ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମହିଳା ମହାବିଦ୍ୟାଳୟ (ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି)ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ 

ଧର୍ମଗଡ଼ ମହିଳା ମହାବିଦ୍ୟାଳୟ (ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି)ର ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ 

ଦୁଇଦିନ ଧରି ଅନୁଷ୍ଠିତ ଧର୍ମଗଡ଼ ମହିଳା ମହାବିଦ୍ୟାଳୟ (ଯୁକ୍ତ ଦୁଇ ଓ ଯୁକ୍ତ ତିନି)ର ବାର୍ଷିକ କ୍ରୀଡା ଉତ୍ସବ ଆଜି ମହାବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ସବିତା ପାଇକରାୟ ଙ୍କ ସଭାପତିତ୍ବ ତଥା ମୁଖ୍ୟ ଅତିଥି, ଶ୍ରୀ ସତ୍ୟ ପଟ୍ଟନାୟକ, ବିଶିଷ୍ଟ ସାହିତ୍ୟିକ, ବାଗ୍ମୀ ଓ ଶିକ୍ଷାବିତ, ସମ୍ମାନିତ ଅତିଥି ଶ୍ରୀ ଜଗନ୍ନାଥ ରାଓ, ଅଧ୍ୟକ୍ଷ, ପଂଚାୟତ ମହାବିଦ୍ୟାଳୟ, ଧର୍ମଗଡ଼, ଶ୍ରୀ ଲିଙ୍ଗରାଜ ପାତ୍ର, ବରିଷ୍ଠ ଇଂରାଜୀ ଅଧ୍ୟାପକ,ଶ୍ରୀମତୀ ମୂର୍ତ୍ତି ମଞ୍ଜରୀ ପଣ୍ଡା, ଅଧ୍ୟକ୍ଷା, ଧର୍ମଗଡ଼ ମହିଳା ଡିଗ୍ରୀ ମହାବିଦ୍ୟାଳୟ ତଥା ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଅଧ୍ୟାପକ, ଅଧ୍ୟାପିକା, ଛାତ୍ରୀ ଓ କର୍ମଚାରୀ ମାନଙ୍କ ଉପସ୍ଥିତିରେ ମହାସମାରୋହ ରେ ଉଦଯାପିତ ହୋଇ ଯାଇଅଛି। ଏଥିରେ ୧୦୦ ମିଟର,୨୦୦ ମିଟର,୪୦୦ ମିଟର ଦୌଡ ସହ ଶୋର୍ଟଫୁଟ, ଯାଭଲିଂ ଥ୍ରୋ, ଲଙ୍ଗ ଜମ୍ପ, ମିଉଜିକ୍ ଚେୟାର ଓ ଦୌଡ଼ି ଟଣା ପ୍ରତିଯଗିତା ଅନୁଷ୍ଠିତ ହୋଇଥିଲା।ଅନେକ ଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ଯୁକ୍ତ ଦୁଇ ର ଛାତ୍ରୀ ଅଲିସା ମାଝି ଓ ଯୁକ୍ତ ତିନି ର ଛାତ୍ରୀ ପୂର୍ଣ୍ଣିମା ମାଝି ଚମ୍ପିୟାନ ହୋଇଥିଲେ।ବଙ୍କିମ କୁମାର ମୁଣ୍ଡ ଇଂରାଜି ଅଧ୍ୟାପକ ଓ ସଂଜୀପ କୁମାର ମୁଣ୍ଡ ଏଜୁକେସନ ଅଧ୍ୟାପକ ସଭା କାର୍ଯ୍ୟ ସମ୍ପାଦନା କରିଥିଲେ। ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ର ସମସ୍ତ ଅଧ୍ୟାପକ , ଅଧ୍ୟାପିକାଙ୍କ ସହିତ ଉମେଶ କୁମାର ସୁନା, ହିତେଶ କୁମାର ନାଏକ, ଅଙ୍କିତ ନାୟକ, ମନିଷା ବାଗ, ଅନାମିକା ବେହେରା, ପ୍ରଜ୍ଞା ପାରମିତା ପ୍ରଧାନ, ବାସନ୍ତୀ ସାହୁ ସମସ୍ତଙ୍କ ସହଯୋଗରେ ସମସ୍ତ କାର୍ଯ୍ୟ ଶେଷ ହୋଇଥିଲା।ଶେଷରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ମାନଙ୍କ କରକମଳ ରୁ ପୁରସ୍କାର ବିତରଣି ସମାରୋହ ଆୟୋଜିତ ହୋଇଥିଲା ଓ ବଙ୍କିମ ମୁଣ୍ଡ ଇଂରାଜୀ ଅଧ୍ୟାପକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

 

Related posts

ବିଷ ଖାଇ ଯୁବକର ଆତ୍ମହତ୍ୟା, ହତ୍ୟା ସନ୍ଦେହ

Sunil Chandra Nayak

ମୁମ୍ବାଇ ଓ ଜୁହାର ଫାଉଣ୍ଡେସନ ପକ୍ଷରୁ ,ଧୂମଧାମରେ ପାଳନ ହେଲା ପୁଷପୁନ

masiha

ଢେ଼ଙ୍କାନାଳର ଗୁପ୍ତପୀଠ ଗଣେଶ ଖୋଲ ଆଶ୍ରମ

Sunil Chandra Nayak

Leave a Comment

error: Content is protected !!