ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଆ ବିକାଶ ମଞ୍ଚପକ୍ଷରୁ କାର୍ଲମାକ୍ସ ଜୟନ୍ତୀ ପାଳିତ

ରାଉରକେଲା/ ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ପକ୍ଷରୁ ଶ୍ରେଷ୍ଠ ସମାଜବିଜ୍ଞାନୀ, ଦାର୍ଶନିକ କାର୍ଲମାକ୍ସ ଜୟନ୍ତୀ କଲଚରାଲ ଏକାଡେମୀ ଠାରେ ପାଳିତ ହୋଇଯାଇଛି । ମଂଚର ସଭାପତି ଶିକ୍ଷାବିତ୍ ପ୍ରଶାନ୍ତ କୁମାର ପତିଙ୍କ ସଭାପତିତ୍ବ ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ମାର୍କ୍ସବାଦୀ ବ୍ୟାଖ୍ୟାକାର ବିଷ୍ଣୁ ମହାନ୍ତି ମୁଖ୍ୟ ଅତିଥି ଓ ସାମାଜିକ କର୍ମୀ କେଦାରନାଥ ପ୍ରଧାନ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଆଲୋଚ୍ୟ ବିଷୟ ” ସମ୍ଭାବନାରେ ଭବିଷ୍ୟତ ଗଣତନ୍ତ୍ର ଓ ସମାଜବାଦ” ସଂପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ଶ୍ରୀ ପତି କାର୍ଲମାକ୍ସଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ବିପ୍ଳବୀ କବିତା ଓ ଗୁରୁ ଶରତ ଚନ୍ଦ୍ର ପଣ୍ଡା ଏକ ପ୍ରଗତିଶୀଳ କବିତା ଗାନ କରି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମହାନ୍ତି ଆଲୋଚ୍ୟ ବିଷୟ ସଂପର୍କରେ ଆଲୋଚନା କରି କହିଲେ ଯେ ସାଂପ୍ରତିକ ସ୍ଥିତିରେ ମାର୍କ୍ସବାଦ ଆମପାଇଁ କେତେ ଅପରିହାର୍ଯ୍ୟ ତାହା ଅନୁଶୀଳନର ଆବଶ୍ୟକତା ରହିଛି। ଶୋଷଣରୁ ମୁକ୍ତି ପାଇବା ପାଇଁ ମାର୍କ୍ସବାଦ ହିଁ ଏକମାତ୍ର ପଥ। ଧର୍ମ ମଣିଷକୁ ଭାଗ୍ୟବାଦୀ କରାଇ ଦେଇଛି। ମାନବବାଦର ମୁକ୍ତି କାର୍ଲମାକ୍ସ ଦର୍ଶନ ଦ୍ବାରା ସମ୍ଭବ। ମୁଖ୍ୟ ଆଲୋଚକ ଶ୍ରୀ ପ୍ରଧାନ କହିଲେଯେ କାର୍ଲମାକ୍ସ ପୃଥିବୀର ସର୍ବଶ୍ରେଷ୍ଠ ମସ୍ତିସ୍କ। ମଣିଷ ସମାଜ ଗଠନ ପରେ ଦାସ ସମାଜ ପରେ ସମାଜବାଦୀ ସମାଜ ଓ ପରେ ସାମ୍ୟବାଦ ସମାଜ ଗଠନ ହେବ। ଏହା ଶ୍ରେଣୀହୀନ ହିଁ ହେବ। ଶ୍ରମିକ ପୁଞ୍ଜି ସୃଷ୍ଟି କରେ।