ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ 

ଓଡ଼ିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ 

ରାଉରକେଲା: ଓଡ଼ିଆ ଭାଷା ବିକାଶ ମଞ୍ଚ ପକ୍ଷରୁ କଲଚରାଲ ଏକାଡେମୀ ପରିସରରେ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଏବଂ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ଅମୃତ ସନ୍ଧାନୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପାଳନ ସହିତ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି। ମଞ୍ଚ ଆନୁକୂଲ୍ୟରେ ଆୟୋଜିତ ଏହି ସଭାରେ ମୁଖ୍ୟ ଆଲୋଚକ ରୂପେ ବିଶିଷ୍ଟ ହେତୁତତ୍ତ୍ଵବିତ୍ ଗଗନ ବିହାରୀ ଧଳ ଯୋଗଦାନ କରିଥିଲେ। ଆବାହକ ଶ୍ରୀ ମହାପାତ୍ର ତାଙ୍କ ପ୍ରାରମ୍ଭିକ ସମ୍ପାଦକୀୟ ଅଭିଭାଷଣରେ ନବକୃଷ୍ଣଙ୍କ ବ୍ୟକ୍ତିଗତ ଜୀବନ ଓ ରାଜନୈତିକ ଜୀବନ ସମ୍ପର୍କରେ ଆଲୋକପାତ କରି ତାଙ୍କର ଋଷି ପ୍ରତିମ ରାଜନୈତିକ ବ୍ୟକ୍ତିତ୍ବ ଓ ପ୍ରବନ୍ଧାବଳୀ ସମ୍ପର୍କରେ ସୂଚନା ଦେଇଥିଲେ।

କବି ଧନଞ୍ଜୟ ମଲ୍ଲିକ ନବକୃଷ୍ଣଙ୍କ ମୁଖ୍ୟମନ୍ତ୍ରୀ ପଦ ଛାଡ଼ିବା ପରବର୍ତ୍ତୀ ସମୟର ଜୀବନଧାରା ସମ୍ପର୍କରେ ଆଲୋକପାତ କରିଥିଲେ। ମୁଖ୍ୟ ଆଲୋଚକ ଶ୍ରୀ ଧଳ ମାର୍କସୀୟ ଚେତନା , ସାମ୍ୟବାଦୀ ଚେତନା ଓ ସର୍ବୋଦୟ ଆନ୍ଦୋଳନରେ ଥିବା ସାମଞ୍ଜସ୍ୟକୁ ବର୍ଣ୍ଣନା କରି ନବକୃଷ୍ଣ ଏହି ଦୁଇ ଚେତନାର ସମନ୍ୱୟ ଆଣି ଭୂସଂସ୍କାର ଆଇନରେ ତାହାକୁ କିପରି ପ୍ରୟୋଗ କରିଥିଲେ ଦର୍ଶାଇଥିଲେ।

ସଭାପତି ଶ୍ରୀ ପତି ତାଙ୍କର ସ୍ବାଗତ ଭାଷଣରେ ନବକୃଷ୍ଣଙ୍କ ଉତ୍କଳ ନବଜୀବନ ମଣ୍ଡଳ, ଭୂଦାନ ଆନ୍ଦୋଳନ, ଭୂସଂସ୍କାର ଆଇନର ଉପରେ ଆଲୋକପାତ କରି ତାଙ୍କର କ୍ରାନ୍ତିଦର୍ଶୀ ଜୀବନଧାରା ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ସଂଗୀତ ସାଧକ ହ୍ୟୁମାନ ସାଗରଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା। ଦ୍ବିତୀୟ ପର୍ଯ୍ୟାୟରେ ରାଜ୍ୟସରକାରଙ୍କ ଦ୍ଵାରା ପୁରସ୍କୃତ କବି ବିଜୟିନୀ ଜେନାଙ୍କ ସଂଯୋଜନାରେ ସର୍ବଶ୍ରୀ ପ୍ରତାପ କୁମାର ପଣ୍ଡା, ଅକ୍ଷୟ କୁମାର ସାମଲ, ତ୍ରିନାଥ ସିଂହ,ପରେଶ୍ ଚନ୍ଦ୍ର ବିଶ୍ୱାଳ, ସୁସ୍ମିତା ମହାପାତ୍ର, କାଶୀନାଥ ପାତ୍ର, ପ୍ରକାଶ ଚନ୍ଦ୍ର ସେଠୀ, ପ୍ରଶାନ୍ତ କୁମାର ପତି, ବିଜୟିନୀ ଜେନା , ସଞ୍ଜୀବ ଭୋଇ,ଶ୍ରୀଧର ସୁନା , ଅଜୟ ମହାନ୍ତି, ମୋହନ ସିଂହ,ଧୋବେଇ ବେହେରା, ଧନଞ୍ଜୟ ମଲ୍ଲିକ ପ୍ରମୁଖ ବହୁ କବି ପ୍ରଗତିଶୀଳ କବିତା ପାଠ କରିଥିଲେ। ରାଉରକେଲାର ବହୁ ସାରସ୍ଵତ ବୁଦ୍ଧିଜୀବୀଙ୍କ ସମେତ ସର୍ବଶ୍ରୀ ପ୍ରଶାନ୍ତ ଦାସ, ପ୍ରଫୁଲ୍ଲ ସାମଲ, ବିଜୟ ରାୟ, କୈଳାସ ଚନ୍ଦ୍ର ମହାଳି, ଗଙ୍ଗାଧର ପୁହାଣ, ଗୌତମ ଦାସ, କାଶୀନାଥ ନନ୍ଦୀ, ବାସୁଦେବ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ସର୍ବଶେଷରେ କବି ପ୍ରତାପ କୁମାର ପଣ୍ଡା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ଵାଭିମାନୀ ଓଡ଼ିଆଣୀ ର କାର୍ତ୍ତିକ ପୂର୍ଣ୍ଣିମା ଉତ୍ସବ 

Sunil Chandra Nayak

ଐତିହ୍ୟ ସଂପନ୍ନ ଡମ୍ ଭାଷାର ସୁରକ୍ଷା ଜରୁରୀ , ‘ଡମ୍ କାଥା’ କବିତା ସଂକଳନର ମୁକ୍ଲା ପରବ ଅନୁଷ୍ଠିତ

masiha

ନୂଆଖାଇ ଭେଟଘାଟ

masiha

Leave a Comment

error: Content is protected !!