ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି ଆଇ କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

ପି ଆଇ କଲେଜର ବାର୍ଷିକ କ୍ରୀଡା ପ୍ରତିଯୋଗୀତା ଅନୁଷ୍ଠିତ

ଜୁନାଗଡ଼,୩୦/୧୧(ମନୀ ସ)ପ୍ରିୟଦଶିର୍ନୀ ଇନ୍ଦିରା ମହା ବିଦ୍ୟାଳୟ ର ୪୧ ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି। ଉଦଘାଟନୀ ଉତ୍ସବ ରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଶ୍ରୀ ପ୍ରତାପ ବଲ୍ଳଭ ପାଣିଗ୍ରାହୀ ଙ୍କ ସଭାପତିତ୍ବରେ ଶ୍ରୀମତୀ ସବିତା ମେହେର ଅଧ୍ୟକ୍ଷା ଜୁନାଗଡ ବ୍ଲକ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ଥିଲେ ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶ୍ରୀ ଦେବେନ୍ଦ୍ର କୁମାର ବେହେରା, ପ୍ରାଧ୍ୟାପିକା ଶ୍ରୀମତୀ ସାଗରିକା ଦାସ, ପ୍ରାଧ୍ୟାପକ ଶ୍ରୀ ଆଦିତ୍ୟ କୁମାର ଖମାରି, ପ୍ରାଧ୍ୟାପକ ଶ୍ରୀ କୈଳାଶ ଚନ୍ଦ୍ର ମେହେର, ମଞ୍ଚାସୀନ ଥିଲେ ବିଶ୍ଵ ରଞ୍ଜନ ବେହେରା ମଞ୍ଚ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ପ୍ରିୟବ୍ରତ ବଣୁଆ, ନେତ୍ରା ନନ୍ଦ ପ୍ରଧାନ, ଓ କଲେଜ ର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, ଅଣ ଶିକ୍ଷକ ପୂର୍ଣ୍ଣ ମାତ୍ରାରେ ସହଯୋଗ କରି ବାର୍ଷିକ କ୍ରୀଡା କୁ ସଫଳ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଏହି କ୍ରୀଡ଼ାରେ 100,200 400,800,1500 ମିଟର ଦୌଡ ପ୍ରତିଯୋଗୀତା, ଲମ୍ବ ଦିଆ, ଉଚ୍ଚ ଦିଆ, ଗୋଲା ଫିଙ୍ଗା, ବର୍ଚ୍ଛା ଫିଙ୍ଗା, ଥାଳିଆ ଫିଙ୍ଗା ଉଭୟ ଯୁକ୍ତ ଦୁଇ ଓ ଯୁକ୍ତ ତିନି ଖେଳାଳି ମାନଙ୍କୁ ନେଇ ପ୍ରତିଯୋଗୀତା ହେଇଥିଲା। ଉଦଯାପନୀ ଉତ୍ସବ ରେ ପ୍ରାଧ୍ୟାପକ ଶ୍ରୀ ପ୍ରିୟବ୍ରତ ବଣୁଆ ଙ୍କ ସଭାପତିତ୍ବରେ ଇତିହାସ ବିଭାଗ ମୁଖ୍ୟ ପ୍ରାଧ୍ୟାପିକା ଶ୍ରୀମତୀ ସାଗରିକା ଦାସ ମୁଖ୍ୟ ଅତିଥି ଭାବେ ମଞ୍ଚାସୀନ ଥିଲେ ସମ୍ମାନିତ ଅତିଥି ଭାବେ ପ୍ରାଧ୍ୟାପକ ନେତ୍ରାନନ୍ଦ ପ୍ରଧାନ, ସମୀର କୁମାର ସାହୁ, ମଞ୍ଚ ପରିଚାଳନା କରିଥିଲେ ଅଧ୍ୟାପକ ଶୁଭାଶିଷ ପାଣିଗ୍ରାହୀ, ସମସ୍ତ ବିଜେତା ପ୍ରତିଯୋଗୀ ମାନଙ୍କୁ ମେଡାଲ ଓ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ଅଧ୍ୟାପକ ଓଡ଼ିଆ ବିଭାଗର ମୁଖ୍ୟ ବିଶ୍ଵ ରଞ୍ଜନ ବେହେରା ସମସ୍ତ ପ୍ରାଧ୍ୟାପକ ଅଧ୍ୟାପକ, ପ୍ରାଧ୍ୟାପିକା, ଅଧ୍ୟାପିକା ଅଣ ଶିକ୍ଷକ ଓ ସମସ୍ତ କର୍ମଚାରୀ ଙ୍କୁ ଧନ୍ୟବାଦ ଜଣାଇଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ 

Sunil Chandra Nayak

ଜିଲ୍ଲା ସଂଯୋଜକଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା

Sunil Chandra Nayak

ଆପୋଲୋ ହସ୍ପିଟାଲରେ ରୋଗୀମାନଙ୍କୁ ଟାଟା ଗ୍ଲୁକୋଜ ଯୋଗାଇଲା ସାମାଜିକ ସଙ୍ଗଠନ ‘ଉପହାର 

masiha

Leave a Comment

error: Content is protected !!