ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ମାଆ

ମାଆ

 
 ପ୍ରଶାନ୍ତ କୁମାର ନାଥ

 

ମାଆ ସୁଦ୍ଧ ପୂତ ନିର୍ମଳ ହୃଦୟ

     ସନ୍ତାନ ମଙ୍ଗଳ ଗୀତ

ସନ୍ତାନ ଜୀବନେ ସାରଥୀ ସାଜଇ

     ପ୍ରତି କ୍ଷଣେ ହୋଇ ମିତ। 

 

ମମତାର ସୁଧା ସତେ ମଧୁଝରା

     ଅମୃତ ଠାରୁ ସେ ମିଠା

ତା ପଣତ କାନି ସୁରକ୍ଷା କବଚ

     ସନ୍ତାନର ଶୀରି ମଠା। 

 

ବାତ୍ସଲ୍ୟ ମମତା ଗାଳି ଅବା ଵୋଲି

     ଲାଗଇ ଚନ୍ଦନ ଵୋଳି

ତା ଛୁଆଁରେ ଦୁଃଖ ଯାଏ ଦୂର ହେଇ

     ବସନ୍ତର ଋତୁ ଭଳି। 

 

ଅମାପ ଧୈର୍ଯ୍ୟର ମୂର୍ତ୍ତି ମନ୍ତ ଦେଵୀ

     ଜୀଵନ୍ତ ପ୍ରତିମା ଏହି

ଆକଣ୍ଠ ଚିତ୍ତରେ ଦିଅଇ ଆଶିଷ

     ହସ୍ତ ପ୍ରସାରିଣ ସେହି। 

 

ମାଟିଠୁ ଆକାଶ ସଵୁଠି ଅସ୍ତିତ୍ବ

      ମାଆ ଵିନା ଗତି ନାହିଁ

ମାଆ ଵିନା ଏଠି କିଏ ଵା ଜନ୍ମିଛି

    ଏ ମହୀ ମଣ୍ଡଳ ପାଇଁ। 

     

ତା ଚରଣେ କୋଟି ପ୍ରଣିପାତ ମୋର

       ଜନ୍ମଧାତ୍ରୀ ମାଆ ପାଇଁ

ତା କୋଳରେ ସଦା ନେଉଥାଏ ଜନ୍ମ

      ଜନ୍ମ ଜନ୍ମାନ୍ତର ପାଇଁ।।

ପ୍ରଶାନ୍ତ କୁମାର ନାଥ

 ଜୁଣଗଡି (ରାଜନଗର) କେନ୍ଦ୍ରାପଡ଼ା

Related posts

ତେନ୍ତୁଳିଖୁଣ୍ଟି ଲ୍ୟାମ୍ପ ବୈଠକ : ଖରିଫ ଧାନ ମଣ୍ଡି ସମ୍ବନ୍ଧରେ ଆଲୋଚନା

Sunil Chandra Nayak

ସତ୍ୟ ନାରାୟଣ ମହାପାତ୍ର ଙ୍କ ଉପସ୍ଥାପନା ଜଗନ୍ମାତାଙ୍କ ସପ୍ତମ ସ୍ବରୂପ ମାତା କାଳରାତ୍ରି

Sunil Chandra Nayak

ସାମ୍ବାଦିକ ଙ୍କୁ ମାଡ଼ ଘଟଣା ,ମୁଖ୍ୟ ଅଭିଯୁକ୍ତ ଙ୍କ ବାପାଙ୍କୁ କୋର୍ଟ ଚାଲାଣ

Leave a Comment

error: Content is protected !!