ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଶନିବାର ବିଳମ୍ବିତ ରାତିରେ ଅଜଣା ଗାଡି ଧକ୍କାରେ ମନ୍ଦିର ପୂଜକଙ୍କ ମେଡିକାଲ ନେବାବେଲେ ମୃତ୍ୟୁ ଘଟଣା, ପୁଲିସ୍ ର ତଦନ୍ତ ଆରମ୍ଭ

ରୁପ୍ରା, (ମ ନି ସ) : କଳାହାଣ୍ଡି ଜିଲ୍ଲା ନର୍ଲା ଥାନା ସିକେରକୂପା ଫାଣ୍ଡି ଅଧିନ ବଡଧାରପୁର୍ ଗ୍ରାମ ପଞ୍ଚାୟତର ଭବାନୀପାଟଣା ରାୟଗଡାକୁ ସଂଯୋଗ କରୁଥିବା ରାଜ୍ୟ ରାଜପଥର କୁଚେଇଜର ମୁଖ୍ୟ ରାସ୍ତାରେ ଯାଉଥିବା ସାଇକେଲ ଆରୋହି ଟିକରାପଡ଼ା ମନ୍ଦିର ପୂଜକ ଚୁଡ଼ାମଣି ଦାସ ବୟସ ୭୦ବର୍ଷ ହେବ ଶନିବାର ରାତିରେ ତେନ୍ତୁଳିପଦରରୁ ନିଜ ନାତୁଣୀର ବାହାଘରେ ଯୋଗଦାନ କରି ବିଲମ୍ବିତ ରାତ୍ରିରେ ଘରକୁ ଫେରିବା ସମୟରେ କୌଣସି ଅଜଣା ଦ୍ରୁତଗାମି ଗାଡି ଧକ୍କାରେ ଗୁରୁତର ଭାବେ ଆହତ ହୋଇଥିଲେ। କିଛି ସମୟ ପରେ ଉକ୍ତ ରାସ୍ତା ଦେଇ ଏକ ଆମ୍ବୁଲାନ୍ସ ଆସୁଥିବା ବେଳେ ଉକ୍ତ ରାସ୍ତା ଉପରେ ଅଚେତ୍ ଅବସ୍ଥାରେ ପଡିଥିବା ଟିକରାପଡ଼ା ମନ୍ଦିର ପୂଜକ ଚୁଡ଼ାମଣି ଙ୍କୁ ଭବାନୀପାଟଣା ହସ୍ପିଟାଲକୁ ନେବା ସମୟରେ ବାଟରେ ତାଙ୍କର ମୃତ୍ୟୁ ହୋଇଥିଲା ବୋଲି ଇନ୍ସପେକ୍ଟର ସୁବାସ ଚନ୍ଦ୍ର ଗୁରୁ ସୂଚନା ଦେଇଥିଲେ। ଏହି ଘଟଣାକୁ ନେଇ ନର୍ଲା ଥାନାରେ ଏକ ମାମଲା ରୁଜୁ ହେବା ସହ ତଦନ୍ତକାରୀ ପୁଲିସ ଅଧିକାରୀ ଏସ୍. ପି. ଠାକୁର ଘଟଣା ବାବଦରେ ନଜର ରଖିଥିବା ସହ ତଦନ୍ତ କରୁଥିବା ଜଣାପଡିଛି। ତେବେ ପୁଲିସ ଶବ ଜବତ କରିବା ସହିତ ବ୍ଯବଚ୍ଛେଦ ନିମନ୍ତେ ପଠାଇଥିବା ଜଣାପଡିଛି।

ରିପୋର୍ଟ :- ପ୍ରଦୀପ କୁମାର ସେନାପତି, ରୁପ୍ରା, 

Related posts

ସନ୍ତୋଷ କୁମାର ସାହୁ ଙ୍କ କବିତା ଆତ୍ମୀୟତା

Sunil Chandra Nayak

ଯେଉଁ ସମାଜର ଲୋକେ ସଚେତନ, ସେ ସମାଜ ସେତେ ଉନ୍ନତ : ସାରଦା 

Sunil Chandra Nayak

ଦୁର୍ଗମ ତ୍ରିଲୋଚନପୁର ଓ ବିକାଶନଗର ପରିଦର୍ଶନ 

Leave a Comment

error: Content is protected !!