ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶୁଣିଲାଣି ପ୍ରଶାସନ, ନିଜ ପରିଶ୍ରମ ରେ ଚାଷ ଜମି ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଚାଷି ଓ ଗ୍ରାମବାସୀ

ଶୁଣିଲାଣି ପ୍ରଶାସନ, ନିଜ ପରିଶ୍ରମ ରେ ଚାଷ ଜମି ରାସ୍ତା ମରାମତି ପାଇଁ ଅଣ୍ଟା ଭିଡ଼ିଲେ ଚାଷି ଓ ଗ୍ରାମବାସୀ

ରାଜ୍ୟ ସରକାର ଚାଷି ଙ୍କୁ ସ୍ୱାବଲମୀ ଓ ପ୍ରୋତ୍ସାହିତ କରିବା ପାଇଁ ଅନେକ ଯୋଜନା କରୁଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ଏହା କାର୍ଯ୍ୟକାରୀ ହେବାରେ ପ୍ରଶାସନିକ ଅଧିକାରୀ ଓ ନିର୍ବାଚିତ ଜନ ପ୍ରତିନିଧି ଙ୍କ ଦାଇତ୍ୱ ହୀନତା ଯୋଗୁଁ ଚାଷୀ ଙ୍କ ସମସ୍ୟା କୁ ଦ୍ବିଗୁଣିତ କରିଛି।କୋକସରା ବ୍ଲକ ଲଡୁଗାଁ ପଞ୍ଚାୟତ ଆଁଇଲି ଗ୍ରାମ ହେଉଛି ଏକ କୃଷି ବହୁଳ ଗ୍ରାମ। ଏହି ଗ୍ରାମ ର ଅଧିକାଂଶ ଲୋକ ଚାଷ ଉପରେ ଜୀବନ ଜୀବିକା ନିର୍ବାହ କରୁଥିବା ବେଳେ ଚାଷି ଙ୍କ ଚାଷଜମି କୁ ସଂଯୋଗ କରୁଥିବା ଚିକିଲି ମାଳ ରାସ୍ତା ଅତି ଶୋଚନୀୟ ଓ ଖାଳଖମା ଅବସ୍ଥାରେ ରହିଥିବା ବେଳେ ବର୍ତ୍ତମାନ ଚାଷ ଜମି କୁ ଟ୍ରାକ୍ଟର କିମ୍ବା ଧାନ କଟା ମେସିନ ଯିବାରେ ଅସୁବିଧା ଭୋଗିବାକୁ ପଡୁଛି। ଆଁଇଲି ଗ୍ରାମ ର ଚାଷି ମାନେ ଅନେକ ସମୟରେ ସ୍ଥାନୀୟ ଲଡୁଗାଁ ପଞ୍ଚାୟତ ସରପଞ୍ଚ ଓ ଅଧିକାରୀ ଙ୍କୁ ଅଭିଯୋଗ କରିବା ସହ ପଞ୍ଚାୟତ ର ଅନୁଦାନ ରେ ଏହି ରାସ୍ତା ନିର୍ମାଣ କରିବାକୁ ଦାବି କରି ଆସୁଛନ୍ତି ହେଲେ ଅନୁଦାନ ନଥିବା ଦର୍ଶାଇ ପଞ୍ଚାୟତ କର୍ତ୍ତୃପକ୍ଷ ରାସ୍ତା ନିର୍ମାଣ ପାଇଁ କୌଣସି ପଦକ୍ଷେପ ଗ୍ରହଣ ନକରିବାରୁ ଗ୍ରାମ ର ଚାଷୀ ମାନେ ନିଜେ ପରିଶ୍ରମ କରି ଓ ଜେସିବି ଟ୍ରାକ୍ଟର ଲଗାଇ ପ୍ରାୟ ୨ କିମି ରାସ୍ତା ମରାମତି କରୁଥିବା ଦେଖିବାକୁ ମିଳିଛି। ଏହି କାର୍ଯ୍ୟ ରେ ଗ୍ରାମ ର ଚାଷି ସୁବ୍ରତ କୁମାର ସାହୁ,ରସିକ ଲାଲ ମାଝୀ, କୁଳମଣି ସାହୁ, ଭାରତ ରାଉତ, ନୀଳମାଧବ ସାହୁ,ମୀନକେତନ ମାଝୀ, ଜୀମୂତ ବାହାନ ମାଝୀ,ଚିତ୍ତ ରଂଜନ ସାହୁ,ଓ ଗ୍ରାମବାସୀ ମିଳିତ ସହଯୋଗରେ ଗାଡିମୋଟର ଓ ପରିଶ୍ରମ କରି ରାସ୍ତା ରେ ମୁରୁମ ଦେଇ ମରାମତି କାର୍ଯ୍ୟ ଆରମ୍ଭ କରିଛନ୍ତି।

 ବିଷ୍ନୁ ଚରଣ ସ୍ଵାଇଁ ଙ୍କ ରିପୋଟିଂ

Related posts

ସରସ୍ବତୀ ବିଦ୍ୟା ମନ୍ଦିରରେ ବୃକ୍ଷରୋପଣ

masiha

ଖଡିଆସାହିରେ ଶହୀଦ ନୁଦୁରାମ ସୋରେନ ମେମୋରିଆଲ ଟ୍ରଷ୍ଟ ତରଫରୁ ୩୫ ରୁ ଉର୍ଦ୍ଧ୍ବ କମ୍ବଳ ବଣ୍ଟନ 

masiha

କେସିଙ୍ଗା ଏନ ଏ ସି ନିର୍ବାହୀଅଧିକାରୀଙ୍କ ବଦଳି ଦାବୀ ନେଇ କେସିଙ୍ଗା ବନ୍ଦ ସମ୍ପୂର୍ଣ୍ଣ ସଫଳ

masiha

Leave a Comment

error: Content is protected !!