ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟରେ ଯୋଗଦେଲେ ନୂତନ ସବ-ରେଜିଷ୍ଟ୍ରାର

କାର୍ଯ୍ୟରେ ଯୋଗଦେଲେ ନୂତନ ସବ-ରେଜିଷ୍ଟ୍ରାର

ଖଇରା,୨୦/୧୨/୨୫- ଦୀର୍ଘଦିନ ଧରି ଖାଲି ପଡିଥିବା ଉପ-ନିବନ୍ଧକଙ୍କ ପଦବୀ ହୋଇଛି ପୂରଣ । ଆଜି ତା ୨୦/୧୨/୨୫ ରିଖରେ ଯୋଗ ଦେଇଛନ୍ତି ନୂତନ ସବ-ରେଜିଷ୍ଟ୍ରାର ବିଶ୍ବଜିତ୍ ରଣା । ରାଜସ୍ବ ବିଭାଗର ଚିଠି ନମ୍ବର ୪୭୨୬୪ ତା ୧୬.୧୨.୨୦୨୫ ମୂଳେ ଟି ଆର. ଓ. ତାଲିମ ପାଉଥିବା ଶ୍ରୀ ରଣା ଖଇରା ସବ୍ ରେଜିଷ୍ଟ୍ରାର ଅଫିସର ଭାବେ ନିଜ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ପୂର୍ବରୁ ପ୍ରାୟ ୨ ବର୍ଷ ଧରି ଖଇରା ସବ୍ ରେଜିଷ୍ଟ୍ରାର ପଦବୀ ଖାଲି ପଡିଥିଲା, ଖାଲି ପଡିଥିବା ପଦବୀରେ ଖଇରା ତହସିଲଦାର ଏବଂ ଅତିରିକ୍ତ ତହସିଲଦାର ଭାରପ୍ରାପ୍ତ ଭାବେ କାର୍ଯ୍ୟ ତୁଲାଇ ଆସୁଥିଲେ । ଭାରପ୍ରାପ୍ତ ଅଧିକାରୀଙ୍କ ସମୟରେ ଜନସାଧାରଣ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା, ଅଧିକାଂଶ ସମୟରେ ଜମି ବିକ୍ରେତା ଓ କ୍ରେତା ମାନଙ୍କୁ ଦିବା ୧୦ଟା ଠାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡୁଥିଲା । ଏବେ ରେଗୁଲାର ସବ୍ ରେଜିଷ୍ଟ୍ରାର ଅଧିକାରୀ ଭାବେ ଯୁବ ସବ୍ ରେଜିଷ୍ଟ୍ରାର ଅଧିକାରୀ ବିଶ୍ବଜିତ ରଣା ଯୋଗଦାନ କରିବା ପରେ କର୍ମଚାରୀଙ୍କ ଖୁସି କହିଲେ ନ ସରେ । ସମସ୍ତଙ୍କ ସହଯୋଗ ମିଳିଲେ ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଚାଲିବ ଏବଂ ସମସ୍ତେ ସେବା ପାଇବେ ବୋଲି କହିଛନ୍ତି ଶ୍ରୀ ରଣା । କର୍ମଚାରୀ ଏବଂ ମୋହରିର ସମସ୍ତଙ୍କ ମନରେ ଖୁସି ଖେଳିଯାଇଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

Related posts

ବିଶ୍ୱ ପରିବେଶ ଦିବସ ପାଳନ

masiha

ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ପକ୍ଷରୁ ଜିଲ୍ଲା ସ୍ତରୀୟ ଶିଶୁ କ୍ରୀଡା ଉତ୍ସବ ଉତ୍ସାହ ୨୦୨୫

Sunil Chandra Nayak

ଛାତ୍ରୀ, ମହିଳା ଓ ଶିଶୁମାନଙ୍କ ଉପରେ ବଢ଼ୁଥିବା ନିର୍ଯ୍ୟାତନା ବିରୋଧରେ କନଭେନସନ

Sunil Chandra Nayak

Leave a Comment

error: Content is protected !!