ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ମାତୃ ଦିବସ ଉପଲକ୍ଷେ

ମାତୃ ଦିବସ ଉପଲକ୍ଷେ

 

ବିଜୟ କୁମାର ଜେନା

 

ଗର୍ଭର ଯନ୍ତ୍ରଣାକୁ ସେ ସହିଥାଏ

ମାଆ ଟିଏ ହେବା ପାଇଁ

କେତୋଟି ମାର୍ଗ ଦେଇ

କନ୍ୟାରୁ ଦୁହିତା , ଦୁଇ କୂଳର ହିତା

କିଏ ଡାକେ ଭଗ୍ନୀ, ଅବା କାର ଜାୟା

            ସ୍ଵାମୀ ଟି ପାଇଁ ସ୍ତ୍ରୀ

    ଶାଶୁ ପାଇଁ କୂଳବଧୂ

ଶେଷରେ ସନ୍ତାନ ଟିର ମାଆ ହେବା ପରେ

         ଜନନୀ,, ସେ,, ନମସ୍ୟା

ମା ଏକ ଶବ୍ଦ ନୁହେଁ,, ଏକ ଆବେଗ

ଜନନୀ ଓ ଜନ୍ମଭୂମି

 ସ୍ଵର୍ଗ ଠାରୁ ଗରୀୟସି

ଆଜିର ମାତୃ ଦିବସରେ ଏଇ କଥା ମନେରଖି

ଏଇ ବାର୍ତ୍ତା ସମାଜରେ

ଅତ୍ର ଯତ୍ର ସର୍ବତ୍ର

ପରଶି ଦେବା ହସି ହସି

ମାଆ ଯେ ଜନ୍ମ ଦାତ୍ରୀ

ମାଆର ପଣତ କାନି

ମାଆର ଭାଷା,,,,, ମାତୃଭାଷା

ସବୁ କିଛି ଆମ ପାଇଁ ଟେକ

ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ନୂଆପଡା ଜିଲ୍ଲାରେ ପାଞ୍ଚ ଗୋଟି ବ୍ଲକ ପାଇଁ ପାଞ୍ଚ ଜଣ ବ୍ଲକ ଉପାଧକ୍ଷ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

Sunil Chandra Nayak

କୋକସରା ବ୍ଳକ – ୭୭.୭୫,ଧର୍ମଗଡ ବ୍ଳକ – ୮୨.୯୯ ଓ ଜୟପାଟଣା ବ୍ଳକରେ – ୭୭.୩୧ ମତଦାନ

Sunil Chandra Nayak

ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ନବନିଯୁକ୍ତ ୮୦୪ କର୍ମଚାରୀଙ୍କ ଦିଗଦର୍ଶନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!