ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆର୍.କେ. ଜୁନିଅର କଲେଜରେ ବିଶ୍ୱ ଏଡସ ଦିବସ ପାଳିତ

ଆର୍.କେ. ଜୁନିଅର କଲେଜରେ ବିଶ୍ୱ ଏଡସ ଦିବସ ପାଳିତ

ମୟୂରଭଂଜ, – ମୟୂରଭଂଜ ଜିଲ୍ଲାର ବିଜାତଳା ବ୍ଲକ ଅନ୍ତର୍ଗତ ଲୁହାଶିଳାସ୍ଥିତ ଆର୍.କେ. ଜୁନିଅର କଲେଜର ଯୁବ ରେଡକ୍ରସ ଓ ରେଡ ରିବନ ପକ୍ଷରୁ ଏଚ.ଆଇ.ଭି. ଭୂତାଣୁ ଓ ଯୌନ ସଂକ୍ରମିତ ରୋଗର ନିରାକରଣ ସଚେତନତା ଅଭିଯାନ ଦିବସ ପାଳିତ ହୋଇଯାଇଛି। କଲେଜ ପରିସରରେ ଅଧ୍ୟକ୍ଷ କବି ସଂଗ୍ରାମ ଶତପଥୀଙ୍କ ପୌରୋହିତ୍ୟରେ ଏହି ଅବସରରେ ଆୟୋଜିତ ଏକ ସଚେତନତା କାର୍ଯ୍ୟକ୍ରମରେ ଲୁହାଶିଳା ପ୍ରାଥମିକ ସ୍ୱାସ୍ସ୍ଥ୍ୟ କେନ୍ଦ୍ର (ପି.ଏଚ.ସି.) ର ଆୟୁଷ ଡାକ୍ତର ପଙ୍କଜ କୁମାର ଗିରି ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏଡସ ଓ ଏଚ.ଆଇ.ଭି ବିଷୟରେ ଛାତ୍ରଛାତ୍ରୀ ମାନଙ୍କୁ ବୁଝାଇଥିଲେ। ଏଡ୍ସ ପ୍ରତି ସଚେତନ ହୁଅ।ଏଡ୍ସ ରୋଗୀଙ୍କୁ ଘୃଣା କର ନାହିଁ ।ସରକାର ଏଡ୍ସ ରୋଗୀଙ୍କ ପ୍ରତି ବହୁ କଲ୍ୟାଣ ମୂଳକ ଯୋଜନା କରିଛନ୍ତି ଯଥା ରେସନ କାର୍ଡ,ମାଗଣା ଔଷଧ, ଭତ୍ତା,ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଇତ୍ୟାଦି ।ତେଣୁ ନିଜେ ସଚେତନ ହେବା ସହ ସମସ୍ତଙ୍କୁ ସଚେତନ କରାଅ ବୋଲି ବକ୍ତାଗଣ କହିଥିଲେ ।ଏଡ୍ସ ସଚେତନତା ରେ ବିଶେଷତଃ ଶିକ୍ଷିତ ଯୁବଗୋଷ୍ଠୀଙ୍କ ଭୂମିକା ଗୁରୁତ୍ବପୁର୍ଣ । ଯୁବ ଅବସ୍ଥାରେ ନିଜ ସ୍ବାସ୍ଥ୍ୟ ପ୍ରତି ସଚେତନ ହେବା ଆବଶ୍ୟକ ଅଟେ ।ଆଧ୍ୟାତ୍ମିକ ରାସ୍ତାରେ ଯିବା ସହ ଶୃଙ୍ଖଳିତ ଜୀବନ ଚର୍ଯା ,ଯୋଗ,ପ୍ରାଣାୟାମ ପ୍ରତି ଧ୍ୟାନ ଦେବା ଉଚିତ ।ଭଗବାନ ଆମକୁ ଦୁର୍ଲଭ ମାନବ ଜୀବନ ଦେଇଛନ୍ତି ଆମ୍ଭେ ଏହାକୁ ସଠିକ ମାର୍ଗରେ ନେବା ଉଚିତ ।ଏହି କାର୍ଯ୍ୟକ୍ରମରେ ଇତିହାସ ଅଧ୍ୟାପକ ଅଜୟ କୁମାର ଗିରି ଯୋଗ ଦେଇ ଏଡସ ଦିବସର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ। ଯୁବ ରେଡକ୍ରସ ପରାମର୍ଶଦାତା ସଂଜିବ କୁମାର ଗିରିଙ୍କ ପରିଚାଳନାରେ ଆୟୋଜିତ ଏହି ଉତ୍ସବରେ ଅଧ୍ୟାପକ ଶଶିକାନ୍ତ ନନ୍ଦ, ଅନୀଲ କୁମାର ଗିରି, ରୂପ ନାରାୟଣ ମାଝି, ରମାକାନ୍ତ ପାତ୍ର, ଯୋଗେଶ୍ୱର ତୁଂ, ସୁଦୀପ ସରକାର, ମାୟାଧର ସି ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ଏଡସ ପାଇଁ ସଚେତନତାର ଆବଶ୍ୟକତା ସମ୍ପର୍କରେ ନିଜ ନିଜ ଅଭିଭାଷଣ ମାଧ୍ୟମରେ କହିଥିଲେ। ଏହି ଦିବସ ଉପଲକ୍ଷେ ଆୟୋଜିତ ବକତୃତା, କୁଇଜ, ଚିତ୍ରାଂକନ, ସ୍ଲୋଗାନ ଆଦି ପ୍ରତିଯୋଗିତାର କୃତୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କାର ସ୍ୱରୂପ ମେଡାଲ ଓ ମାନପତ୍ର ପ୍ରଦାନ କରାଯାଇଥିଲା। ପରେ ପରେ ଛାତ୍ରଛାତ୍ରୀ ମାନେ ଏଡସ ସଚେତନତା ସ୍ଲୋଗାନ ବା ଧ୍ୱନୀ ଦେଇ ଏକ ଶୋଭାଯାତ୍ରାରେ (ରାଲି) ପରିକ୍ରମାରେ ବାହାରିଥିଲେ। ଶେଷରେ ଛାତ୍ରଛାତ୍ରୀ ମାନ ଙ୍କୁ ଟିଫିନ ବିତରଣ କରାଯାଥିଲା। ରାଧାନାଥ ଗିରି, ଭଜହରି ମାଝି, ନନ୍ଦ କିଶୋର ହେମ୍ବ୍ରମ, ରାମଦାସ ମାଝି ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ।

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ତେନ୍ତୁଳିଖୁଣ୍ଟି ଡ୍ରାଇଭର ମହାସଂଘ ର ସଡକଦୁର୍ଘଟଣା ରେ ମୃତ ଡ୍ରାଇଭର ର ପରିବାର କୁ ସହାୟତା

୫ ଟି ସଚିବଙ୍କ ଗସ୍ତ ପୂର୍ବରୁ ଡୋକରିଚଞ୍ଚରାରେ ସ୍ଥିତି ଅନୁଧ୍ୟାନ କଲେ ଧର୍ମଗଡ଼ ଉପ ଜିଲ୍ଲାପାଳ

କଳାହାଣ୍ଡି ଉପାନ୍ତ ଅଞ୍ଚଳରେ ଶିକ୍ଷାର ପ୍ରଦୀପ ସାଜିଛି ଲେତେର ଉଚ୍ଚ ବିଦ୍ୟାଳୟର ରୋପ୍ୟ ଜୟନ୍ତୀ ସମାରୋହ

Sunil Chandra Nayak

Leave a Comment

error: Content is protected !!