ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ଉପକରଣ ଆକଳନ ଶିବିର

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ଉପକରଣ ଆକଳନ ଶିବିର

ମୟୂରଭଂଜ – ୧୯ – ୧୧ —  – ରାଇରଙ୍ଗପୁର ଗୋଷ୍ଠୀଶିକ୍ଷାଧୀକାରୀଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଦିନ ଭିନ୍ନକ୍ଷମ ଶିକ୍ଷାର୍ଥୀ ମାନଙ୍କ ପାଇଁ ବିଭିନ୍ନ ସହାୟକ ଉପକରଣ ଓ ସ୍ବୟଂ ଚାଳିତ ଯନ୍ତ୍ରାଂଶ ଉପକରଣ ଆକଳନ ଶିବିର ଓ କୃତ୍ରିମ ଅଙ୍ଗ ପ୍ରତ୍ୟେଙ୍ଗ ଆକଳନ ଶିବିର ମୁଖ୍ୟ ଅତିଥିବିଇଓ ଘନଶ୍ୟାମ ମୁର୍ମୁ ,ଡ଼ାଃ ଅମୂଲ୍ୟ ରତ୍ନ ନାୟକ,ଡ଼ାଃ ଇପ୍ସିତା ବିଶ୍ବାସ,ଅଡିଓଲୋଜିଷ୍ଟ ଶିବଶଙ୍କର ଦଳେଇ,ଵିଆରଟି ମହେଶ ଚନ୍ଦ୍ର ମହାପାତ୍ର,ବିଆରଟି ସାଗରିକା ପଣ୍ଡାଙ୍କ,ଶିକ୍ଷକ ଅଜିତ ମଣ୍ଡଳ, ଯାମଦା ଵିଆରଟି ସତ୍ଯବାନ ଗିରି ଵିଜାତଳା ଵିଆରଟି ଦୟାନିଧି ଧନି, ଵିଜାତଳା ଵିଆଟି ପ୍ରଶାନ୍ତ ଦାସ ,ପିସିଏମ ସ୍କୁଲ ପ୍ରଧାନ ଶିକ୍ଷକ ରୁଦ୍ର ଗିରି, ଶିକ୍ଷକ ଆଶିଷ ମଣ୍ଡଳ,ଗଜାନନ ଙ୍କ ପାଖରେ ପ୍ରଦୀପ ପ୍ରଜ୍ବଳନ କରାଯାଇ ଉଦଘାଟିତ ହୋଇଥିଲା । ଅତିଥିଗଣ କହିଥିଲେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନେ ଆମଦେଶରେ ସୁନାଗରିକ ।ସେମାନେ ସମାଜରେ ଅଲୋଡା ଓ ବୋଝ ନୁହନ୍ତି ।ଭଗବାନ ସେମାନଙ୍କୁ ବହୁତ ଅନ୍ତର୍ନୀହିତ ଗୁଣ ଦେଇଛନ୍ତି ।ସେମାନଙ୍କୁ ସୁଯୋଗ ଦେଲେ ସେମାନେ ଆଗକୁ ବଢିଵେ ।ଏହି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ବ୍ଳକ ଏବଂ ମ୍ୟୁନିସିପାଲଟି,ଜାମଦା ବ୍ଳକ ଏବଂ ବିଜାତଳା ବ୍ଳକ ର ୧୧୦ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ଅଭିଜ୍ଞ ମାନସିକ ଡାକ୍ତର,ଅର୍ଥୋପେଡି ଡାକ୍ତର ଏବଂ ଶ୍ରବଣ ବିଶେଷଜ୍ଞଙ୍କ ଦ୍ଵାରା ପରୀକ୍ଷା କରାଯାଇଥିଲା । ୬୪ ଜଣଙ୍କର ୮୩ ଟି ବିଭିନ୍ନ ସହାୟକ ଉପକରଣ ଯୋଗାଇ ଦିଆଯିବା ପାଇଁ ଆକଳନ କରାଯାଇଛି ଓ ୫୯ଟି କୃତ୍ରିମ ଅଙ୍ଗ ପ୍ରତ୍ଯେଙ୍ଗ ଯୋଗାଇଦେବାକୁ ସ୍ଥିର ହୋଇଛି ।ଆଗାମୀ ଦିନରେ ସରକାରଙ୍କ ତରଫରୁ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କୁ ମାଗଣାରେ ସହାୟକ ଉପକରଣ ବଣ୍ଟନ କରାଯିବ ବୋଲି ଵିଆରଟି ମହେଶ ଚନ୍ଦ୍ର ମହାପାତ୍ର ସୂଚନା ଦେଇଛନ୍ତି ।

ମୟୂରଭଂଜ ରୁ ଅକ୍ଷୟ ଵିଶ଼୍ବାଳ ମସିହା ନିଉଜ

Related posts

ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ୪୨ ତମ ବାର୍ଷିକ ଉତ୍ସବ 

Sunil Chandra Nayak

ରାୟଗଡ଼ ବନାଞ୍ଚଳ ତରଫରୁ ସୁଲଭ ମୂଲ୍ୟରେ ଚାରା ବଣ୍ଟନ 

masiha

ଖଡିଆଳ ଅଞ୍ଚଳ କୁ ପଶିଲା ଜଙ୍ଗଲି ହାତୀ। ସୁରକ୍ଷା ପାଇଁ ନିୟୋଜିତ ଖଡ଼ିଆଳ ବନ କର୍ମଚାରୀ

Sunil Chandra Nayak

Leave a Comment

error: Content is protected !!