ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍ଥାନାନ୍ତରିତ ହେଲା ବିପିୟୁଟି ଠାରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର

ସ୍ଥାନାନ୍ତରିତ ହେଲା ବିପିୟୁଟି ଠାରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର

ତରକେରା ଠାରେ ପୂର୍ଣ୍ଣ ରୂପେ କାର୍ଯ୍ୟକ୍ଷମ ହେଲା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ର

ରାଉରକେଲା, ୦୧ ଡିସେମ୍ବର ୨୦୨୫: ରାଉରକେଲା ମହାନଗର ନିଗମ ତରଫରୁ ସୋମବାର ଏକ ଐତିହାସିକ ପଦକ୍ଷେପ ନିଆଯାଇଛି। ଏହି କ୍ରମରେ, ଦୀର୍ଘ ବର୍ଷ ଧରି ବିପିୟୁଟି ଠାରେ ଥିବା ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରର ସ୍ଥାନାନ୍ତରଣ ପ୍ରକ୍ରିୟା ସମ୍ପନ୍ନ ହୋଇଛି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ ରାଉରକେଲା ଗସ୍ତ ସମୟରେ ତରକେରା ଠାରେ ନିର୍ମିତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରର ଉଦ୍ଘାଟନ କରିଥିବା ବେଳେ ସୋମବାର ଏହାର ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇଛି।

ତରକେରା ଠାରେ ନିର୍ମିତ ବର୍ଜ୍ୟବସ୍ତୁ ପ୍ରକ୍ରିୟାକରଣ କେନ୍ଦ୍ରରେ ଅତ୍ୟାଧୁନିକ ମେସିନ୍ ସାହାଯ୍ୟରେ ପ୍ରକ୍ରିୟାକରଣ କରାଯିବ। ଏଠାରେ ଦୁଇଟି ଅଣୁ ଖତ ପ୍ରକ୍ରିୟାକରଣ କେନ୍ଦ୍ର ରହିଥିବା ବେଳେ ଗୋଟିଏ ବସ୍ତୁ ପୁନଃଲାଭ କେନ୍ଦ୍ର ରହିଛି। ଅଣୁ ଖତ ପ୍ରକ୍ରିୟାକରଣ କେନ୍ଦ୍ରର ଦୈନିକ କ୍ଷମତା ୫ ମେଟ୍ରିକ୍ ଟନ୍ ରହିଥିବା ବେଳେ ବସ୍ତୁ ପୁନଃଲାଭ କେନ୍ଦ୍ରର ଦୈନିକ କ୍ଷମତା ୨୦ ଟନ୍ ରହିଛି। 

ଏଠାରେ ସୂଚନାଯୋଗ୍ୟ ଯେ, ବର୍ଷ ବର୍ଷ ଧରି ବିପିୟୁଟି ଠାରେ ଅଳିଆ ଆବର୍ଜନା ପଡୁଥିଲା। ଯାହା ଫଳରେ ବିପିୟୁଟି, ଛେଣ୍ଡ ଅଞ୍ଚଳ ସମେତ ଏହାର ଆଖାପାଖ ଅଞ୍ଚଳର ଲୋକଙ୍କ ଚଳପ୍ରଚଳରେ ବିଭିନ୍ନ ସମୟରେ ସମସ୍ୟା ସୃଷ୍ଟି ହେଉଥିଲା। ଯେଉଁଥିପାଇଁ ଏହାର ସ୍ଥାନାନ୍ତର ପାଇଁ ରାଉରକେଲା ମହାନଗର ନିଗମ ଯୋଜନା କରିଥିବା ବେଳେ ତରକେରାର ଏକ ସ୍ଥାନ ଯାହା ଜନବସତି ଠାରୁ ଦୂରରେ ତାହାକୁ ବଛା ଯାଇଥିଲା। ଆଉ ସେହି ସ୍ଥାନାନ୍ତରଣ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଛି। 

ଏଥିସହ ବହୁ ବର୍ଷ ଧରି ପଡ଼ି ରହିଥିବା ପୁରୁଣା ସବୁ ଅଳିଆ ଆବର୍ଜନା ତଥା ବର୍ଜ୍ୟବସ୍ତୁ ଗୁଡିକର ବାୟୋ ମାଇନିଂ ପ୍ରକ୍ରିୟା ଚାଲୁ ରହିଥିବା ବେଳେ ତାହା ମଧ୍ୟ ଖୁବ୍ ଶୀଘ୍ର ଶେଷ ହେବ ବୋଲି ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ ସୂଚନା ଦେଇଛନ୍ତି।

ଏଥିସହ ରାଉରକେଲା ମହାନଗର ନିଗମ ଆୟୁକ୍ତ ସୁଶ୍ରୀ ଦୀନା ଦସ୍ତଗୀର୍ କହିଛନ୍ତି ଯେ, “ବିପିୟୁଟି ନିକଟରେ ଆଉ ଅଳିଆ ଆବର୍ଜନା ନ ପକାଇବାକୁ ଆରଏମସି ତରଫରୁ ନିଷ୍ପତ୍ତି ନିଆଯାଇଛି। ସମସ୍ତ ବିପିୟୁଟି ନିକଟରେ ଆଉ ଅଳିଆ ଆବର୍ଜନା କିମ୍ବା ନିର୍ମାଣ ଓ ଭଗ୍ନାବଶେଷ ବର୍ଜ୍ୟବସ୍ତୁ ନ ପକାଇବାକୁ ରାଉରକେଲାବାସୀଙ୍କୁ ଅନୁରୋଧ କରିଛନ୍ତି। ଏଥିରେ ଖିଲାପ କଲେ ଖିଲାପକାରୀଙ୍କ ଠାରୁ ଜରିମାନା ଆଦାୟ କରାଯିବା ସହ ତାଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ମଧ୍ଯ ଗ୍ରହଣ କରାଯିବ ବୋଲି ସେ ସୂଚନା ଦେଇଛନ୍ତି। ସେ ଏହି କ୍ଷେତ୍ରରେ ସଭିଙ୍କ ସହଯୋଗ କାମନା କରିବା ସହ ଏକ ସ୍ଵଚ୍ଛ, ସୁସ୍ଥ ଓ ସୁନ୍ଦର ରାଉରକେଲା ଗଠନରେ ସମସ୍ତେ ସାମିଲ୍ ହେବାକୁ ସେ ଆହ୍ଵାନ ଦେଇଛନ୍ତି। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କଳାହାଣ୍ଡି ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ପ୍ରସ୍ତୁତି ସହ ୫ ଟି ହାଇସ୍କୁଲ କାର୍ଯ୍ୟ ତଦାରଖ

Sunil Chandra Nayak

ପ୍ରଧାନ ଶିକ୍ଷକ ଙ୍କ ଅବସର କାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଆଡମ୍ବର ସହ ଅନୁଷ୍ଠିତ

masiha

ଜନଜାତିୟ ଗୌରବ ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ 

Sunil Chandra Nayak

Leave a Comment

error: Content is protected !!