ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଙ୍ଗଲ ବେଲ ଇଂଲିଶ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ଜିଙ୍ଗଲ ବେଲ ଇଂଲିଶ ସ୍କୁଲ ର ବାର୍ଷିକ ଉତ୍ସବ ଅନୁଷ୍ଠିତ 

ରାଉରକେଲା,: ଛେଣ୍ଡ ସ୍ଥିତ ଜିଙ୍ଗଲ ବେଲ ଇଂଲିଶ ସ୍କୁଲ ର ୨୦ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଏଥିରେ ଇସ୍ପାତ ସ୍ୱୟଂ ଶାସିତ କଲେଜର ପ୍ରାକ୍ତନ ରିଡର ଡ଼. ଅଶ୍ୱିନୀ କୁମାର ରାୟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ l ସେ ତାଙ୍କ ବକ୍ତବ୍ୟ ଅବସରରେ ଅନ୍ତର୍ନିହିତ ପ୍ରତିଭା ପ୍ରଦର୍ଶନ କରିଥିବା ପୁଷ୍ପିତ କଳିକା ମାନଙ୍କୁ ସାଧୁବାଦ ଜଣାଇଥିଲେ l ପୂର୍ବ କାଳରେ ଉପନିଷଦ, ଗୁରୁକୁଳ ପରମ୍ପରା ପିଲାଙ୍କୁ ପ୍ରତିଷ୍ଠିତ କରିପାରିଥିଲା ବୋଲି କହିଥିଲେ l ସୁ ନାଗରିକ ହେବାପାଇଁ ପ୍ରତେକ ପିଲାକୁ ସୁସଙ୍ଗ ଓ ସାଧୁସଂଗତ ର ଆବଶ୍ୟକତା ରହିଛି l ଏଥିସହ ପିଲାମାନେ ନିଷ୍ଠା, ସଂଯମତା ସହନଶୀଳତା, ଓ ସଚ୍ଚୋଟତା ବଜାଇ ରଖିଲେ ଜୀବନରେ ସଫଳକାମୀ ହୋଇପାରିବେ ବୋଲି ଡ଼ ରାୟ କହିଥିଲେ l ଅବସରପ୍ରାପ୍ତ ସ୍କୁଲ ଡିଆଇ ରଶ୍ମିବାଳା ରାଉତରାୟ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ l ବିଭିନ୍ନ ଉଦାହରଣ ଛଳରେ ସେ କହିଲେ ଯେ, ଦେଶର ଅଗ୍ରଗତି ପଛରେ ମା’ ର ଭୂମିକା ଗୁରୁତ୍ୱପୁର୍ଣ l ଶିଶୁ ମାନଙ୍କ ଅଗ୍ରଗତି ପାଇଁ ଯତ୍ନ ଓ ପ୍ରେରଣା ଦରକାର l ମା’ ମାନେହିଁ ସେମାନଙ୍କର ଉପଯୁକ୍ତ ଯତ୍ନ ନେଇ ସଫଳ ବ୍ୟକ୍ତିତ୍ୱ ଭାବେ ଗଢି ତୋଳିବାକୁ ଆହ୍ୱାନ କରିଥିଲେ l ୱାଇଏମଏଫଆଇ ର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କହିଲେ ଯେ, ଆଜିର ଶିଶୁ ଆଗାମୀ ଦିନର ଭାବିଷ୍ୟତ l ସେମାନଙ୍କ ସ୍ବପ୍ନ, ଚିନ୍ତନ ଓ ଉଦ୍ୟମକୁ ସାକାର ରୂପ ଦେବାରେ ଅଭିଭାବକ ଓ ଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ l ପିଲାମାନେ ନିଷ୍ଠାବାନ, ଆତ୍ମବିଶ୍ଵାସୀ ଓ ସମୟାନୁବର୍ତ୍ତିତା ହେଲେ, ଆହ୍ୱାନର ମୁକାବିଲା କରି ଜୀବନରେ ସଫଳ ହେବେ ବୋଲି କହିଥିଲେ l ପ୍ରାରମ୍ଭରେ ରେ ସ୍କୁଲ ର ଅଧ୍ୟକ୍ଷା ଶେଫାଳି ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ ସହ ସ୍କୁଲ ର ବାର୍ଷିକ ବିବରଣୀ ଉପସ୍ଥାପନ କରିଥିଲେ l ସ୍କୁଲ ପରିଚାଳନା କମିଟି ର ସମ୍ପାଦକ ଆଇନଜୀବୀ ଶରତ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ l କାର୍ଯ୍ୟକ୍ରମକୁ ସୁଶ୍ରୀ ଶିଭାଙ୍ଗି ପଣ୍ଡା ଓ କମଳ ଲୋଚନ ଗାରୁ ସଂଯୋଜନା କରିଥିଲେ l ଉଦ୍ଘାଟନୀ ଉତ୍ସବ ପରେ କୃତୀ ଛାତ୍ର ଛାତ୍ରୀ ଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ l ଏହାପରେ ପିଲାମାନଙ୍କ ଦ୍ୱାରା ଚିତାକର୍ଶକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା l ଏଥିରେ ବହୁ ଛାତ୍ର ଛାତ୍ରୀ ଓ ଅଭିଭାବକ ଉପସ୍ଥିତ ଥିଲେ l କାର୍ଯ୍ୟକ୍ରମ ପରିଚାଳନା ରେ ଦେବେନ୍ଦ୍ର ମହାରଣା,ଶାଳିନୀ ପଣ୍ଡା ଓ ସ୍କୁଲର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସହଯୋଗ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କେନ୍ଦୁଝର କଲେଜରୋଡ ମହାଲକ୍ଷ୍ମୀ କଲଚରାଲ କମିଟି ତରଫରୁ ବ୍ୟାପକ ବ୍ୟବସ୍ଥା

Sunil Chandra Nayak

ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନ 

masiha

15 ପ୍ରକଳ୍ପର ଭୂମି ପୂଜନ କଲେ ମନ୍ତ୍ରୀ ଢୋଲକିଆ

Sunil Chandra Nayak

Leave a Comment

error: Content is protected !!