖିଥଲେ ।

ପ୍ରତିଷ୍ଠା ଦିବସରେ ପ୍ରତିବର୍ଷ ଭଳି ଚଳିତବର୍ଷ କଳିଙ୍ଗସେନା ପକ୍ଷରୁ ନନ୍ଦନକାନନର ଜଗନ୍ନାଥ ମହିଳା ସଙ୍କୀର୍ତ୍ତନ ମଣ୍ଡଳୀ, ନିଳାଦ୍ରୀବିହାରର ଇଶାନେଶ୍ୱର ସଙ୍କୀର୍ତ୍ତନ ମଣ୍ଡଳୀକୁ ସମ୍ବର୍ଦ୍ଧିତ କରାଯାଇଥିଲା। ଗଣମାଧ୍ୟମର ସଫଳ ବ୍ୟକ୍ତିତ୍ୱ ମଧ୍ୟରେ ସମ୍ବାଦର ଫଟୋ ସାମ୍ବାଦିକ ବିଭୂତି ସାହୁ, ସକାଳର ସନ୍ତୋଷକୁମାର ପଣ୍ଡା, ସମାଜର ଫେଟୋ ସାମ୍ବାଦିକ ବିଶ୍ୱରଞ୍ଜନ ମିଶ୍ର(ଟିକନ), ନ୍ୟୁଜ-୧୮ର ନିରୂପମା ବେହେରା, ପ୍ରିୟଖବରର ସମ୍ପାଦକ ରାଜକିଶୋର ଦାସ, ଏବଂ ସମାଜସେବୀ ଦୁର୍ଗାଶଙ୍କର ମହାପାତ୍ର ପ୍ରମୁଖଙ୍କୁ ସମ୍ମାନିତ କରାଯାଇଥିଲା। ପ୍ରଧ୍ୟାପକ ଅଶୋକକୁମାର ନାୟକ ସ୍ୱାଗତ ଭାଷଣ ଦେଇଥିବାବେଳ ମଞ୍ଚ ପରିଚାଳନା କରିଥିଲେ ଦଳର ସାଧାରଣ ସମ୍ପାଦକ ତଥା ମୁଖପାତ୍ର ସୁମନ୍ତକୁମାର ସ୍ୱାଇଁ।

  ସଙ୍ଗଠନ ସମ୍ପାଦକ ସଞ୍ଜୟକୁମାର ପ୍ରଧାନ ଶତାଧିକ କଳିଙ୍ଗ ସୈନିକଙ୍କୁ ଭୁବେନଶ୍ୱର ରେଳ ଷ୍ଟେସନଠାରୁ ଏକ ବିଶାଳ ଶୋଭାଯାତ୍ରାରେ ଆଣି ସଭାସ୍ଥଳରେ ପହଞ୍ଚି ଥିଲେ। ଶେଷରେ ସାସ୍କୃତିକ କାର୍ଯ୍ୟକ୍ରମ ପାଇକ ଆଖଡା, ଓଡ଼ିଶୀ ଏବଂ ଲୋକକଳା ସଂକିର୍ତ୍ତନକୁ ପରିଚାଳନା କରିଥିଲେ ସମ୍ପାଦିକା ମୋନାଲିସା ବିଶ୍ୱାଳ, ଭିଡ ନିୟନ୍ତ୍ରଣ ଓ ଜଳ ବଣ୍ଟନ କରିଥିଲେ ସମୀର କୁମାର ପ୍ରଧାନ ଓ ବିକ୍ରମ ପ୍ରଧାନ!ଧନ୍ୟବାଦ ଅର୍ପଣ କରିଥିଲେ ସେନାର ସାଧାରଣ ସମ୍ପାଦକ ବିଜୟକୁମାର ରାଜ!

ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

ଆଭ୍ୟନ୍ତରିଣ ଅଭିଯୋଗ କମିଟି ଗଠନ ନେଇ ସଚେତନତା

Sunil Chandra Nayak

Medha Patkar Detained by Police at Rayagada Railway Station

masiha

ଲୋକସଂସ୍କୃତିବିତ୍ ଡକ୍ଟର ଆଦିକନ୍ଦ ମହାନ୍ତଙ୍କ ଆତ୍ମଜୀବନୀ ‘ଶିକ୍ଷକ’ ଉନ୍ମୋଚିତ

masiha

Leave a Comment

error: Content is protected !!