ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ରାଶି ବୃଦ୍ଧି ନେଇ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ସ୍ବର୍ଣ୍ଣ ବିଜେତାଙ୍କୁ ମିଳିବ ୧ କୋଟି

ଭୁବନେଶ୍ୱର: ବୃଦ୍ଧି ପାଇଲା ବିଜୁ ପଟ୍ଟନାୟକ ଦକ୍ଷତା ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ । ରାଜ୍ୟ ସରକାର ପ୍ରୋତ୍ସାହନ ପୁରସ୍କାର ରାଶି ପରିମାଣ ଏକ କୋଟି ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।ଭୁବନେଶ୍ୱରରେ ଇଣ୍ଡିଆନ ସ୍କିଲ ପ୍ରତିଯୋଗିତା-୨୦୨୧ର ବିଜେତାମାନଙ୍କୁ ପୁରସ୍କୃତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।

ସେ କହିଛନ୍ତି, ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଗୋଲଡ୍ ମେଡାଲ ବିଜୟୀଙ୍କୁ ୧କୋଟି ଟଙ୍କା, ରୌପ୍ୟ ବିଜେତାଙ୍କୁ ୫୦ଲକ୍ଷ ଓ ବ୍ରୋଞ୍ଜ ବିଜେତାଙ୍କୁ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯିବ । ଓଡ଼ିଶାର ଛାତ୍ରଛାତ୍ରୀମାନେ ଏହି ପ୍ରତିଯୋଗିତାରେ ୫୯ଟି ମେଡାଲ ବିଜୟୀ ହୋଇଛନ୍ତି । ଏହି ପ୍ରତିଯୋଗିତା ୨୦୨୨ ଜାନୁୟାରୀ ମାସରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା । କ୍ୟାବିନେଟ ପ୍ରସ୍ତୁତିରେ ସନ୍ତୋଷ ଓଝା, ପେଣ୍ଟିଂରେ ସୋନା ବେହେରା, ରୋବୋଟିକ୍ ସିଷ୍ଟମରେ ସ୍ୱାତୀ କୁମାରୀ ଓ ନୌସିନ ନିଗର ଗୋଲଡ୍ ମେଡାଲ ବିଜୟୀ ହୋଇଛନ୍ତି । ମୁଖ୍ୟମନ୍ତ୍ରୀ ଏହି ଅବସରରେ ବିଜେତାଙ୍କୁ ଅଭିନନ୍ଦନ ଜଣାଇବା ସହ ସେମାଙ୍କର ପିତାମାତା, କୋଚ୍ ଓ ଅନୁଷ୍ଠାନକୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ଜାତୀୟ ଦକ୍ଷତା ବିକାଶ ନିଗମ ସହାୟତାରେ ଏହା ସମ୍ଭବପର ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଚଳିତ ବର୍ଷ ଅକ୍ଟୋବର ୨୦୨୨ ରେ ସାଂଘାଇ ରେ ହେବାକୁ ଥିବା ବିଶ୍ୱ ଦକ୍ଷତା ପ୍ରତିଯୋଗୀତା ପାଇଁ ଓଡିଶାର ବିଜେତା ମାନଙ୍କୁ ତାଲିମ ଦେବା ପାଇଁ ସମସ୍ତ ପ୍ରରକାର ବନ୍ଦୋବସ୍ତ କରିବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଵିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଗଅଁଲିଆ କବି ସୁଧୀର୍‌ ପଁଡା ଙ୍କ କବିତା ବୁଢ଼ାର୍‌ ଧଂଗ୍‌ରା ସୋର୍‌

Sunil Chandra Nayak

କଳିଙ୍ଗ କ୍ଷତ୍ରୀୟ ଖଣ୍ଡାୟତ ପରିଷଦ, ଢେ଼ଙ୍କାନାଳ ପକ୍ଷରୁ ସାଧାରଣ ସଭା ଅନୁଷ୍ଠିତ

Sunil Chandra Nayak

ଜାମଦା ଆର୍ ଡ଼ି ଓ ପିଡବ୍ଲ୍ୟୁ ରାସ୍ତା ପାଲୋଟିଛି ଗାଡ଼ିଆ, ମରାମତି ପାଇଁ ଦାବି

Sunil Chandra Nayak

Leave a Comment

error: Content is protected !!