ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟରେ ଯୋଗଦେଲେ ନୂତନ ସବ-ରେଜିଷ୍ଟ୍ରାର

କାର୍ଯ୍ୟରେ ଯୋଗଦେଲେ ନୂତନ ସବ-ରେଜିଷ୍ଟ୍ରାର

ଖଇରା,୨୦/୧୨/୨୫- ଦୀର୍ଘଦିନ ଧରି ଖାଲି ପଡିଥିବା ଉପ-ନିବନ୍ଧକଙ୍କ ପଦବୀ ହୋଇଛି ପୂରଣ । ଆଜି ତା ୨୦/୧୨/୨୫ ରିଖରେ ଯୋଗ ଦେଇଛନ୍ତି ନୂତନ ସବ-ରେଜିଷ୍ଟ୍ରାର ବିଶ୍ବଜିତ୍ ରଣା । ରାଜସ୍ବ ବିଭାଗର ଚିଠି ନମ୍ବର ୪୭୨୬୪ ତା ୧୬.୧୨.୨୦୨୫ ମୂଳେ ଟି ଆର. ଓ. ତାଲିମ ପାଉଥିବା ଶ୍ରୀ ରଣା ଖଇରା ସବ୍ ରେଜିଷ୍ଟ୍ରାର ଅଫିସର ଭାବେ ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ପ୍ରାୟ ୨ ବର୍ଷ ଧରି ଖଇରା ସବ୍ ରେଜିଷ୍ଟ୍ରାର ପଦବୀ ଖାଲି ପଡିଥିଲା, ଖାଲି ପଡିଥିବା ପଦବୀରେ ଖଇରା ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଭାରପ୍ରାପ୍ତ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ଭାରପ୍ରାପ୍ତ ଅଧିକାରୀଙ୍କ ସମୟରେ ଜନସାଧାରଣ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା, ଅଧିକାଂଶ ସମୟରେ ଜମି ବିକ୍ରେତା ଓ କ୍ରେତା ମାନଙ୍କୁ ଦିବା ୧୦ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା । ଏବେ ରେଗୁଲାର ସବ୍ ରେଜିଷ୍ଟ୍ରାର ଅଧିକାରୀ ଭାବେ ଯୁବ ସବ୍ ରେଜିଷ୍ଟ୍ରାର ଅଧିକାରୀ ବିଶ୍ବଜିତ ରଣା ଯୋଗଦାନ କରିବା ପରେ କର୍ମଚାରୀଙ୍କ ଖୁସି କହିଲେ ନ ସରେ । ସମସ୍ତଙ୍କ ସହଯୋଗ ମିଳିଲେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିବ ଏବଂ ସମସ୍ତେ ସେବା ପାଇବେ ବୋଲି କହିଛନ୍ତି ଶ୍ରୀ ରଣା । କର୍ମଚାରୀ ଏବଂ ମୋହରିର ସମସ୍ତଙ୍କ ମନରେ ଖୁସି ଖେଳିଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ଆଧ୍ୟାତ୍ମିକ ପର୍ଯ୍ୟଟନର ପ୍ରକୃଷ୍ଟ ଭିତ୍ତିଭୂମି ପଞ୍ଚମ ଡଙ୍ଗରଗଡ଼ ମହୋତ୍ସବ ଉଦଯାପିତ  ପଦ୍ମଶ୍ରୀ ପଟ୍ଟାଏତ ସାହୁଙ୍କୁ ଡଙ୍ଗରପୁରୁଷ ସମ୍ମାନ 

Sunil Chandra Nayak

ବୋଡ଼େନରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଶିବିର: ୮୦ ଅଭିଯୋଗ ପଞ୍ଜିକୃତ, ୩ ଜଣଙ୍କୁ ରେଡକ୍ରସ ପାଣ୍ଠିରୁ ଆର୍ଥିକ ସହାୟତା

Sunil Chandra Nayak

ଡ଼ ନାରାୟଣ ମହାପାତ୍ର ଙ୍କୁ ୟୁକେ ବୁକ ଅଫ ୱାର୍ଲଡ ରେକର୍ଡ ପକ୍ଷରୁ ଡକ୍ଟରେଟ ଉପାଧିରେ ସମ୍ଭର୍ଦ୍ଧିତ 

Sunil Chandra Nayak

Leave a Comment

error: Content is protected !!