ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୬ତମ ସମ୍ବିଧାନ ଦିବସ ଓ ଜାତୀୟ ଆଇନ ଦିବସ ପାଳିତ

୭୬ତମ ସମ୍ବିଧାନ ଦିବସ ଓ ଜାତୀୟ ଆଇନ ଦିବସ ପାଳିତ

ରାଉରକେଲା: ୨୬ା୧୧–ରାଉରକେଲା ଓକିଳ ସଂଘ ପକ୍ଷରୁ ବୁଧବାର ମହାସମାରୋହରେ ୭୬ତମ ସମ୍ବିଧାନ ଦିବସ ଏବଂ ଜାତୀୟ ଆଇନ ଦିବସ ବିରଜାପାଲି ସ୍ଥିତ ନୂଆକୋର୍ଟର ସିଭିଲ ଏବଂ ସେସନ କୋର୍ଟ ପରିସର ମଧ୍ୟରେ ପାଳିତ ହୋଇଯାଇଛି । ଏ ପରିପ୍ରେକ୍ଷୀରେ ଏକ ବର୍ଣ୍ଣାଢ୍ୟ ସଭା ଓକିଲ ସଂଘ ପକ୍ଷରୁ ଆୟୋଜନ ହୋଇଥିଲ । ଏହି ସଭାରେ ରାଉରକେଲା ଓକିଲ ସଂଘ ସଭାପତି ସଦାନନ୍ଦ ସାହୁ ସଭାପତିତ୍ବ କରିଥିବା ବେଳେ ସଭାରେ ମୁଖ୍ୟଅତିଥି ଭାବରେ ଅତିରିକ୍ତ ଜିଲ୍ଲା ଦୈାରାଜଜ ମୁକ୍ତିରଞ୍ଜନ ଶତପଥିଙ୍କ ସମେତ ପରିବାର ଅଦାଲତ ଜର୍ଜ ଲିଲି ସେନାପତି, ସ୍ପେଶିଆଲ ପୋକ୍ସୋ ଜର୍ଜ ପି.ସୂର୍ଯ୍ୟରାଓ ,ଦ୍ବିତୀୟ ଜିଲ୍ଲା ଦୈାରାଜର୍ଜ ରଞ୍ଜିତା ଜ୍ୟୋତିଷ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଗଣତନ୍ତ୍ରର ଆତ୍ମା ହେଉଛି ସମ୍ବିଧାନ, ସମ୍ବିଧାନିକା ବିଧି ବ୍ୟବସ୍ଥା ଅନୁପାଳନ କଲେ ଦେଶର ନାଗରିକ ମାନଙ୍କର ମୈାଳିକ ଅଧିକାର ସୁରକ୍ଷିତ ରହିପାରିବ ଓ ଆଇନ ବ୍ୟବସ୍ଥା ଠିକ ରାସ୍ତାରେ ଚାଲିବ ବୋଲି ମତ ରଖିଥିଲେ । ରାଉରକେଲା ଓକିଲ ସଂଘର ବରିଷ୍ଠ ଆଇନଜୀବୀ ସୁଜୟ ପାଣି.କୈଳାସ ପ୍ରଧାନ ,ଗିରିଶ ଚନ୍ଦ୍ର ମହାପାତ୍ର, ସନାତନ ବିଶ୍ବାଳ,ରବିଶଙ୍କର ମିଶ୍ର, ଏମ. ମାଲେଶ୍ବରମ, ସୁସ୍ମିତା ମହଲା ପ୍ରମୁଖ ନିଜସ୍ବ ଅଭିଭାଷଣ ରଖି ସମ୍ବିଧାନର ବିଭିନ୍ନ ଦିଗ ଉପରେ ଆଲୋଚନା କରିବା ସହ ନାଗରିକଙ୍କ ମୈାଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ରାଉରକେଲା ଓକିଲ ସଂଘର ସମ୍ପାଦକ ଦେବାନନ୍ଦ ତନ୍ତୀ ଅତିଥି ପରିଚୟ ସହ ସ୍ବାଗତ ଭାଷଣ ଦେଇଥିଲେ। ସଭା ପ୍ରାରମ୍ଭରେ ଡକ୍ଟର ବି,ଆର ଆମ୍ବେଦକର ଏବଂ ମଧୁବାବୁଙ୍କ ପ୍ରତିମୁର୍ତ୍ତିରେ ପୁଷ୍ପଗୁଛ ଦିଆ ଯାଇଥି। ଓକିଲ ସଂଘର ପାଠାଗାର ସମ୍ପାଦକ ରାଜଶ୍ରୀ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମକୁ ଓକିଲ ସଂଘ ଯୁଗ୍ମ ସଂମ୍ପାଦଜ ଲିଙ୍ଗମ ହରିଡୋରା ,ବ୍ରଜେଶ ମିଶ୍ର, ତାପସ ପରିଡା , ଅକ୍ଷୟ ସିଂଦେଓ,ଅନନ୍ତ ସାହୁ ,ସୁମିତୀ ନନ୍ଦ,ମେରୀ ମେକ୍ସିମା, ଗଙ୍ଗାଧର ଦାସ, ଏକ୍କାଙ୍କ ସମେତ ବିଦ୍ୟାନନ୍ଦ ପ୍ରଧାନ ,ସରୋଜ ମହାପାତ୍ର ,ରବି ନାରାୟଣ ସିଂହ, ରାଜା ମୁନା , ଧନତିଆ ତାଣ୍ତିଆ ପ୍ରମୁଖ କାର୍ଯ୍ୟକ୍ରମ ସଫଳ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଧରାକୋଟ ବ୍ଳକ ରେ ଜିଲ୍ଲାପାଳ ଓ SP ଙ୍କ ମିଳିତ ଜନ ଶୁଣାଣି

Sunil Chandra Nayak

ପ୍ରତ୍ୟେକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ବର୍ଦ୍ଧିତ କଲେ ନବନିର୍ବାଚିତ କର୍ମକର୍ତ୍ତା

masiha

ଓଡ଼ିଶା ଲେବର କୋ-ଅପରେଟିଭ ସୋସାଇଟି ଆରମ୍ଭ କଲା ନୂଆ ସେବାକେନ୍ଦ୍ର 

masiha

Leave a Comment

error: Content is protected !!