ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ୭୭ ସାଧାରଣତନ୍ତ୍ର ଦିବସ ପାଳିତ 

ଡାବୁଗାଁରେ ୭୭ ସାଧାରଣତନ୍ତ୍ର ଦିବସ ପାଳିତ 

ଡାବୁଗାଁ, ୨୭/୧ (ମ.ନି.ସ) – ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ କାର୍ଯ୍ୟ|ଳୟ, ତହସିଲ କାର୍ଯ୍ୟ|ଳୟ, ଥାନା, ପୋଷ୍ଟ ଅଫିସ, ମହିଳା ଓ ଶିଶୁ ବିକାଶ କାର୍ଯ୍ୟ|ଳୟ, ଖବରଦାତା ସଂଘ କାର୍ଯ୍ୟ|ଳୟ, ଡ୍ରାଇଭର ମହାସଂଘ ଓ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟ|ଳୟ ଓ ସମସ୍ତ ବିଦ୍ୟାଳୟ ଗୁଡିକରେ ୭୭ ସାଧାରଣତନ୍ତ୍ର ଦିବସ ସୋମବାର ପାଳିତ ହୋଇଯାଇଛି | ଏହା ସହ ଡାବୁଗାଁ ବ୍ଲକ ସଦରମହକୁମା ସରକାରୀ (ନୂତନ) ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି | ଏଥିରେ ମୁଖ୍ୟ ଅତିଥି ଭାବେ ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ | ଅନୁଷ୍ଠିତ ପରେଡରେ ମୋଟ ୧୦ ଟି ପରେଡ ଗ୍ରୁପ ଭାଗ ନେଇଥିଲେ | ଏଥିରେ ଡାବୁଗାଁ ଗୌରୀଦେବୀ ବାଳିକା ବିଦ୍ୟାଳୟ ପରେଡରେ ପ୍ରଥମ ହୋଇଥିବା ବେଳେ ଡାବୁଗାଁ ସରକାରୀ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟର ସ୍କାଉଟ ଗୃପ (୨ୟ) ଓ ଡାବୁଗାଁ ଭୈରବ ମହାବିଦ୍ୟାଳୟ ଏନସିସି ଗୃପ (୩ୟ) ସ୍ଥାନ ଅଧିକାର କରିଥିଲେ ଓ ଶ୍ରେଷ୍ଠ କମାଣ୍ଡର ଭାବେ ଶୁଭଶ୍ରୀ ପାଢୀ ଙ୍କୁ ମୁଖ୍ୟ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା | ଏଥିରେ ବ୍ଳକ ଅଧ୍ୟକ୍ଷା ବୀଣା ମାଝୀ, ଉପାଧ୍ୟକ୍ଷ ସଦାନନ୍ଦ ନାୟକ, ଜିଲା ପରିଷଦ ସଭ୍ୟ ଗୁପ୍ତ ବିଶୋୟୀ, ରାଜ୍ୟସଭା ସାଂସଦ ଙ୍କ ପ୍ରତିନିଧି ରାମାରାଓ ଚୌଧୁରୀ, ଏମ୍. ଆପ୍ପା ରାଓ, ବିଜେଡି ବ୍ଳକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, କଂଗ୍ରେସ ବ୍ଳକ ସଭାପତି ଜି ସାଇ ରାଜୁ, ଭାଜପା ଜିଲା ଯୁବ ମୋର୍ଚ୍ଚା ସଭାପତି ଶୁଭଜିତ ପାଣିଗ୍ରାହୀ, ବିଡିଓ ସମୀର କୁମାର ପାତ୍ର, ତହସିଲଦାର ଗୀତା ମୁର୍ମୁ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଆଦିତ୍ୟ ନାରାୟଣ ରଥ, ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦ୍ମନାଭ ଭାଲ୍ଲା, ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର, ଦକ୍ଷତା ବ୍ଲକ ସହଭାଗୀ ମୋନାଲ ପରିଡା, ଏଏସଆଇ ଗୋପାଳକୃଷ୍ଣ ହାଲୱା, ସମ୍ପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନୌଜ କୁମାର ମହାପାତ୍ର, କ୍ରୀଡା ଶିକ୍ଷକ ହେମନ୍ତ କୁମାର ସାମଲ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଶିକ୍ଷକ ବିଶ୍ଵେଷ କୁମାର ତ୍ରିପାଠୀ, ବଲ୍ଳଭ ନାରାୟଣ ପଣ୍ଡା, ଅମୂଲ୍ୟ ଦଳାଇ, ଶିକ୍ଷୟତ୍ରୀଶିକ୍ଷକ, ଛାତ୍ରୀଛାତ୍ର ମାନେ ଯୋଗ ଦେଇଥିଲେ | ଶେଷରେ ବିଭିନ୍ନ ବିଦ୍ୟାଳୟର ଛାତ୍ରୀ ଛାତ୍ର ଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା | ଡାବୁଗାଁ ଅବସରପ୍ରାପ୍ତ ସରକାରୀ କର୍ମଚାରୀ କଲ୍ୟାଣ ସଂଘ ତରଫରୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରୋଗୀ ମାନଙ୍କୁ ଫଳ ବଣ୍ଟନ କରଯାଇଥିଲା |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ବହୁଜନ ସଂଗ୍ରାମ ସମିତି ତରଫରୁ ମହାତ୍ମା ଜ୍ୟୋତିବା ଫୁଲେ ଜୟନ୍ତୀ ପାଳିତ

Sunil Chandra Nayak

ଗରିମା ଆୟୋଜିତ ରଜ ରାଜକୁମାରୀ ର ଅଡିସନ ଆସନ୍ତା ଜୁନ୍ ୯ ରେ….

masiha

ଈଶ୍ୱରୀୟ ବିଶ୍ଵ ବିଦ୍ୟାଳୟରେ ରାଜଯୋଗି ଜଗଦୀଶଚନ୍ଦ୍ରଙ୍କ ୨୫ ତମ ଅବ୍ୟକ୍ତ ସ୍ମୃତି ଦିବସ ପାଳିତ 

Leave a Comment

error: Content is protected !!