ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ଉପରେ ତାଲିମ

ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ଉପରେ ତାଲିମ 

ଡାବୁଗାଁ, ୨୯/୧୧ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକ ସମ୍ମିଳନୀ କକ୍ଷ ଠାରେ ବାଲ୍ୟ ବିବାହ ମୁକ୍ତ ଗ୍ରାମ ପଞ୍ଚାୟତ ଉପରେ ଏକ ତାଲିମ ଶିବିର ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ପ୍ରଶିକ୍ଷକ ଗ୍ରାମ ଅଙ୍ଗନୱାଡି ସୁପରଭାଇଜର ରୋଜାଲିନ ପ୍ରଧାନ, ଓଏଲଏମ ବିପିଏମ ଦୀପ୍ତି କିଶୋର ନାୟକ, ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା ଓ ପଞ୍ଚାୟତ ନିର୍ବାହୀ ଅଧିକାରୀ ଏ.ଡି ପ୍ରସାଦ ପ୍ରମୁଖ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ବାଲ୍ୟ ବିବାହକୁ ଶେଷ କରିବା, ଶିଶୁ ଅଧିକାରର ଉଲ୍ଲଂଘନ, ଘରୋଇ ହିଂସା ବୃଦ୍ଧି, ଦାରିଦ୍ର୍ୟ / ଦୁର୍ବଳତାର ଦୁର୍ଦ୍ଦାନ୍ତ ଚକ୍ର ସୃଷ୍ଟି କରିବା, ଅଭିବୃଦ୍ଧି ଏବଂ ବିକାଶରେ ଜଡିତ – ଅନେକଙ୍କୁ ପଛକୁ ଛାଡି, ରାଜ୍ୟର ଖନନ ଉପରେ ଭାର ସୃଷ୍ଟି କରିବା – ସ୍ୱାସ୍ଥ୍ୟ ଇତ୍ୟାଦିରେ ଖର୍ଚ୍ଚ ବଢାଇବା, ମାନବ ସମ୍ବଳର ଗୁଣ – ପୁଷ୍ଟିହୀନତା, ରକ୍ତହୀନତା, ବାଲ୍ୟ ବିବାହରେ ସହାୟକ ହେଉଥିବା କାରକ, ପ୍ରମୁଖ ହିତାଧିକାରୀ, ବାଲ୍ୟ ବିବାହକୁ କିପରି ଶେଷ କରିବା ସେ ଉପରେ ତାଲିମ ଦିଆଯାଇଥିଲା | ଏଥିରେ ସରପଞ୍ଚ ୩ ଜଣ, ସମିତି ସଭ୍ୟ – ୧ ଜଣ, ପଞ୍ଚାୟତ ନିର୍ବାହୀ ଅଧିକାରୀ ୩ ଜଣ, ଏଡିଇଓ- ୪ ଜଣ, ଗ୍ରାମରୋଜଗାର ସେବକ ୩ ଜଣ, ଅଙ୍ଗନୱାଡି କର୍ମୀ ୨୦ ଜଣ ଓ ସିଆରପି ୨୪ ଜଣ ମୋଟ ୫୮ ଜଣ ତାଲିମ ନେଇଥିଲେ | ଏହି କାର୍ଯ୍ୟକ୍ରମକୁ ପେସା ସଂଯୋଜକ ଶୁଭଶ୍ରୀ ମହାଙ୍କୁଡ ପରିଚାଳନା କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଜାତୀୟ ତମାଖୁ ନିୟନ୍ତ୍ରଣ କାର୍ଯ୍ୟକ୍ରମ 

Sunil Chandra Nayak

ବିଶିଷ୍ଟ ପାଲା ଗାୟକ ରତିକାନ୍ତ ବାରିକଙ୍କ ମୃତ୍ୟୁ

Sunil Chandra Nayak

ସାଧାରଣତନ୍ତ୍ର ଦିବସ ନିମନ୍ତେ ପ୍ରସ୍ତୁତି ବୈଠକ

Sunil Chandra Nayak

Leave a Comment

error: Content is protected !!