ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦୨୫-୨୬ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ରାଇରଙ୍ଗପୁର ରେ ଗଡ଼ିଲା କୃଷକ ସଚେତନତା ରଥ

୨୦୨୫-୨୬ଖରିଫ ଋତୁ ଧାନ ସଂଗ୍ରହ ନିମନ୍ତେ ରାଇରଙ୍ଗପୁର ରେ ଗଡ଼ିଲା କୃଷକ ସଚେତନତା ରଥ

ମୟୂରଭଂଜ -ତା ୦୩-୧୨-୨୦୨୫. ଚାଷୀଙ୍କ ଉନ୍ନତି ପାଇଁ ରାଜ୍ୟ ସରକାର ସର୍ବଦା ପ୍ରତିଶୃତିବଦ୍ଧ.ଏହି ପରିପ୍ରେକ୍ଷୀରେ ସରକାର ଙ୍କ ନିର୍ଦେଶ ତଥା ଜିଲ୍ଲା ପ୍ରଶାସନ ର ନିଷ୍ପତ୍ତି କ୍ରମେ ଚଳିତ ବର୍ଷ ଡିସେମ୍ବର ୨୬ ତାରିଖରୁ ୨୦୨୫ -୨୬ ବର୍ଷ ଖରିଫ ଋତୁ ପାଇଁ ଚାଷୀ ମାନଙ୍କ ଠାରୁ ଧାନ ସଂଗ୍ରହ କରାଯିବା ନେଇ କାର୍ଯ୍ୟକ୍ରମ ରହିଛି.।

ଏଥି ନିମନ୍ତେ ଆଜି ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଆନୁକୂଲ୍ୟରେ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିସରରେ ଏକ କୃଷକ ସଚେତନତା ରଥ କୁ ବାମନଘାଟି ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ବାସନ୍ତୀ ଲାକ୍ରା, ସହକାରୀ ଜିଲ୍ଲାପାଳ ସୁଧାକର ସେଠୀ, ଶ୍ରୀମତୀ ମିନତୀ ବେହେରା ପ୍ରମୁଖ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ .

ଉକ୍ତ ରଥ କୁ ଶୁଭାରମ୍ଭ କରି ଅତିରିକ୍ତ ଉପଜିଲ୍ଲାପାଳ ଶ୍ରୀମତୀ ଲାକ୍ରା କହିଥିଲେ କି ଉକ୍ତ ରଥ ର ପରିକ୍ରମା ର ମୁଖ୍ୟ ଉଦେଶ୍ୟ ହେଉଛି ଜଣେ ପଞ୍ଜିକୃତ ଚାଷୀ ମଣ୍ଡି କୁ ତା’ଙ୍କର ଧାନ ବିକ୍ରୟ କରିବା ପାଇଁ ଆସିବା ପୂର୍ବରୁ ଏହା ଜାଣିବା ନିତ୍ୟାନ୍ତ ଜରୁରୀ କି ବିକ୍ରି ପାଇଁ ଉଦିଷ୍ଟ ଧାନ ର ଗୁଣାତ୍ମକ ମାନ କିପରି ହେବା ଉଚିତ ଏବଂ ମଣ୍ଡି ରେ ଧାନ ବିକ୍ରି କରିବା ପାଇଁ ତାଙ୍କୁ କେଉଁ କେଉଁ ନୀତି ନିୟମ ଅନୁସରଣ କରିବା ପାଇଁ ପଡିବ ସେ ସମ୍ଭନ୍ଧ ରେ ଚାଷୀ ଙ୍କୁ ଅବଗତ କରାଇବା ।

ଉକ୍ତ ରଥ ଉପଖଣ୍ଡ ର ୭ଟି ବ୍ଲକର ବିଭିନ୍ନ ଗ୍ରାମ ପଂଚାୟତ କୁ ପରିକ୍ରମା ରେ ଯାଇ ଖରିଫ ଋତୁ ରେ ଧାନ ବିକ୍ରୟ ସମ୍ଭନ୍ଧ ରେ ସମସ୍ତ ଚାଷୀ ଭାଇ ଭଉଣୀ ମାନଙ୍କ ଅବଗତି ନିମନ୍ତେ ବିଭିନ୍ନ ସୂଚନା ପ୍ରଦାନ କରିବା ସହ ସଚେତନତା ବାର୍ତ୍ତା ପହଞ୍ଚାଇବ ଯଦ୍ୱାରା ପଞ୍ଜିକୃତ ଚାଷୀ ମାନେ ସେମାନଙ୍କ ର ଧାନ ବିକ୍ରି ପାଇଁ ମଣ୍ଡି କୁ ଆସି କୌଣସି ସମସ୍ୟା ର ସମ୍ମୁଖୀନ ନ ହୋଇ ଅମଳ କରିଥିବା ଧାନ କୁ ରାଇରଙ୍ଗପୁର ନିୟନ୍ତ୍ରିତ ବଜାର କମିଟି ଦ୍ୱାରା ପରିଚାଳିତ ନିକଟସ୍ଥ ଲ୍ୟାମ୍ପ/ମଣ୍ଡି ମାଧ୍ୟମ ରେ ଗୁଣାତ୍ମକ ମାନ (FAQ)ର ଧାନକୁ ସରକାର ଙ୍କ ଦ୍ୱାରା ନିର୍ଦ୍ଧାରିତ ନିୟମ ରେ ବ୍ୟବସ୍ଥିତ ଢଙ୍ଗରେ ବିକ୍ରୟ କରି ଧାନର ସହାୟକ ମୂଲ୍ୟ ନିଜ ନିଜ ବ୍ୟାଙ୍କ ଖାତା ଜରିଆରେ ପାଇ ପାରିବେ. ।

ଆଜିର ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ଏସିଏସଓ ଶ୍ରୀ ସାରଙ୍ଗଧର ବେହେରା,ଏସ ରସିଏସ ମିର୍ଜା ହେମ୍ବ୍ରମ , ସହ କୃଷି ଅଧିକାରୀ ଧରିତ୍ରୀ ଟୁଡୁ, କୋଷାଧ୍ୟକ୍ଷ ଦିନେଶ କୁମାର ବେହେରାଙ୍କ ସମେତ ଅନ୍ୟାନ୍ୟ କର୍ମଚାରୀବୃନ୍ଦ ଉପସ୍ଥିତ ଥିଲେ.

ମୟୂରଭଂଜରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ଵାସିଙ୍ଗୀ ଉଚ୍ଚ ବିଦ୍ୟାଳୟରେ ଗୁରୁ ଦିବସ ପାଳିତ 

masiha

ଚାଷୀମୂଲିଆ ଆଦିବାସୀ ସଂଘ ତରଫରୁ ବିଶ୍ଵ ଆଦିବାସୀ ଦିବସ ଓ ସାଥୀ କେଣ୍ଡୁକା ଅର୍ଜୁନ ଙ୍କ ଶ୍ରଦ୍ଧାଞ୍ଜଳି ଦିବସ ଧୁମ ଧାମ ରେ ପାଳିତ 

Sunil Chandra Nayak

ବନ୍ଧାଗାଁ ରେ ନିଆଁରା ନୁଆଁଖାଇ , ଆମ୍ବେଦକର ଓ ବୁଦ୍ଧଙ୍କ ଫୋଟୋ ପୂଜିବା ପରେ ଖାଇଲେ ନବାନ୍ନ

masiha

Leave a Comment

error: Content is protected !!