ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲାଞ୍ଜିଗଡ଼ ବ୍ଲକର ଘାଟି ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ଦାବି : ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲାଞ୍ଜିଗଡ଼ ବିଧାୟକ 

ଲାଞ୍ଜିଗଡ଼ ବ୍ଲକର ଘାଟି ଅଞ୍ଚଳରେ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ଦାବି : ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଲେ ଲାଞ୍ଜିଗଡ଼ ବିଧାୟକ 

ଲାଞ୍ଜିଗଡ଼, ୨୮/୧୧()- କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକର ଦୁର୍ଗମ ଅଞ୍ଚଳରେ ଛାତ୍ରଛାତ୍ରୀଙ୍କ ପାଇଁ ଉଚ୍ଚଶିକ୍ଷା ଆଜି ବି ଦୁର୍ବାର ସ୍ବପ୍ନ ହୋଇରହିଛି। ବ୍ଲକର ପାହାଡ଼ପଦର, ମାଳିଯୁବାଙ୍ଗ, ଲାଖବାହାଲି, ବେନଗାଁ, ବିଜେପୁର ଆଦି ଗ୍ରାମପଞ୍ଚାୟତ ଅଞ୍ଚଳର ଶହଶହ ଛାତ୍ରଛାତ୍ରୀ ହାଇସ୍କୁଲ ଶିକ୍ଷା ପରେ ଉଚ୍ଚ ଶିକ୍ଷା ପାଇଁ ୬୦ କିମି ବିଶ୍ୱନାଥପୁର, ୩୦ କିମି ଲାଞ୍ଜିଗଡ଼, ୬୫ କିମି ଦୂର ଅମ୍ବାଦଳା, ୩୦ କିମି ଦୂର କଲ୍ୟାଣ ସିଂହପୁର ସହିତ ୧୨୦ କିମି ଦୂର ଭବାନୀପାଟଣା ଉପରେ ନିର୍ଭର କରିଥାନ୍ତି। ଏପରିକି ଦୀର୍ଘ ଦିନ ହେଲା ବ୍ଲକର ଘାଟି ଅଞ୍ଚଳରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି ହୋଇଆସୁଛି। କିନ୍ତୁ ଆଜି ପର୍ଯ୍ୟନ୍ତ ଏ ଦାବି ପୂରଣ ହୋଇପାରିନି। ଏହାକୁ ଦୃଷ୍ଟିରେ ରଖି ଲାଞ୍ଜିଗଡ଼ ବିଧାୟକ ତଥା ଜିଲ୍ଲା ବିଜେଡି ସଭାପତି ପ୍ରଦୀପ କୁମାର ଦିଶାରୀ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କୁ ସାକ୍ଷାତ କରି ବ୍ଲକର ଘାଟି ଅଞ୍ଚଳର ବେନଗାଁ କିମ୍ବା ଲାଖବାହାଲିଠାରେ ଏକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି କରିଛନ୍ତି। ଦାବିପତ୍ର ଗ୍ରହଣ ପରେ ମନ୍ତ୍ରୀ ଏନେଇ ନିର୍ଭର ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। 

ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ୍ 

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର

Sunil Chandra Nayak

ଗୋତମୁଣ୍ଡା ଉଚ୍ଚ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ପାଇଁ କ୍ୟାଣ୍ଡେଲ ଶୋଭାଯାତ୍ରା

Sunil Chandra Nayak

Leave a Comment

error: Content is protected !!