ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଖଡିଆଳ ପାଟଣା କ୍ଷତ୍ରିୟ ସମାଜର ଜରୁରୀ କେନ୍ଦ୍ର ବୈଠକ

୨୧ ଜଣ ପରାମର୍ଶ ଦାତା ସହିତ ଜଣେ ଯୁଗ୍ମ ସଂଙ୍ଗଠକ ଓ ଜଣେ ଉପ କୋଷାଧ୍ୟକ୍ଷ ମନୋନୟନ

 ନୂଆପଡା ଜିଲ୍ଲା ଖଡିଆଳ ବ୍ଲକ ଜୁନାନୀ ଗ୍ରାମ ଠାରେ ଖଡିଆଳ ପାଟଣା କ୍ଷତ୍ରିୟ ସମାଜର ଏକ ଜରୁରୀ କେନ୍ଦ୍ର ବୈଠକ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ଉପ କୂଳପତି ସୁରେନ୍ଦ୍ର ପ୍ରଧାନୀ ଅଧ୍ୟକ୍ଷତା କରିଥିବା ବେଳେ କୂଳପତି ଶମ୍ଭୁକିଶୋର ଦଣ୍ଡସେନା, ସମ୍ପାଦକ ଦିଲ୍ଲୀପ କୁମାର ନାଏକ ,ଯୁଗ୍ମ ସମ୍ପାଦକ ଘୁମେଶ ଚଳାନ, ସହ ସମ୍ପାଦକ ସୁନୀଳ କୁମାର ମାଝୀ, ମୁଖ୍ୟ ସଂଗଠକ ପରମେଶ୍ବର ବାରିକ, ସହ ସଂଙ୍ଗଠକ ବିଭୁତି ଭୂଷଣ ବିଶି, କୋଷାଧ୍ୟକ୍ଷ ଶ୍ରୀବସ୍ଟ ବାରିକ ମଂଚାସୀନ ଥିଲେ । ସଂଗଠକ ଶ୍ରୀ ବାରିକ ଅତିଥି ମାନଙ୍କୁ ମଂଚାସୀନ କରିବା ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟ ସମ୍ପାଦକ ଶ୍ରୀ ନାଏକ ସମ୍ପାଦକୀୟ ବିବରଣୀ ପଠନ କରିଥିଲେ । ପରେ ୨୧ ଜଣ ପରାମର୍ଶ ଦାତା ଚୟନ କରାଯାଇଥିଲା । ପରାମର୍ଶଦାତା ଭାବରେ ଜିତେନ୍ଦ୍ର ସିଂ ବାରିକ, କେତନ ସିଂ ବାରିକ, ନନ୍ଦଲାଲ ବାରିକ, ମହେଶ୍ବର ପ୍ରସାଦ ବାରିକ, ଖରତ ଚନ୍ଦ୍ର ବାରିକ, ରମଣ ସିଂ ବାରିକ, ସୈଲେନ୍ଦ୍ର ବାରିକ, ଜ୍ଞାନ ପ୍ରକାଶ ସିଂ, ଅଶ୍ବିନୀ କୁମାର ପ୍ରଧାନୀ, ବିଦ୍ୟାଧର ବିଶି, ଦେବ ସିଂ ନାଏକ, ବିଶ୍ବମ୍ବର ପ୍ରଧାନ, ତୁଲସାଗର ରାଉତ, ଶ୍ରୀହରୀ ପଣ୍ଡା, ପଦ୍ମନ ସିଂ ଚଳାନ, ସଦାନନ୍ଦ ନାଏକ, ବିଜୟ ରାଉତ ରାୟ, ବଳଦେବ ରାଉତ, ରାଜେନ୍ଦ୍ର ଦଣ୍ଡସେନା, ବିଜୟ ପ୍ରତାପ ସିଂ ମହାରଥା, ଭୁରିଶ୍ରବା ବିଶି ଙ୍କୁ ସର୍ବ ସମ୍ମତି କ୍ରମେ ମନୋନିତ କରାଯାଇଥିଲା । ପରେ ପରିଷଦ ରେ ଯୁଗ୍ମ ସମ୍ପାଦକ ଭାବରେ ଜଗଦୀଶ ବାରିକ ଓ ସହ କୋଷାଧ୍ୟକ୍ଷ ଭାବରେ ରାଜକପୁର