ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେ ଜାଣିଥିଲେ କବିତାରେ ଜୀବନ ଜୀଇଁବାର କଳା କଳାହାଣ୍ଡି ଯୁବ ଲେଖକ ସମାବେଶର କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍ମୃତିସଭା

ସେ ଜାଣିଥିଲେ କବିତାରେ ଜୀବନ ଜୀଇଁବାର କଳା

କଳାହାଣ୍ଡି ଯୁବ ଲେଖକ ସମାବେଶର କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍ମୃତିସଭା

ଭବାନୀପାଟଣା, ୦୯/୧୧-ଓଡ଼ିଆ କବିତା ଜଗତରେ ନିଜର ସ୍ୱତନ୍ତ୍ର ଶୈଳୀ ସହିତ ନିଜର ସ୍ୱକୀୟ ଭାବଭଙ୍ଗୀର ପରିପ୍ରକାଶ କରିବାରେ କବି ରାଜେନ୍ଦ୍ର କିଶୋର ପଣ୍ଡା ଅନନ୍ୟ ଉଦାହରଣ ସୃଷ୍ଟି କରିଥିଲେ। ସେହିପରି ଓଡ଼ିଆ ବାଣୀଭଣ୍ଡାରକୁ ସମୃଦ୍ଧ କରିବାରେ ତାଙ୍କର ଲେଖନୀ ଚାଳନା ସଫଳତା ଲାଭ କରିଥିଲା। କାରଣ ସେ ଜାଣିଥିଲେ କବିତାରେ ଜୀବନ ଜୀଇଁବାର କଳା। ଓଡ଼ିଆ ସାହିତ୍ୟ ଜଗତରେ ତାଙ୍କର ବିୟୋଗ ଏକ ଅପୂରଣୀୟ କ୍ଷତି ହୋଇଥିବାବେଳେ ସାହିତ୍ୟ କୃତୀ ତାଙ୍କୁ ଚିରଅମର କରି ରଖିବ ବୋଲି ଓଡ଼ିଆ ସାହିତ୍ୟର ବିଶିଷ୍ଟ କବି ଓ ଲେଖକ ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍ମୃତିରେ ଆଜି ସ୍ଥାନୀୟ ଗ୍ରୀନ ଭେଲି ପବ୍ଲିକ ସ୍କୁଲରେ ଅନୁଷ୍ଠିତ ‘କବି ରାଜେନ୍ଦ୍ର କିଶୋର ପଣ୍ଡାଙ୍କ ସ୍ମୃତିସଭା’ରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି। କଳାହାଣ୍ଡି ଯୁବ ଲେଖକ ସମାବେଶ ଦ୍ୱାରା ଅନୁଷ୍ଠିତ ଏହି ସ୍ମୃତିସଭାରେ ଗାଳ୍ପିକ ତଥା ‘ମହୁରି’ ଓ ‘ସମୟର ଆକାଂକ୍ଷା’ ପତ୍ରିକାର ସଂପାଦକ ସୁକାନ୍ତ ସାହୁ, କବି ଓ ଗବେଷକ ଡ. ପରମେଶ୍ୱର ମୁଣ୍ଡ, ଦ୍ବିଭାଷୀ କବି ଡ. ତପନ କୁମାର ରଥ, କବି ସକିତ ରତେ, ପ୍ରକାଶ ନିଶଙ୍କ, ବରିଷ୍ଠ ସାମ୍ବାଦିକ ସ୍ୱାଧୀନ ପାତ୍ର, ଗ୍ରୀନ ଭେଲି ପବ୍ଲିକ ସ୍କୁଲର ପ୍ରତିଷ୍ଠାତା ମନୋରଞ୍ଜନ ବଛା, ସ୍କୁଲର ଅଧ୍ୟକ୍ଷ ମନୋଜ ପଟ୍ଟନାୟକ ପ୍ରମୁଖ ଯୋଗଦେଇ କବିଙ୍କ ସ୍ମୃତିଚାରଣ କରିବା ସହିତ ତାଙ୍କ ଲେଖକୀୟ କୃତୀ ଓ ସ୍ୱୀକୃତି ସମ୍ପର୍କରେ ଚର୍ଚ୍ଚା କରିଥିଲେ। କଳାହାଣ୍ଡି ଯୁବ ଲେଖକ ସମାବେଶର ସଭାପତି ତଥା ଯୁବକବି ଯାଦବେନ୍ଦ୍ର ସାହାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଅକାଦେମୀ ଯୁବ ପୁରସ୍କାର ପ୍ରାପ୍ତ କବି ଜୟଦ୍ରଥ ସୁନା ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିବାବେଳେ କଳାହାଣ୍ଡି ଯୁବ ଲେଖକ ସମାବେଶର ଉପଦେଷ୍ଟା ସୁଶୀଲ କୁମାର ବାଗ ସଭା ପରିଚାଳନା କରିଥିଲେ। ଏଥିରେ କବି ଯୁଧିଷ୍ଠିର ମୁଦୁଲି, ଐଶ୍ଚର୍ଯ୍ୟା ପ୍ରଧାନଙ୍କ ସମେତ ଅନ୍ୟମାନେ କବିଙ୍କ ସ୍ମୃତିଚାରଣ ସହିତ କବିଙ୍କ ରଚିତ କବିତା ଆବୃତ୍ତି କରିଥିଲେ। ଶେଷରେ ସଭାପତି ଶ୍ରୀ ସାହା ସାମୁହିକ ଧନ୍ୟବାଦ ଅର୍ପଣ କରିଥିଲେ। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଇଷ୍ଟର୍ଣ ପ୍ରେସ ଏଜେନ୍ସି ର ରୌପ୍ୟ ଜୟନ୍ତୀ ସମାରୋହରେ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ସାହୁ ସମ୍ବର୍ଦ୍ଧିତ

masiha

ଆମ ପୁଲିସ ର ସଚେତନତା ବୈଠକ

Sunil Chandra Nayak

ବାଣପୁର ଗ୍ରାମୀଣ ମହିଳା ମହାବିଦ୍ୟାଳୟରେ ଆତ୍ମରକ୍ଷା ପ୍ରଶିକ୍ଷଣ ଶିବିର ଉଦଯାପିତ !!!

Sunil Chandra Nayak

Leave a Comment

error: Content is protected !!