ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଶ୍ବ ରେଡକ୍ରସ ଦିବସ ପାଳନ ଅବସରରେ ଅନାଥାଶ୍ରମ ଅନ୍ତେବାସୀଙ୍କୁ ହାଇଜେନିକ କିଟ୍ ବଣ୍ଟନ

ଗୋଲାମୁଣ୍ଡା, ତା ୮/୫ ( ମ ନି ସ) ଭାରତୀୟ ରେଡକ୍ରସ ସୋସାଇଟି, ଓଡ଼ିଶା ରାଜ୍ୟ ଶାଖା ତରଫରୁ ବିଶ୍ବ ରେଡକ୍ରସ ଦିବସ ପାଳନ ଅବସରରେ ସ୍ଥାନୀୟ ନବ ଜୀବନ ଅନାଥାଶ୍ରମର ଅନ୍ତେବାସୀ ମାନଙ୍କୁ ହାଇଜେନିକ କିଟ୍ ଓ ମାସ୍କ୍ ବଣ୍ଟନ କରାଯାଇଛି । ଅତିଥିଙ୍କ ଦ୍ଵାରା ପ୍ରଥମେ ରେଡକ୍ରସ ପତାକା ଉତ୍ତୋଳନ କରାଯିବା ପରେ ରେଡକ୍ରସର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଫଟୋରେ ମାଲ୍ୟାର୍ପଣ କରାଯାଇଥିଲା । ଗୋଲାମୁଣ୍ଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀମତୀ ସ୍ନିଗ୍ଧା ରାଣୀ ପ୍ରଧାନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବ୍ଲକ୍ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ – ମୁଖ୍ୟ ଅତିଥି , ଗୋଲାମୁଣ୍ଡା ସରପଞ୍ଚ ପୁରୁଷୋତ୍ତମ ରାଉତ, ବ୍ଲକ୍ ଅଫିସ୍ ମୁଖ୍ୟ କିରାଣୀ ପ୍ରଦୀପ ମହାପାତ୍ର, ଖେଳ ଶିକ୍ଷକ ସନ୍ତୋଷ କୁମାର ବାରିକ ଓ ସମାଜ ସେବୀ ଶ୍ୟାମ ସୁନ୍ଦର ଅଗ୍ରୱାଲ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ବ୍ୟକ୍ତିଗତ ସ୍ବଚ୍ଛତା ଉପରେ ଗୁରୁତ୍ଵ ଦେବା ସହ ମାସ୍କ ତଥା ସାନିଟାଇଜାର ବ୍ୟବହାର ବିଷୟରେ ଆଲୋଚନା କରିଥିଲେ। ରାଜ୍ୟ ରେଡ଼କ୍ରସ ଶାଖା ସୌଜନ୍ୟରୁ ପ୍ରାପ୍ତ ଏହି ହାଇଜେନିକ କିଟ୍ ଓ ମାସ୍କ୍ ଜିଲ୍ଲା ରେଡ଼କ୍ରସ ଶାଖାର ସହାୟତା ଓ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନାଥାଶ୍ରମର ଅନ୍ତେବାସୀ ମାନଙ୍କୁ ବଣ୍ଟନ କରାଯାଇଥିଲା ।ସେମେଲିଆନ୍ ମହା ବିଦ୍ୟାଳୟ , ଚିଚିଆର ଯୁବ ରେଡ଼କ୍ରସ ପରାମର୍ଶ ଦାତା ଡ. ନୃସିଂହାନନ୍ଦ ସାସମଲ ସ୍ୱାଗତ ଅଭିଭାଷଣ ପ୍ରଦାନ କରିଥିଲେ। ଜିଲ୍ଳା ଯୁବ ରେଡ଼କ୍ରସ ସଂଯୋଜକ ଶାନ୍ତନୁ କୁମାର ପରିଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସ୍ଥାନୀୟ ସର୍ବ ମଙ୍ଗଳା ମହା ବିଦ୍ୟାଳୟର ଯୁବ ରେଡ଼କ୍ରସ ସ୍ବେଚ୍ଛାସେବୀମାନେ ଏହି କିଟ୍ ବଣ୍ଟନ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଶେଷରେ ନବ ଜୀବନ ଅନାଥାଶ୍ରମର ପ୍ରତିଷ୍ଠାତା ରାମ ବିଳାସ ସାଗର ଧନ୍ୟବାଦ ଅର୍ପଣ କରିଥିଲେ।

ଗୋଲକୁଣ୍ଡା ରୁ ଦାମୋଦର ଦାସ ଙ୍କ ରିପୋର୍ଟ।

Related posts

ନିଖୋଜ ଯୁବକ ଙ୍କ ଗଳିତ ଶବ ଜଙ୍ଗଲ ମଧ୍ୟରେ ଠାବ, ସନ୍ଧାନୀ କୁକୁର ଦ୍ୱାରା ମୃତ ଶବ କୁ ଠାବ କଲା ପୋଲିସ

Sunil Chandra Nayak

ମିଶନ ଶକ୍ତି ଋଣ ମେଳା ରେ ୧୮୧ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ତିନି କୋଟି ୭୨ ଲକ୍ଷ ଋଣ ପ୍ରଦାନ 

Sunil Chandra Nayak

ଶ୍ରୀମତୀ କଲ୍ୟାଣୀ ନନ୍ଦ ଙ୍କ ପ୍ରବନ୍ଧ ଶ୍ରୀମନ୍ଦିରରେ ଗଣପତିଙ୍କ ପୂଜନ

Sunil Chandra Nayak

Leave a Comment

error: Content is protected !!