ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚାଷୀଙ୍କ ବିଭିନ୍ନ ସମସ୍ୟା କୁ ନେଇ ବିଜେଡ଼ି ପକ୍ଷରୁ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର

ଚାଷୀଙ୍କ ବିଭିନ୍ନ ସମସ୍ୟା କୁ ନେଇ ବିଜେଡ଼ି ପକ୍ଷରୁ ଉପ ଜିଲ୍ଲାପାଳ ଙ୍କୁ ଦାବିପତ୍ର

କଳାହାଣ୍ଡି ଜିଲ୍ଲାର ଅନେକ ସ୍ଥାନରେ ବର୍ତ୍ତମାନ ୪୦,ରୁ୫୦ ପ୍ରତିଶତ ଧାନ କଟା ହୋଇ ସାରିଲାଣି ଅଥଚ ଏପର୍ଯ୍ୟନ୍ତ ମଣ୍ଡି ଖୋଲା ହୋଇନାହିଁ ଯାହାରି ଫଳରେ ଚାଷୀ ମାନେ ଧାନ ସବୁ କମ ମୂଲ୍ୟରେ ବିକ୍ରି କରି ବାକୁ ବାଧ୍ୟ ହେବେ ବୋଲି ଆଶଙ୍କା ପ୍ରକାଶ ପାଇଛି। କାରଣ ଆଗକୁ ଆସୁଥିବା ଲଘୁଚାପ କୁ ଚାଷୀ ଦୃଷ୍ଟିରେ ରଖି ୩୧୬୯ , ଟଙ୍କା ବଦଳରେ ମାତ୍ର ୧୮୦୦,ଟଙ୍କାରେ ସ୍ଥାନୀୟ ଦଲାଲ ଓ ପଡୋଶି ରାଜ୍ୟ ଛତିଶଗଡର କିଛି ବେପାରୀ ମାଲାମାଳ ହେଉଥିବା ଅଭିଯୋଗ ହେଉଛି। ତେଣୁ ବିଜୁ ଜନତା ଦଳର ବରିଷ୍ଠ ନେତାମାନେ ଏହାକୁ ତୀବ୍ର ବିରୋଧ କରି ଶୀଘ୍ର କିପରି ମଣ୍ଡି ଖୋଲାଯିବ ଓ ଚାଷୀ ଧାନ ର ଉପଯୁକ୍ତ ମୂଲ୍ୟ ପାଇପାରିବ ସେନେଇ ବ୍ଲକ ସଭାପତି ଡାକେ ଲହଜଲଙ୍କ ନେତୃତ୍ବରେ ଧର୍ମଗଡ ବିଜ୍ଞାପିତ ଅଞ୍ଚଳ ପରିଷଦର ପୂର୍ବତନ ଅଧ୍ୟକ୍ଷା ହୀରା ବାଗ ଜିଲ୍ଲାପରିଷଦ ସଭ୍ୟ ଶଙ୍କର ଜଏଡ ଗୌର ଚନ୍ଦ୍ର ବାଗ ସନ୍ତୋଷ ପାଢ଼ୀ ଦୟାନିଧି ମାଝି ରାଧା କାନ୍ତ ଗୁରୁ ରାଜା ହାତୀ ଭବାନୀ ନାଏକ ଲବଣୀ ଯାଦବ ଛାତ୍ର ନେତା ସୁନିଲ ଭଏସାଲ ଚିତ୍ତ ରଂଜନ ଭୋଇ ପ୍ରମୁଖ ଧର୍ମଗଡ ଉପ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ। ଏପରିକି ସେମାନେ ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ମଣ୍ଡି ଖୋଲିବାକୁ ଅନୁରୋଧ କରିଛନ୍ତି।ଯଦି ସରକାର ମଣ୍ଡି ଖୋଲିବାର ବିଳମ୍ବ କରେ ତା ହେଲେ ଆଗକୁ ରାସ୍ତାରୋକ କରିବାକୁ ବାଧ୍ୟ ହେବୁ ବୋଲି ବିଜୁ ଜନତା ଦଳ ପକ୍ଷରୁ ଚେତାବନୀ ଦିଆଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଯୋଗ ଗୁରୁ ରାଜେଶ ଙ୍କୁ ବିଦ୍ୟା ବାଚସପତି (ହୋନରୀ ଡ଼କ୍ଟରଟ ସମ୍ମାନ ପ୍ରାପ୍ତ 

masiha

କେନ୍ଦ୍ରୀୟ ବିଦ୍ୟାଳୟର ପୁରାତନ ଛାତ୍ରସଂଘ ଗଠନ

masiha

ଦୀର୍ଘସ୍ଥାୟୀ ଭିତ୍ତିଭୂମି ସହିତ ଗ୍ରାମୀଣ ସମୁଦାୟ କୁ ସଶକ୍ତ କରିବା ଉପରେ ତାଲିମ 

Sunil Chandra Nayak

Leave a Comment

error: Content is protected !!