ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଶା ରତ୍ନ ଆଓ୍ବାଡ ୨୦୨୫ ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ରିଷିଡ଼ା ର ଯୁବ ସାମ୍ବାଦିକ ସୁଶାନ୍ତ ମଲ୍ଲିକ 

ଓଡ଼ିଶା ରତ୍ନ ଆଓ୍ବାଡ ୨୦୨୫ ସମ୍ମାନ ରେ ସମ୍ବର୍ଦ୍ଧିତ ହେଲେ ରିଷିଡ଼ା ର ଯୁବ ସାମ୍ବାଦିକ ସୁଶାନ୍ତ ମଲ୍ଲିକ 

 କର୍ଲାମୁଣ୍ଡା,(ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ରିଷିଡା ଗ୍ରାମର ଯୁବ ସାମ୍ବାଦିକ ସୁଶାନ୍ତ ମଲ୍ଲିକ “ଓଡ଼ିଶା ରତ୍ନ ଆଓ୍ବାଡ ସମ୍ମାନ” ରେ ଗତ ୨୫ ତାରିଖ ମଙ୍ଗଳବାର ସମ୍ବର୍ଦ୍ଧିତ ହୋଇଛନ୍ତି । ଏନେଇ ଓଡ଼ିଶା ସରକାରଙ୍କ ଓଡ଼ିଆ ଭାଷା ସଂସ୍କୃତି ବିଭାଗ ସହଭାଗିତା ରେ ଓଡ଼ିଶାର କଲ୍ଚରାଲ ଆର୍ଟ ଏକାଡେମୀ ଓ ମୁର୍ଚ୍ଚନା ଓଡ଼ିଶା ୨୪ ତମ ବାର୍ଷିକ ଉତ୍ସବ ପକ୍ଷରୁ ଜାତୀୟ ସ୍ତରୀୟ ଶରତ ମହୋତ୍ସବ ରେ ଓଡ଼ିଶା ସରକାର ତରଫରୁ କାର୍ଯ୍ୟକ୍ରମ ଅଧ୍ୟକ୍ଷ ପରିଚାଳକ ଡଃ ବସନ୍ତ କୁମାର ଦାଶ ଅଧ୍ୟକ୍ଷତାରେ ଭୁବନେଶ୍ବର ଜୟ ଦେବ ଭବନ ଠାରେ ଶ୍ରୀଯୁକ୍ତ ସୂର୍ଯ୍ୟବଂଶୀ ସୁରଜ ମାନ୍ୟବର ମନ୍ତ୍ରୀ, ଉଚ୍ଚ ଶିକ୍ଷା, କ୍ରିଡ଼ାଓ ଓଡ଼ିଆ ଭାଷା ସଂସ୍କୃତି ବିଭାଗ ଓଡ଼ିଶା ସରକାର, ଶ୍ରୀ ରଂଜନ କୁମାର ଦାସ ଓଡ଼ିଶା ଭାଷା ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଓଡ଼ିଶା ସରକାର ଓ ଶ୍ରୀମନ୍ଦିର ପ୍ରଶାସକ ଏବଂ ଆର.ଡି.ସି.ଙ୍କ କର କମଳରେ ଅନୁଷ୍ଠିତ ହୋଇ ଓଡ଼ିଶା ରତ୍ନ ଆଓ୍ବାଡ ୨୦୨୫ ସମ୍ମାନ ପ୍ରଦାନ କରିଛନ୍ତି । ଏନେଇ ଆଜି ମଲ୍ଲିକ ନିଜ ଗାଁ କୁ ପହଞ୍ଚି ଥିବା ବେଳେ ତାଙ୍କୁ ଗ୍ରାମବାସୀ ଏବଂ ଜନପ୍ରତିନିଧି ଦ୍ଵାରା ଏକ ଭବ୍ୟ ସ୍ଵାଗତ କରାଯାଇଛି । ଏଥିରେ ରିଷିଡ଼ା ସରପଞ୍ଚ ସେବତୀ ରଣା, ସମିତି ସଭ୍ୟ ସିନୁ ବେହେରା, ବିଶ୍ବହିନ୍ଦୁ ପରିଷଦର ବ୍ଲକ ସଂଯୋଜକ ମୁରଲୀଧର ରଣା, ପିରବତୀ ମହିଳା ଉଚ୍ଚ ମହାବିଦ୍ୟାଳୟ ତେରେସିଂହା ଅଧ୍ୟକ୍ଷ ଯଶୋବନ୍ତ ରଣା, ପିତ ରଣା, ଦୁତିଆ ରଣା, ଭଜ ରଣା, ରମେଶ ବାରିକ, ଭଜଶ୍ୟାମ ସାହୁଙ୍କ ସମେତ ଗ୍ରାମ ର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ରହି ସମ୍ବର୍ଦ୍ଧନା ଜଣାଇଥିଲେ ।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ବିଦ୍ୟୁତ ସଂସ୍ପର୍ଶରେ ଆସି ଯୁବକ ଗୁରୁତର, ଜିଲ୍ଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର

Sunil Chandra Nayak

ଗଣ ଦୁଷ୍କର୍ମ ଗାଁରେ ବିଜେଡ଼ି ମହିଳା ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ ଓ ତାଙ୍କ ଟିମ୍

masiha

ପ୍ରଥମାଷ୍ଟମୀ ରେ ପ୍ରଭୁ ଦଧିବାମନ ହେଲେ ପୋଢୁଆଁ 

Sunil Chandra Nayak

Leave a Comment

error: Content is protected !!