ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ

ବ୍ଲକ୍ ସ୍ତରୀୟ କଳାହାଣ୍ଡି ଉତ୍ସବ ଉପଲକ୍ଷେ ପ୍ରସ୍ତୁତି ବୈଠକ 

ଜୁନାଗଡ଼ (ମ ନି ସ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ସଭାଗୃହ ପରିସର ରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ – ୨୦୨୫ ଉପଲକ୍ଷେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିପୁରା ମହାନନ୍ଦ ଙ୍କ ସଭାପତିତ୍ବ ବୈଠକରେ ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ,ତହସିଲଦାର ଚନ୍ଦନ କୁମାର ନାୟକ, ଥାନଥିକାରି ଜ୍ୟୋତି ପ୍ରକାଶ ତାଣ୍ଡି,ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ପ୍ରମୁଖ ଯୋଗଦାନ କରି ମଞ୍ଚାସିନ ହୋଇଥିବା ବେଳେ ୨୮ ଟି ଗ୍ରାମ ପଞ୍ଚାୟତ ର ସମସ୍ତ ସରପଞ୍ଚ,ପିଇଓ ,ସମିତି ସଭ୍ୟ,ସଭ୍ୟା,ସାମାଜିକ କର୍ମୀ ଶ୍ୟାମ ସୁନ୍ଦର ଅଗ୍ରୱାଲ,,ସମସ୍ତ ସାମ୍ବାଦିକ , ଜିଲ୍ଲାପରିଷଦ ସଭ୍ୟା ,ସଭ୍ୟ ଏବଂ ବ୍ଲକ ସ୍ତରୀୟ ସମସ୍ତ ଅଧିକାରୀ ଯୋଗଦାନ କରିଥିଲେ । ଗତବର୍ଷ ଭଳି ଏବର୍ଷ ମଧ୍ୟ ଗୋଲାମୁଣ୍ଡା ସ୍ଥିତ ଶିବାଜି ଖେଳ ପଡିଆ ଠାରେ ତିନି ଦିନ ଧରି କଳାହାଣ୍ଡି ଉତ୍ସବ ପାଳନ କରିବା ନିମନ୍ତେ ପ୍ରସ୍ତାବ ଗୃହୀତ ହୋଇଥିଲା। ଆଗାମୀ ଦିନରେ ହେବାକୁ ଥିବା ଦ୍ଵିତୀୟ ବୈଠକରେ କମିଟି ଗଠନ କରାଯିବା ପାଇ ସ୍ଥିର ହୋଇଥିଲା। ଅଧ୍ୟାପକ ପ୍ରଦୀପ କୁମାର ମିଶ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସମାଜ ସେବୀ ଗଙ୍ଗାଧର ରାଉତ ଧନ୍ୟବାଦ ଅର୍ପଣ କରିବା ସହ ସଭା ସାଙ୍ଗ କରିଥିଲେ । 

ଜଗ ଜୀବନ ସା ଙ୍କ ରିପୋର୍ଟ୍ 

Related posts

ମୁଣ୍ଡରା ଗୁଡ଼ାରେ ସ୍ୱାଭିମାନ ଦିବସ ପାଳିତ

Sunil Chandra Nayak

ବାସିଙ୍ଗିରେ ବାଇକ୍ କାର୍ ମୁହାଁମୁହିଁ; ବାଇକରେ ଥିବା ୩ ଆରୋହୀ ଗୁରୁତର

masiha

ପ୍ରଶାନ୍ତଙ୍କ ହୃଦଘାତରେ ମୃତ୍ୟୁ

Sunil Chandra Nayak

Leave a Comment

error: Content is protected !!