ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅବ୍ୟବସ୍ଥା ଘେରରେ ପାନୀୟ ଜଳ ଯୋଗାଣ

ଅବ୍ୟବସ୍ଥା ଘେରରେ ପାନୀୟ ଜଳ ଯୋଗାଣ

କଲମପୁର -୨୯/୧୧(ମସିହା ) କଳାହାଣ୍ଡି ଜିଲ୍ଲା କଲମପୁର ଅଞ୍ଚଳରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ଅବ୍ୟବସ୍ଥାରେ ପରିଚାଳିତ ହେଉଛି, ଫଳରେ ଜନ ସାଧାରଣ ବିଶୁଦ୍ଧ ପାନୀୟ ଜଳ ପରିବର୍ତ୍ତେ ଦୁଷିତ ପାନ କରିବାକୁ ବାଧ୍ୟ ହେଉଛନ୍ତି, କଲମପୁର ବ୍ଲକ ଅଞ୍ଚଳରେ ଶତାଧିକ ନଳକୂପ ବ୍ୟବସ୍ଥା ହୋଇଥିବା ବେଳେ ଉଠା ଜଳ ଯୋଗାଣ ବ୍ୟବସ୍ଥା ବସୁଧା ଯୋଜନାରେ ବିଭିନ୍ନ ସ୍ଥାନରେ ଥଣ୍ଡା ଗରମ ପାନୀୟ ବ୍ୟବସ୍ଥା ହୋଇଛି, କିନ୍ତୁ ସେଭିତରୁ ଅଧିକାଂଶ ଅଚଳ ହୋଇ ପଡ଼ିଛି, ଏହାର କାରଣ ଖୋଜିବାରୁ ଜଣାଯାଏ ଯେ ଏହାର ରକ୍ଷଣାବେକ୍ଷଣ ପାଇଁ ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ପକ୍ଷରୁ କରାଯାଉଛି, ଫଳରେ ବ୍ଲକ କିମ୍ବା ପଞ୍ଚାୟତ କେହି ଚାହିଁଲେ କିଛି କରି ପାରୁ ନାହାନ୍ତି, ସମଗ୍ର ବ୍ଲକ ଅଞ୍ଚଳର କଲମପୁର ସଦରମହକୁମାକୁ ନିରିଖେଇ ଦେଖିଲେ ଏହାର ସ୍ପଷ୍ଟ ଚିତ୍ର ସ୍ଵତଃ ବାରି ହୋଇ ପଡ଼ୁଛି, ଘରକୁ ଘର ପାଇପ ଯୋଗେ ବିଭାଗ ପାନୀୟ ଜଳ ଯୋଗାଣ କରି ଆସୁଛି, ଏଥିରେ ଦୁଇଟି ଗଭିର ନଳକୂପ ଖନନ ହୋଇ କାର୍ଯ୍ୟକାରୀ ହୋଇ ଆସୁଥିବା ବେଳେ ୧୬ ଟି ସ୍ଥାନରେ ଫାଟ ସୃଷ୍ଟି ହୋଇ ଅନବରତ ପାନୀୟ ଜଳ ଅପଚୟ ହେବାରେ ଲାଗିଛି, ସେହିପଥ ଦେଇ ଦୁଷିତ ଜଳ ପାଇପରେ ପ୍ରବେଶ କରି ଲୋକଙ୍କ ପାଖକୁ ପାନୀୟ ଜଳ ଭାବେ ବ୍ୟବହାର ହେଉଛି, ଏଥିପ୍ରତି କାହାରି ନିଘା ନାହିଁ, ପ୍ରଶ୍ନର ଉତ୍ତରରେ ସ୍ଥାନୀୟ ନେତୃ ମଣ୍ଡଳୀ ବ୍ଲକ ଓ ପଞ୍ଚାୟତ ଗୁଡିକ ନିର୍ଦିଷ୍ଟ ପ୍ରତିଶତ ଅର୍ଥ ରାଶି ପାନୀୟ ଜଳ ପାଇଁ ରଖିବାକୁ କୁହାଯାଉଛି, କିନ୍ତୁ ସେହି ଅର୍ଥ ରାଶି ବ୍ଲକ କି ପଞ୍ଚାୟତ ଖର୍ଚ୍ଚ କରିବାର ଅଧିକାର ନାହିଁ,ସେତିକି ପ୍ରତିଶତ ଅର୍ଥ ରାଶି ଜିଲ୍ଲା ଗ୍ରାମ୍ୟ ଜଳ ଓ ପରିମଳ ବିଭାଗକୁ ହସ୍ତାନ୍ତର ହେଉଛି, ସେମାନେ ସେଠାରେ ରହି ନିୟନ୍ତ୍ରଣ କରୁଛନ୍ତି, ଫଳରେ ଜନ ସାଧାରଣ ଜନ ପ୍ରତିନିଧି ମାନଙ୍କୁ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ, ଅଧିକାଂଶ ଉଠା ଜଳ ଯୋଗାଣ ପ୍ରକଳ୍ପ ମଧ୍ୟରୁ ନିୟମିତ ଭାବେ କଲମପୁର ପ୍ରକଳ୍ପ କୌଣସି ପ୍ରକାରେ ସଚଳ ରହିଛି, ଯଦି ଏପରି ଲାଗି ରହେ ତେବେ ଏହି ପ୍ରକଳ୍ପ ଅଚଳ ହେବା ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ,ଏନେଇ କଲମପୁର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଦୁର୍ଯୋଧନ ଖଟୁଆ ମୁଁ ନୂଆଁ ଆସିଛି, ଏପରି ଜାଣି ନ ଥିଲି, ମୁଁ ପଚାରି ବୁଝୁଛି ଓ ଏହା ଶିଘ୍ର ମରାମତି ପାଇଁ ଚେଷ୍ଟା କରିବି ବୋଲି କହିଛନ୍ତି, ନିର୍ବାଚିତ ଜନ ପ୍ରତିନିଧି ମାନେ ଆମଠାରୁ ଅର୍ଥ ରାଶି ନିଆଯାଇ ସେମାନେ ରକ୍ଷଣାବେକ୍ଷଣ କରୁଥିବା ଦ୍ଵାରା ଆମେ ଲୋକ ମାନଙ୍କ ରୋଷର ଶିକାର ହେବାକୁ ପଡୁଛି ବୋଲି କ୍ଷୋଭକ୍ତି ଭରା ମତବ୍ୟକ୍ତ କରିଛନ୍ତି।

କଳାହାଣ୍ଡି ରୁ ପରମାନନ୍ଦ ଠାକୁର ଙ୍କ ରିପୋର୍ଟ୍ 

Related posts

ଦୁର୍ଘଟଣା ରେ ଆହତ ବୃଦ୍ଧ ଙ୍କ ମେଡିକାଲ ରେ ମୃତ୍ୟୁ 

Sunil Chandra Nayak

ହେମଗିର ବ୍ଲକ ପରିସରରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

Sunil Chandra Nayak

ଢେଙ୍କାନାଳ ମହିଳା ମହାବିଦ୍ୟାଳୟ ପରିସରରେ ବର୍ଣ୍ଣାଢ଼୍ୟ ସଂସ୍କୃତ ସପ୍ତାହ -୨୦୨୬ କାର୍ଯ୍ୟକ୍ରମ ଉଦ୍ ଯାପିତ

Sunil Chandra Nayak

Leave a Comment

error: Content is protected !!