ପରବର୍ତ୍ତୀ ସମୟରେ ସେହି ପୁଞ୍ଜିର ଦାସତ୍ବ ଗ୍ରହଣ କରେ। ରାଷ୍ଟ୍ରୀୟ ପୁଞ୍ଜିବାଦ କେବେ ସମାଜବାଦ ହୋଇପାରେନା। ସଭାପତିତ୍ବ ଅଭିଭାଷଣ ରେ ଶ୍ରୀପତି କହିଲେ ଯେ ସମାଜର ବୃହତ୍ତର ଅଂଶ କ୍ଷୁଦ୍ରତର ଅଂଶ ଦ୍ବାରା ଶୋଷିତ,ନିପୀଡିତ, ଲାଞ୍ଛିତ। ତେଣୁ ଶୋଷିତର ଯନ୍ତ୍ରଣା କାତର ଛବି ସାହିତ୍ୟରେ ପ୍ରତିଫଳିତ ହେବାକୁ ବାଧ୍ୟ। ସାହିତ୍ୟ ଜାତୀୟ ଚୈତନ୍ଯର ଏକ ସ୍ବତଃ ସ୍ପୁତ ଅଭିବ୍ୟକ୍ତି। ଇତିହାସ ପ୍ରଧାନ ସାକ୍ଷୀ। ପ୍ରାରମ୍ଭରେ ସାଧାରଣ ସଂପାଦକ ଶ୍ରୀ ମହାପାତ୍ର କାର୍ଯ୍ୟକ୍ରମ ଓ କାର୍ଲମାକ୍ସଙ୍କ ଜୀବନୀ ଓ ଆଦର୍ଶ ସଂପର୍କରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ। ଯୁବକବି ଅଶୋକ ରାଉତଙ୍କ ମଂଚ ସଂଯୋଜନାରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ପ୍ରଗତିଶୀଳ କବିତା ପାଠୋତ୍ସବରେ ସର୍ବଶ୍ରୀ ସ୍ବରୂପ ମହାପାତ୍ର,କୁଞ୍ଜବିହାରୀ ରାଉତ, ମୀନକେତନ ପଶାୟତ,ସଂଜୀବ କୁମାର ଭୋଇ,ବଳରାମ ରାଉଳ,କନକଲତା ମିଶ୍ର,ଅଶୋକ ପଟ୍ଟନାୟକ,ରଶ୍ମି ସାହୁ,ଆଲୋକ ବୋଷ,ସ୍ମିତା ମିଶ୍ର,ଅର୍ଚ୍ଚନା ପାତ୍ର,ଅଭିରାମ ପ୍ରଧାନ,କାଶୀନାଥ ନନ୍ଦୀ,ପ୍ରତାପ କୁମାର ପଣ୍ଡା,କାଶୀନାଥ ପାତ୍ର,ଧୋବେଇ ବେହେରା,ପ୍ରଫୁଲ୍ଲ ସାମଲ,ବିଭୁ ନାୟକ,ଅଶୋକ ରାଉତ ପ୍ରମୁଖ କବିତା ପାଠ କରିଥିବାବେଳେ ସର୍ବଶ୍ରୀ ବିମାନ ମାଇତି,ଡା ବସନ୍ତ କୁମାର ଦାସ,ଅକ୍ଷୟ ପଣ୍ଡା,ବିଜୟିନୀ ଜେନା,ରାଜ କିଶୋର ପ୍ରଧାନ,ଶ୍ରୀମନ୍ତ ବେହେରା,ଶ୍ରୀଧର ସୁନା,ଡା କୃପାସିନ୍ଧୁ ନାୟକ,ବିନୋଦ କୌଶଳ,ଅକ୍ଷୟ ସାମଲ,କରୁଣାକର ପାଟ୍ଟଶାଣୀ, ପଶୁପତିନାଥ ଚାଟାର୍ଜୀ,ପ୍ରକାଶ ସେଠୀ,ଡଃ ସୁମନ ଦତ୍ତ,ପ୍ରଶାନ୍ତ ଦାସ,ବ୍ରଜେନ୍ଦ୍ର ଦାଶ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ। ଶେଷରେ ସଭାପତି ଶ୍ରୀ ପତି କବିତା ଗୁଡିକୁ ସମୀକ୍ଷା କରିବାସହ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

 

Related posts

ବିଜୁଳିର ଲୁଚକାଳି ଖେଳ, ଲୋକେ ଅତିଷ୍ଠ ଜନଜୀବନ ଅସ୍ତବ୍ୟସ୍ତ

ମଧୁସୂଦନ ମହାପାତ୍ର ଙ୍କ କବିତା ଅମୃତ କୋଳାହଳ 

Sunil Chandra Nayak

ଜଳରୁଦ୍ର ପାଣି ପଞ୍ଚାୟତର କର୍ମ କର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!