ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜନଜାତୀୟ ଗୌରବ ଦିବସ ପାଳିତ

ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ଜନଜାତୀୟ ଗୌରବ ଦିବସ ପାଳିତ

ବଡ଼ବିଲ/କୋଇଡ଼ା:  ଜିନ୍ଦଲ ଷ୍ଟିଲର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ କାଶିଆ, ରୋଇଡ଼ା-I ଓ ଟେନସା ମାଇନ୍ସରେ ଅଞ୍ଚଳରେ ମହାନ ବନବାସୀ ସ୍ୱାଧୀନତା ସଂଗ୍ରାମୀ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୦ତମ ଜନ୍ମଦିବସ ତଥା ଜନଜାତୀୟ ଗୌରବ ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।

କାଶିଆ ଓ ରୋଇଡ଼ା-I ମାଇନ୍ସ ଅଞ୍ଚଳରେ ସ୍କୁଲ ଛାତ୍ରଛାତ୍ରୀ, ମହିଳା ସ୍ୱୟଂସହାୟିକା ଗୋଷ୍ଠୀ ସଦସ୍ୟ ଓ ସ୍ଥାନୀୟ ଜନଜାତି ସମୁଦାୟ ସାମିଲ ହୋଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ବ୍ରିଟିସ ଶାସନ ବିରୋଧରେ ବିର୍ସା ମୁଣ୍ଡାଙ୍କ ଆନ୍ଦୋଳନ, ଜନଜାତି ଧର୍ମସଂସ୍କୃତିର ସୁରକ୍ଷା ପାଇଁ ସଂଘର୍ଷ ଓ ବଳୀଦାନକୁ ସମସ୍ତେ ସ୍ମରଣ କରିଥିଲେ। ସ୍କୁଲ ଛାତ୍ରଛାତ୍ରୀମାନେ ପାରମ୍ପରିକ ଜନଜାତି ବେଶଭୂଷା ସହ ଅସ୍ତ୍ରଶସ୍ତ୍ରରେ ସଜ୍ଜିତ ହୋଇଥିଲେ। ଏହି କାର୍ଯ୍ୟକ୍ରମରେ ଜନଜାତି ପରମ୍ପରା ଓ ସଂସ୍କୃତିର ନିଦର୍ଶନ ଦେଖିବାକୁ ମିଳିଥିଲା।

ଏହି ଅବସରରେ କମ୍ପାନିର ଅଗ୍ନିଶମ ଓ ନିରାପତ୍ତା ବିଭାଗ ଅଧିକାରୀମାନେ ଅଗ୍ନି ନିରାପତ୍ତା ଓ ସଡ଼କ ସୁରକ୍ଷା ସମ୍ପର୍କରେ ସ୍ଥାନୀୟ ଅଧିବାସୀଙ୍କୁ ସଚେତନ କରାଇଥିଲେ। ଏହା ସହିତ ଏକ ନିରାପତ୍ତା ସଚେତନତା ରଥର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଜିନ୍ଦଲ ଷ୍ଟିଲ- ବିକେଟିଆର କ୍ଲଷ୍ଟର ମୁଖ୍ୟ ଶ୍ରୀ ପ୍ରମୋଦ କୁମାର ପାତ୍ର ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ। ଶ୍ରୀ ପାତ୍ର ମହାନ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କର ଅବଦାନ ସମ୍ପର୍କରେ ସ୍ମରଣ କରିବା ସହ ଜିନ୍ଦଲର ଦାୟିତ୍ୱପୂର୍ଣ୍ଣ ଖଣି ପରିଚାଳନା ନୀତି ସମ୍ପର୍କରେ ସ୍ଥାନୀୟ ଅଧିବାସୀମାନଙ୍କୁ ଅବଗତ କରାଇଥିଲେ। ଏହି ରଥ ସେରେଣ୍ଡା ଓ ଭଦ୍ରାସାହି ପଞ୍ଚାୟତର ଦଶଟି ଗ୍ରାମ ପରିକ୍ରମା କରି ଅଗ୍ନି ନିରାପତ୍ତା ଓ ସଡ଼କ ସୁରକ୍ଷା ସମ୍ପର୍କରେ ସଚେତନ କରିବ।

