ବିଜେପି ସରକାର ଦେଶ ବାସୀଙ୍କୁ କ୍ଷମା ମାଗନ୍ତୁ #କନ୍ଧମାଳ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ପ୍ରତିବାଦ ସଭା ଓ ରାଲି
ଫୁଲବାଣୀ ତା ୧୮/୧୨ – ନେସନାଲ୍ ହେରାଲଡ୍ଡ କେସ୍ ରେ ଦେଶ ବାସୀ ଙ୍କୁ କ୍ଷମା ମାଗନ୍ତୁ ବୋଲି ରାଜ୍ୟ କଂଗ୍ରେସ କମିଟି ର ନିର୍ଦ୍ଧେଶରେ କନ୍ଧମାକ ଜିଲ୍ଲା କଂଗ୍ରେସ କମିଟି ଫୁଲବାଣୀ ସହର ରେ କନ୍ଧମାଳ ଜିଲ୍ଲା ସଭାପତି ଚନ୍ଦ୍ର ଶେଖର ପରିଡା ଙ୍କ ନେତୃତ୍ୱରେ ଏକ ପ୍ରତିବାଦ ରାଲି ରେ ସହର ପରିକ୍ରମା କରିଥିଲା । ନେସନାଲ୍ ହେରାଲ୍ଲଡ କେସ୍ ରେ ୨୦୧୪ ରେ ସାଂସଦ ଶୁଭ୍ରମନିୟମ ସ୍ୱାମୀ କଂଗ୍ରେସ ସଭାନେତ୍ରୀ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କ ବିରୁଦ୍ଧରେ ନେସନାଲ ହେରାଲଡ୍ଡ ରେ ମନି ଲଣ୍ଡ୍ରିଙ୍ଗ ହେଇଛି ବୋଲି ଇ ଡ଼ି ରେ ଅଭିଯୋଗ ଦେଇଥିଲେ। ଗତ ୧୫ ଏପ୍ରିଲ ୨୦୨୫ ରେ ଇ ଡ଼ି ପକ୍ଷରୁ ଚାର୍ଜସିଟ ଫାଇଲ କରାଯାଇଥିଲା। ଜଷ୍ଟିସ ଵିଶାଲ ଗୋଗ୍ନେ ଚାର୍ଜସିଟ କୁ ବିଚାର କରି କେସ୍ ର କୋଗନିଜେନ୍ସ ନେବାକୁ ଅଗ୍ରାହ୍ୟ କରିଛନ୍ତି। ଜଣେ ବ୍ୟକ୍ତିର ଅଭିଯୋଗ କ୍ରମେ ଚାର୍ଜସିଟ କରାଗଲା କିପରି ଏବଂ ଏହା କେସ୍ ହେଉ ନାହିଁ। ଫଳରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀ ଙ୍କୁ ରାହତ ମିଳିଛି। ଏହି ମାମଲାରେ କଂଗ୍ରେସ ର ବିଜୟ ହୋଇଛି ଏବଂ ସତ୍ୟର ଜୟ ହୋଇଛି ବୋଲି ସାଂସଦ ତଥା କଂଗ୍ରେସ ମହା ସଚିବ ପ୍ରିୟଙ୍କା ଗାନ୍ଧୀ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। କୌଣସି ସମ୍ପତି, ଜମି ବିକ୍ରି କିମ୍ୱା ପଇସା ବାହାର କରିପାରିବେ ନାହିଁ ବୋଲି ଦସ୍ତାବୀଜ ରେ ଆଇନଗତ ଭାବେ ଉଲ୍ଲେଖ ଅଛି ବୋଲି ପ୍ରିୟଙ୍କା ପ୍ରକାଶ କରିଛନ୍ତି। ବରିଷ୍ଠ ନେତା ମନୁ ସିଂଘବି, ଶ୍ୟାମ ପୀଟ୍ରୋଡା ଓ ପୱନ ଖେଡା ଅନୁରୂପ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ପ୍ରତିବାଦ ରାଲିରେ ପୂର୍ବତନ ସାଂସଦ ରାଧାକାନ୍ତ ଡିଗଲ, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ସଞ୍ଜୟ କହଁର,ପୂର୍ବତନ ଯୁବ କଂଗ୍ରେସ ସଭାପତି ରଜତ କୁମାର ମହାନ୍ତି , ପୂର୍ବତନ ଲୋକସଭା ସଂସଦୀୟ କ୍ଷେତ୍ର ଯୁବ କଂଗ୍ରେସ ସଭାପତି ନନ୍ଦ କିଶୋର ଦାସ, ପୂର୍ବତନ ଜିଲ୍ଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀ, ବରିଷ୍ଠ କଂଗ୍ରେସ କର୍ମ କର୍ତ୍ତା ହେମନ୍ତ କୁମାର କର, ସଂସାର ଭୋଇ, ପଞ୍ଚାନନ ମୁଖି, ରାଜୀବ ଲୋଚନ ସାହାଣୀ, ସରୋଜ ପ୍ରଧାନ, ଦୁର୍ଯ୍ୟୋଧନ ପଟ୍ଟନାୟକ, ସୁବାସ ନାୟକ ପ୍ରମୁଖ ରାଲି ରେ ଯୋଗ ଦେଇଥିଲେ।କଂଗ୍ରେସ କାର୍ଯ୍ୟାଳୟରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା ।