ବାରିକ ଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିଲା । ଆସନ୍ତା ମେ ୨୭ ତାରିଖ ଖଡିଆଳ ପାଟଣା କ୍ଷତ୍ରୀୟ ସମାଜର ସ୍ବନକ୍ଷତ୍ର ଦିବସ ପଡୁଥିବାରୁ ସର୍ବ ସମ୍ମତି କ୍ରମେ ଖଡିଆଳ ସ୍ଥିତ ନିଜ ସମାଜ ଗୁହ ରେ ପାଳନ କରିବା ପାଇଁ ନିଷ୍ପତି ହୋଇଥିଲା । କାର୍ଯ୍ୟକ୍ରମରେ , ପୂର୍ବତନ ପରାମର୍ଶ ଦାତା ହରିଶ୍ଚନ୍ଦ୍ର ବାରିକ, ଖଡ଼ିଆଳ ପାଟଣା କ୍ଷତ୍ରୀୟ ସମାଜର ପୂର୍ବତନ ସମ୍ପାଦକ ତଥା କେନ୍ଦ୍ର ସଦସ୍ୟ ଶୁଶୀଳ କୁମାର ଚଲାନ, ଶିକ୍ଷାବିତ ହେମନ୍ତ ଦଣ୍ଡସେନା, କେନ୍ଦ୍ର ସଦସ୍ୟ ଅଶୋକ କୁମାର ବାରିକ, ବରିଷ୍ଠ ଓଡ଼ିଶା ହାଇକେର୍ଟ ଆଇନଜୀବୀ ବିଭୁଦତ ଚଳାନ, ଡ. ସୁଶାନ୍ତ କୁମାର ବିଶି, ଅଧ୍ୟାପକ ରୁଦ୍ରମାଧବ ବାରିକ, ଶିକ୍ଷାବିତ ଦୃଷିକେଶ ଦଣ୍ଡସେନା, ସଦାନନ୍ଦ ରାଉତ, ସମେତ ଅନେକ ଅଂଚଳ ସଭାପତି କେନ୍ଦ୍ର ସଦସ୍ୟ ସମାଜର ଉନ୍ନତି ପାଇଁ ନିଜ ନିଜ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ୨୭ ଗୋଟି ଅଂଚଳର ଦୁଇ ଜଣ କେନ୍ଦ୍ର ସଦସ୍ୟ ଓ ଅଂଚଳ ସଭାପତି ସମ୍ପାଦକ ସମେତ ସମାଜସେବୀ, ନିମନ୍ତ୍ରିତ ସଦସ୍ୟ ଯୋଗଦାନ କରିଥିଲେ । ଜୁନାନୀ ଅଂଚଳର ଅଂଚଳ ସଭାପତି କେଶବ ପ୍ରଧାନୀ ଓ ଲୋକନାଥ ବାରିକ ଙ୍କୁ ସମାଜ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ସହ ସଂଙ୍ଗଠକ ଶ୍ରୀ ବିଶି ଧନ୍ୟବାଦ ଅର୍ପଣ କରିଥିଲେ ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଶ୍ରୀ ବିଦ୍ୟାଧର ମହାନ୍ତ ଙ୍କ କବିତା ବିରହିଣୀ

Sunil Chandra Nayak

କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଭାବେ ନିର୍ବାଚିତ ହେଲେ ପୁଷ୍ପେନ୍ଦ୍ର ସିଂହଦେଓ

Sunil Chandra Nayak

ଭାଲୁ ଆକ୍ରମଣରେ ମହିଳା ଗୁରୁତର

Sunil Chandra Nayak

Leave a Comment

error: Content is protected !!