ସେହିପରି ଫାଉଣ୍ଡେସନ ପକ୍ଷରୁ ଟେନସା ଜିରୋ ପଏଣ୍ଟରେ ବିର୍ସାମୁଣ୍ଡାଙ୍କ ୧୫୦ତମ ଜନ୍ମଦିବସ ଓ ଜନଜାତୀୟ ଗୌରବ ଦିବସ ପାଳିତ ହୋଇଥିଲା। ମାଇନ୍ସ ମ୍ୟାନେଜର ଶ୍ରୀ ଭରଦ୍ୱାଜ ରାଉତ ସ୍ୱାଧୀନତା ସଂଗ୍ରାମରେ ସହିଦ ବିର୍ସା ମୁଣ୍ଡାଙ୍କର ବଳିଦାନ ଓ ଜନଜାତି ସମ୍ପ୍ରଦାୟର ବିକାଶ ପାଇଁ ତାଙ୍କ ଅବଦାନ ସମ୍ପର୍କରେ ବର୍ଣ୍ଣନା କରିଥିଲେ। ଏହା ସହିତ ଶ୍ରୀ ରାଉତ ଘରେ ଓ କାର୍ଯ୍ୟକ୍ଷେତ୍ରରେ ନିରାପତ୍ତା ଅଭ୍ୟାସର ଗୁରୁତ୍ୱ ସମ୍ପର୍କରେ କହିଥିଲେ। ଏଥିରେ ସ୍ଥାନୀୟ ଅଞ୍ଚଳର ଜନଜାତି ସମୁଦାୟ ଯୋଗଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଜନଜାତି ସଂସ୍କୃତି ଓ ପରମ୍ପରାର ଝଲକ ଦେଖିବାକୁ ମିଳିଥିଲା।

ସହିଦ ବିର୍ସା ମୁଣ୍ଡାଙ୍କ ଜନ୍ମ ଦିବସ ପାଳନରେ, ଜନଜାତି ସମୁଦାୟ ପ୍ରତି ଜିନ୍ଦଲ ଫାଉଣ୍ଡେସନର ସମ୍ମାନ ପ୍ରଦର୍ଶିତ ହେଉଛି। ଜିନ୍ଦଲ ଷ୍ଟିଲ ତୃଣମୂଳସ୍ତରରେ ଜନଜାତି ସମୁଦାୟର ଜୀବନଜୀବିକାରେ ସକରାତ୍ମକ ପରିବର୍ତ୍ତନ ଆଣିବାରେ ଅଗ୍ରଣୀ ଭୂମିକା ନିର୍ବାହ କରିଆସୁଛି। ଜିନ୍ଦଲ ଷ୍ଟିଲର ନିରନ୍ତର ସାମାଜିକ ଉନ୍ନୟନ କାର୍ଯ୍ୟକ୍ରମ, ଏହାର ସମସ୍ତ କାର୍ଯ୍ୟକ୍ଷେତ୍ରର ପାରିପାର୍ଶ୍ୱିକ ଅଞ୍ଚଳରେ କାର୍ଯ୍ୟକାରୀ ହେଉଛି। ଚିରନ୍ତନ ବିକାଶ, ନୂତନତା ଓ ସାମଗ୍ରିକ ଅଭିବୃଦ୍ଧି ଉପରେ ନିରନ୍ତର ଗୁରୁତ୍ୱ ପ୍ରଦାନ ସହ ସମୁଦାୟକୁ ସଶକ୍ତ କରିବା, ସ୍ୱାସ୍ଥ୍ୟକର ଓ ଚିରନ୍ତନ ଭବିଷ୍ୟତ ନିର୍ମାଣ କରିବାରେ ଜିନ୍ଦଲ ଫାଉଣ୍ଡେସନ ଅବିରତ କାର୍ଯ୍ୟ କରୁଛି। 

ସୀତାରାମ ଦୀକ୍ଷିତ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ପଞ୍ଚାୟତ ସମିତି କାର୍ଯ୍ୟାଳୟ ରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର 

masiha

ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟ, ରାଉରକେଲା ପକ୍ଷରୁ ୭୬ତମ ଏନ୍‌ସିସି ଦିବସ ପାଳନ

masiha

ନୂତନ ବର୍ଷ ରେ ଜ଼ିଲ୍ଲା ପ୍ରଶାସନ ପକ୍ଷ ରୁ ମଦୁଆ ଙ୍କୁ ସାବଧାନ

Sunil Chandra Nayak

Leave a Comment

error: Content is protected !!