ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା- ୨୦୨୫ ଅନୁଷ୍ଠିତ

ଗୋଲାମୁଣ୍ଡା ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା- ୨୦୨୫ ଅନୁଷ୍ଠିତ

ଜୁନାଗଡ଼ (ମ ନି ସ):-କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ପରିସରରେ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ବ୍ଲକ ସ୍ତରୀୟ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମେଳା ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ତ୍ରିପୁରା ମହାନନ୍ଦଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଗୋଲାମୁଣ୍ଡା ବ୍ଲକ ଅଧକ୍ଷ ବିନ୍ଦୁ ମହାନନ୍ଦ , ମୁଖ୍ୟ ବକ୍ତା ଭାବେ ଜିଲ୍ଲା ପ୍ରାଣୀ ସମ୍ପଦ ଅଧିକାରୀ ନିରୋଦ ଚନ୍ଦ୍ର କହ୍ନର ଯୋଗଦାନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ଜ୍ଞାନ ରଞ୍ଜନ ସେଠି, ବନ୍ଦନା ରାଣୀ ପଣ୍ଡା ସହକାରୀ ମସ୍ୟ ଅଧିକାରୀ ସମ୍ମାନିତ ଅତିଥି ଭାବେ ସାଂସଦ ପ୍ରତିନିଧି ପ୍ରସନ୍ନ କୁମାର ରାଉତ,ତହସିଲଦାର ଚନ୍ଦନ କୁମାର ନାଏକ, ଗୋଷ୍ଠୀ ପ୍ରାଣୀ ଚିକିତ୍ସା ଅଧିକାରୀ ମଞ୍ଜୁଲତା ବାଗ, ଗୋଲାମୁଣ୍ଡା କୃଷି ଅଧିକାରୀ ନଉ କିଶୋର ନାଗ,ବରିଷ୍ଠ ସମାଜସେବୀ ଶ୍ୟାମସୁନ୍ଦର ଅଗ୍ରୱାଲ,ଜିଲ୍ଲା ପରିଷଦ ଜୋନ ନମ୍ବର ୧-ହେମାଙ୍ଗିନୀ ରାଉତ, ସରିତା ମାଝୀ ଜିଲ୍ଲା ପରିଷଦ ଜୋନ ନମ୍ବର -୨ ,ଜୟସେନ ସାହୁ ଜୋନ ନମ୍ବର -୩,ସରପଞ୍ଚ ଖଲିଆପାଲି ଗ୍ରାମ ପଂଚାୟତ ଜିମୂତ ହରପାଳ ପ୍ରମୁଖ ଯୋଗଦେଇଥିଲେ।ମତ୍ସ୍ୟ ପୋଖରୀ,ମତ୍ସ୍ୟ ଚାଷ, ଗୋପାଳନ, କୁକୁଡ଼ା ଓ ଘାସ ଚାଷ ଆଦିକୁ ବିଭାଗ ପକ୍ଷରୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଏ ନେଇ ଚାଷୀଙ୍କ ପାଇଁ ବିଭିନ୍ନ ଷ୍ଟଲର ମଧ୍ୟ ବ୍ୟବସ୍ଥା ହୋଇଥିଲା। ଏପରି କି ଚାଷୀ ବୈଜ୍ଞାନିକ ଆଲୋଚନା ଚକ୍ର ମାଧ୍ୟମରେ ଚାଷୀ ଭାଇଙ୍କ ସମସ୍ୟା ଦୂରୀଭୂତ କରିବା ସହିତ ସରକାରୀ ଯୋଜନା ଗୁଡିକର ସଠିକ ରୂପାୟନ ହେବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଥିବା ବିଭାଗ ପକ୍ଷରୁ ନିଷ୍ପତି ନିଆଯାଇଛି। ଏହି କାର୍ଯ୍ୟକ୍ରମରେ ସମସ୍ତ ପଞ୍ଚାୟତର ଲୋକପ୍ରତିନିଧି ଏବଂ ଚାଷୀ ମାନେ ଉପସ୍ଥିତ ଥିଲେ। ସଫଳ ଚାଷୀ ଭାବେ ଗୋଲାମୁଣ୍ଡା ବ୍ଲକ ର ୦୮ ଜଣଙ୍କୁ ସମ୍ମାନିତ କରାଯାଇଥିଲା।ଏହି ସଭାକୁ ଖମାର ହଳଦୀ ଗ୍ରାମ ପଂଚାୟତ କାର୍ଯ୍ୟ ନିର୍ବାହ ଅଧିକାରୀ ବିଶ୍ୱ ରଞ୍ଜନ ପଣ୍ଡା ମଞ୍ଚ ପରିଚାଳନା କରିଥିଲେ।ସମାଜସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ଧନ୍ୟବାଦ ଦେଇ ସଭାକୁ ସାଙ୍ଗ କରିଥିଲେ। 

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

ଝରିଗାଁ ଠାରେ ପ୍ରକଳ୍ପ ସ୍ତରୀୟ ପୋଷଣ ମାହ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଜନ ମଙ୍ଗଳ, ରାସୋଳ ପକ୍ଷରୁ ଐତିହାସିକ ପର୍ବ ଉତ୍କଳ ଦିବସ ପାଳିତ

Sunil Chandra Nayak

ସ୍ବସ୍ତି ଝଙ୍କାର ର ୨୭ ତମ ରାଜ୍ୟସ୍ତରୀୟ ନାଟକ ମହୋତ୍ସବ ଆସନ୍ତା ୨୦ ରୁ ଓ କବିତାୟନ ଆସନ୍ତା ୨୫ ଓ ୨୬ ରେ……

Sunil Chandra Nayak

Leave a Comment

error: Content is protected !!