ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀରେ ଭାଜପାର ଏକତା ପଦଯାତ୍ରା ଅନୁଷ୍ଠିତ

ସର୍ଦ୍ଦାର ପଟେଲଙ୍କ ୧୫୦ ତମ ଜୟନ୍ତୀରେ ଭାଜପାର ଏକତା ପଦଯାତ୍ରା ଅନୁଷ୍ଠିତ

ଜୁନାଗଡ଼୨୩/୧୧(ମନୀସ) -ରାଜ୍ୟରେ ସରକାର ଗଠନ କରିଛି ଭାଜପା।ଏହାଦ୍ୱାରା ଦଳର ଦାଇତ୍ୱ ଓ ଉତ୍ତର ଦାଇତ୍ୱ ବଢିଯାଇଛି।ଲୋକଙ୍କ ସମସ୍ୟା ସମାଧାନ ଆମ ପ୍ରାଧାନ୍ୟ ହେବା ଉଚିତ।ଆମେ ସଙ୍ଗଠନକୁ ଲୋକାଭିମୁଖୀ କରିବାକୁ ହେବ।ଏହି ଭଳି ଚିନ୍ତାଧାରରେ ସଙ୍ଗଠନକୁ ସୁଦୃଢ କରିବାରେ ପ୍ରୟାସରତ ଭାଜପା।କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ଆରଏମସି ଠାରେ ଆଜି ଭାଜପା ପକ୍ଷରୁ ସର୍ଦ୍ଧାର ପଟେଲଙ୍କ ୧୫୦ ତମ ଜନ୍ମ ଜୟନ୍ତୀ ସହ ଭଗବାନ ବିର୍ସା ମୁଣ୍ଡା ଙ୍କ ୧୫୦ ତମ ଜୟନ୍ତୀ ସହ ବନ୍ଦେ ମାତରଂ ର ୧୫୦ ବର୍ଷ ପୂର୍ତ୍ତି ଓ ଆତ୍ମ ନିର୍ଭର ଭାରତ ଉପରେ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ପ୍ରଥମେ ଦଳୀୟ କାର୍ଯ୍ୟାଳୟ ଠାରୁ ଏକ ରାଲି ସଭାସ୍ଥଳ ପର୍ଯ୍ୟନ୍ତ ଆସିଥିଲା।ଅନୁଷ୍ଠିତ ସଭାରେ ଜିଲ୍ଲା ସଭାପତି ଯୁଗଳ ପୋଢ଼, ପୂର୍ବତନ ସଭାପତି ଦେବେନ୍ଦ୍ର ମହାନ୍ତି, ପୂର୍ବତନ ମନ୍ତ୍ରୀ ହିମାଂଶୁ ଶେଖର ମେହେର, ଭାଜପାର ବରିଷ୍ଠ ନେତା ମନୋଜ ମେହେର, ଗୋଳାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ, ଜିଲ୍ଲା ଉପସଭାପତି ଅଜୟ ପାଣିଗ୍ରାହୀ ଓ ମୁକେଶ ଅଗ୍ରୱାଲ, ସର୍ଦାର ବଲ୍ଲଭ ଭାଇ ପଟେଲ ଜିଲ୍ଲା ଉପ କୋଡିନେଟର ହିମାଂଶୁ ଶେଖର ବରାଡ଼,ଟଙ୍କ ନାଏକ,କାଳିନ୍ଦୀ ପାଣିଗ୍ରାହୀ, ସତ୍ୟ ବେହେରା, କଲକୀ ବଣୁଆ, ପ୍ରଭୁଦତ୍ତ ପଣ୍ଡା, କାଞ୍ଚନ ବାଗ,ନୁର୍ଯ୍ୟ ମାଝୀ, ସତ୍ୟ ପଣ୍ଡା, ଯୁବନେତା ଦିବ୍ୟ ଦୀପ,ବିକ୍ରାନ୍ତ ପଟ୍ଟନାୟକ,ରଞ୍ଜନ ଜାଲ, ହାସ୍ୟ ବିଶ୍ୱାଳ, ଅଂଶୁମାନ ଯୋଶୀ, ଷଷ୍ଠି ବେହେରା, ରୋଶନ ନାଏକ ଓ ସମସ୍ତ ମଣ୍ଡଳ ସଭାପତି ସମେତ ଅନ୍ୟାନ୍ୟ ବରିଷ୍ଠ କାର୍ଯ୍ୟକର୍ତା ମଞ୍ଚରେ ଆସିନ ଥିଲେ।ଏହି କର୍ଯ୍ୟରେ ଜିଲ୍ଲା ତଥା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ବହୁ ମଣ୍ଡଳ କାର୍ଯ୍ୟକର୍ତା, ବିଭିନ୍ନ ଛାମୁଆଁ ସଂଗଠନର କାର୍ଯ୍ୟକର୍ତା, ଶତାଧିକ ମହିଳା, ପୁରୁଷ କର୍ମୀ ଉପସ୍ଥିତ ଥିଲେ।ସର୍ଦ୍ଧାର ବଲ୍ଲଭ ଭାଇ ପଟେଲ ଓ ଭଗବାନ ବିରସା ମୁଣ୍ଡାଙ୍କ ଦେଶପାଇଁ ତ୍ୟାଗ ଓ ବଳିଦାନ ଉପରେ ବକ୍ତାମାନେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ କାର୍ଯ୍ୟକର୍ତାଙ୍କ ଉପସ୍ଥିତି ଯୋଗୁଁ ଭାଜପା ଶିବିରରେ ଉତ୍ସାହ ଦେଖିବାକୁ ମିଳିଥିଲା। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଆଞ୍ଜୁଳାଏ ଫୁଲ’ କବିତା ସଂକଳନ ଲୋକାର୍ପିତ 

masiha

ଆମପାଣି ଓ ଗମ୍ଭାରୀଗୁଡା ପଞ୍ଚାୟତ ରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଆସନ୍ତା ୧୪ରୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଆଜି ରାହାଗିରିରେ ଝୁମିଲା କଳାହାଣ୍ଡି ….

masiha

Leave a Comment

error: Content is protected !!