ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ କବିତା ମାତୃ ଦିବସ ଉପଲକ୍ଷେ

ମାତୃ ଦିବସ ଉପଲକ୍ଷେ

 

ବିଜୟ କୁମାର ଜେନା

 

ଗର୍ଭର ଯନ୍ତ୍ରଣାକୁ ସେ ସହିଥାଏ

ମାଆ ଟିଏ ହେବା ପାଇଁ

କେତୋଟି ମାର୍ଗ ଦେଇ

କନ୍ୟାରୁ ଦୁହିତା , ଦୁଇ କୂଳର ହିତା

କିଏ ଡାକେ ଭଗ୍ନୀ, ଅବା କାର ଜାୟା

            ସ୍ଵାମୀ ଟି ପାଇଁ ସ୍ତ୍ରୀ

    ଶାଶୁ ପାଇଁ କୂଳବଧୂ

ଶେଷରେ ସନ୍ତାନ ଟିର ମାଆ ହେବା ପରେ

         ଜନନୀ,, ସେ,, ନମସ୍ୟା

ମା ଏକ ଶବ୍ଦ ନୁହେଁ,, ଏକ ଆବେଗ

ଜନନୀ ଓ ଜନ୍ମଭୂମି

 ସ୍ଵର୍ଗ ଠାରୁ ଗରୀୟସି

ଆଜିର ମାତୃ ଦିବସରେ ଏଇ କଥା ମନେରଖି

ଏଇ ବାର୍ତ୍ତା ସମାଜରେ

ଅତ୍ର ଯତ୍ର ସର୍ବତ୍ର

ପରଶି ଦେବା ହସି ହସି

ମାଆ ଯେ ଜନ୍ମ ଦାତ୍ରୀ

ମାଆର ପଣତ କାନି

ମାଆର ଭାଷା,,,,, ମାତୃଭାଷା

ସବୁ କିଛି ଆମ ପାଇଁ ଟେକ

ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ପକ୍ଷରୁ ଭାରତର ୧୦ ଲକ୍ଷ ଆଶା କର୍ମୀ ସମ୍ମାନିତ

ବିଦ୍ୟାଧର ମହାନ୍ତ ଙ୍କ କବିତା ମନ୍ଦାର

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସ୍ଵାମୀ ଶ୍ୟାମ ଚରଣ ମୁର୍ମୁ ଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀ ପାଳିତ

Sunil Chandra Nayak

Leave a Comment

error: Content is protected !!