ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳ ସ୍ନେହୀ ମହିଳା ସମିତିର ବେଦବ୍ୟାସ ଅଗ୍ନି ବାବା ଆଶ୍ରମରେ ସେବା କାର୍ଯ୍ୟକ୍ରମ

ଉତ୍କଳ ସ୍ନେହୀ ମହିଳା ସମିତିର ବେଦବ୍ୟାସ ଅଗ୍ନି ବାବା ଆଶ୍ରମରେ ସେବା କାର୍ଯ୍ୟକ୍ରମ

ରାଉରକେଲା: ବେଦବ୍ୟାସ ସ୍ଥିତ ଅଗ୍ନି ବାବା ଆଶ୍ରମରେ ଉତ୍କଳ ସ୍ନେହୀ ମହିଳା ସମିତି ଆନୁକୂଲ୍ୟରେ ଏକ ସେବା ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ବେଦବ୍ୟାସ ଗୁରୁକୁଳ ଆଶ୍ରମର ଶତାଧିକ ଅନ୍ତେବାସୀ ମାନଙ୍କ ସହ ମହିଳା ସମିତିର ସଦସ୍ୟା ମାନେ ଭାବ ବିନିମୟ କରିବାସହ ସାମୂହିକ ମଧ୍ୟାହ୍ନ ଭୋଜନରେ ଆପ୍ୟାୟିତ କରିଥିଲେ। ଅନ୍ତେବାସୀ ମାନେ ବେଦମନ୍ତ୍ର ପାଠ ସହ ସଦସ୍ୟା ମାନଙ୍କୁ ସ୍ବାଗତ କରିଥିଲେ।

ଉତ୍କଳ ସ୍ନେହୀ ମହିଳା ସମିତିର ସଭାପତି ସବିତା ସାହୁଙ୍କ ନେତୃତ୍ୱରେ ଗୀତା ସେନାପତି, ସାବିତ୍ରୀ ଦାସ, ବିଜୟଲକ୍ଷ୍ମୀ ମିଶ୍ର, ଭାରତୀ କର, ଅନିତା ସାହୁ, ସୁଜାତା ପଟ୍ଟନାୟକ, ରସ୍ମିତା ସାହୁ, ସାଗରବାଳା ଦାଶ ପ୍ରମୁଖ ସଦସ୍ୟା ମାନେ ସହଯୋଗ କରିଥିବାବେଳେ ଡାକ୍ତର ଗୋକୁଳାନନ୍ଦ ସାହୁ, ସନ୍ତୋଷ କୁମାର ମିଶ୍ର, ଲକ୍ଷ୍ମଣ ନାଥ ଦାସ, ଦିଲୀପ କୁମାର ସାହୁ, ସୁଧାଂଶୁ ଶେଖର ପଣ୍ଡା, ବସନ୍ତ କୁମାର ସେନାପତି, ପ୍ରଦୀପ କୁମାର ପ୍ରଧାନ, ନିର୍ମଳ ଚନ୍ଦ୍ର ଆଚାର୍ଯ୍ୟ, ଡଃ ଉମାକାନ୍ତ ପଣ୍ଡା, ଡଃ ସରୋଜିନୀ ସାହୁ ପ୍ରମୁଖ ଯୋଗ ଦେଇ ଭାବରେ ଆଦାନ ପ୍ରଦାନ କରିଥିଲେ। ଆଶ୍ରମର ସ୍ବାମୀ ଶ୍ରୀ କୈବଲ୍ୟ ମୁନି ( ଅଗ୍ନି ବାବା) ସମସ୍ତଙ୍କୁ ଆଶିର୍ବାଦ ପ୍ରଦାନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ବିଇଓ ଙ୍କୁ ଏକ୍ସ କେଡର- ୨୦୨୪ ଶିକ୍ଷକ ସଂଘ ତରଫରୁ ସମ୍ବର୍ଦ୍ଧନା

masiha

କଅଁସିଲରେ ବିଶ୍ୱ ଆଦିବାସୀ ଦିବସ

Sunil Chandra Nayak

ବ୍ଲକ ସ୍ତରୀୟ ବିଜ୍ଞାନ ମେଳା

masiha

Leave a Comment

error: Content is protected !!