ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର 

ବେଦବ୍ୟାସ ବିକାଶ ମଞ୍ଚ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର 

ରାଉରକେଲା: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରାଉରକେଲା ଆଗମନ ହୋଇଥିବାବେଳେ ବେଦବ୍ୟାସ ବିକାଶ ମଞ୍ଚର ତରଫରୁ ସଭାପତି ବଦ୍ରୀନାରାୟଣ ପାଢ଼ୀ, ଉପସଭାପତି ହୃଷିକେଶ ବଳିୟାରସିଂହ, ରମାକାନ୍ତ ପାଣ୍ଡେ, ସାଧାରଣ ସମ୍ପାଦକ ବିଭୂତି ଭୂଷଣ ଦାସ, ସମ୍ପାଦକ ବିଜୟାନନ୍ଦ ଅଗ୍ରୱାଲ ଏବଂ ରୋଶନ ସାହୁ ପ୍ରମୁଖ ବ୍ୟକ୍ତିମାନେ ତାଙ୍କୁ ସାକ୍ଷାତ କରିଥିଲେ l ଏହି ଅବସରରେ ଗତ ୮ ଅଗଷ୍ଟ ୨୦୨୪ ତାରିଖରେ ବେଦବ୍ୟାସ ପୀଠରୁ ତ୍ରିବେଣୀ ଘାଟ (ହାଡ଼ପକା ଘାଟ)କୁ ସଂଯୋଗ କରିବା ପାଇଁ ଏକ ଝୁଲାପୋଲ ପ୍ରକଳ୍ପ ସରକାରଙ୍କ ଅନୁମୋଦନ ଲାଭ କରିଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟାରମ୍ଭରେ ଅହେତୁକ ବିଳମ୍ବ ହେବା ଏବଂ ସଙ୍ଗମ ସ୍ଥଳରେ ଶଙ୍ଖ, କୋଇଲି ଏବଂ ବ୍ରାହ୍ମଣୀ ନଦୀର ଉଭୟ ପାର୍ଶ୍ୱରେ ଅନ୍ୟୁନ ଦଶ କିଲୋମିଟର ନଦୀବନ୍ଧ, ନଦୀବନ୍ଧ ଉପରେ ରାସ୍ତା, ପଥର ବନ୍ଧ ଏବଂ ପାହାଚ ନିର୍ମାଣ କରାଯାଇ ବର୍ଷତମାମ ଜଳ ସଂରକ୍ଷଣ କରିବା ପାଇଁ ଏକ ଜଳ ଭଣ୍ଡାର ସୃଷ୍ଟି ସହିତ ବେଦବ୍ୟାସ ପୀଠକୁ ତପୀଭୂମିର ମାନ୍ୟତା ପ୍ରଦାନ, ପୂଜାର୍ଚ୍ଚନା ତଥା ଆରାଧନା ପାଇଁ ପରିବେଶ ସୃଷ୍ଟି, ଭାରତବର୍ଷର ବିଭିନ୍ନ ପ୍ରାନ୍ତର ସାଧୁସନ୍ଥଙ୍କୁ ନେଇ ବାର୍ଷିକ ଉତ୍ସବ ଆୟୋଜନ, ବେଦବ୍ୟାସ ପୀଠରେ ବୋଟନିକାଲ ଗାର୍ଡେନ ପ୍ରତିଷ୍ଠା, ଯୋଗଶିକ୍ଷା କେନ୍ଦ୍ର ସ୍ଥାପନ, ଧର୍ମ ସଂସ୍କୃତି ମହାବିଦ୍ୟାଳୟ ସ୍ଥାପନ, ପାଠାଗାର ଓ ଆଲୋଚନା କକ୍ଷ ନିର୍ମାଣ, ପାନ୍ଥଶାଳା ତଥା ଧର୍ମଶାଳା ନିର୍ମାଣ, ସଙ୍ଗମ ସ୍ଥଳରେ ବ୍ରାହ୍ମଣୀ ନଦୀର ମଧ୍ୟ ଭାଗରେ ଭଗବାନ ବ୍ୟାସଦେବଙ୍କ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ବେଦବ୍ୟାସରେ ପ୍ରାୟ ୨୪ କୋଟି ଟଙ୍କା ଡ଼ି. ଏମ. ଏଫ ପାଣ୍ଠି ବିନିଯୋଗରେ ୨୦୨୨ ଅକ୍ଟୋବର ମାସରୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇସାରିଥିବା ୨୦୦ ଶଯ୍ୟା ବିଶିଷ୍ଟ ଵୃଦ୍ଧାଶ୍ରମ ୨୪ ମାସ ପରେ ମଧ୍ୟ କାର୍ଯ୍ୟକ୍ଷମ ହୋଇପାରି ନଥିବା ଯୋଗୁଁ ଏହାକୁ ଚାଲୁ କରିବା ପାଇଁ ସରକାରୀ ସ୍ତରରେ ପ୍ରୟାସ ଆରମ୍ଭ କରିବା ଉପରେ ଦୁଇଟି ସ୍ମାରକପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଥିଲେ l ଏହି ସମସ୍ତ କାର୍ଯ୍ୟର ଅଗ୍ରଗତି ଉପରେ ଯଥାସମ୍ଭବ ପଦକ୍ଷେପ ନେବା ପାଇଁ ଟ୍ରଷ୍ଟିମାନେ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ଥାନାରେ ଯୋଗଦାନ କଲେ ନୂଆ ଥାନା ଅଧିକାରୀ 

masiha

କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମଙ୍କ ଧର୍ମପତ୍ନୀ ଝିଙ୍ଗିଆ ଓରାମଙ୍କ ପ୍ରଥମ ବାର୍ଷିକ ଶ୍ରାଦ୍ଧ ଦିବସରେ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଜଗନ୍ନାଥ ମନ୍ଦିର ରେ ପାନୀୟ ଜଳ ପ୍ରକଳ୍ପ ରେ ମହାଦୁର୍ନୀତି କଲେ ଠିକାଦାର, ସରପଞ୍ଚ ଙ୍କ ପ୍ରତିନିଧି       

Leave a Comment

error: Content is protected !!