ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁନ୍ଦରଗଡ଼ ଠାରେ ଜାତୀୟ ଭୋଟର ଦିବସ ପାଳିତ

ସୁନ୍ଦରଗଡ଼ ଠାରେ ଜାତୀୟ ଭୋଟର ଦିବସ ପାଳିତ

ସୁନ୍ଦରଗଡ଼, ୨୫/୦୧/୨୬: ସ୍ଥାନୀୟ ବିକାଶ ଭବନ ଠାରେ ଆଜି ଜାତୀୟ ଭୋଟର ଦିବସ ପାଳିତ ହୋଇଯାଇଛି। ଏଥିରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂରଜ କୁମାର ପଟ୍ଟନାୟକ, ସଦର ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ମୋତିଲାଲ ସୁଲିଆ, ସବଡେଗା ଗୋଷ୍ଠି ଉନ୍ନୟନ ଅଧିକାରୀ ଶ୍ରୀ ବିଶ୍ଵନାଥ ସାହୁ, ଲାଠିକଟା ତହସିଲଦାର ଶ୍ରୀ ମୂରଲୀଧର ଉରମାଲ, ରାଉରକେଲା ମହାନଗର ନିଗମର ଉପ ଆୟୁକ୍ତ ଶ୍ରୀ ତରୁଣକାନ୍ତ ଉପସ୍ଥିତ ଥିଲେ। 

   ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ଭୋଟର ସଚେତନତା ନିମନ୍ତେ ଏକ ରଥକୁ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ। ମତଦାନ ପ୍ରକ୍ରିୟା ହେଉଛି ଏକ ସୁସ୍ଥ ଗଣତନ୍ତ୍ର ପରିଚୟ ଏବଂ ଏହା ଦ୍ଵାରା ଗଣତନ୍ତ୍ର ମଧ୍ୟ ସୁଦୃଢ ହୋଇଥାଏ ବୋଲି ଅତିଥି ମାନେ ନିଜର ମତବ୍ୟକ୍ତ କରିବା ସହିତ ଭୋଟର ସଚେତନତା ସୃଷ୍ଟି ଉପରେ ଗୁରୁତ୍ଵାରୋପ କରିଥିଲେ। ବିଶେଷ କରି ଭୋଟର ଲିଷ୍ଟ ରେ ନୂତନ ଭୋଟର ମାନଙ୍କ ସଂଯୋଗିକରଣ ତଥା ସ୍ୱଚ୍ଛ ,ନିରପେକ୍ଷ ଏବଂ ତ୍ରୁଟି ବିହୀନ ଭୋଟର ତାଲିକା ପ୍ରସ୍ତୁତ ହେବ ସେନେଇ ଆଲୋଚନା ମଧ୍ୟ କରାଯାଇଥିଲେ। 

   ସେହିଭଳି କାର୍ଯ୍ୟକ୍ରମରେ ନୂତନ ଭୋଟର ମାନଙ୍କୁ ଭୋଟର ପରିଚୟ ପତ୍ର ପ୍ରଦାନ କରାଯାଇଥିଲା। ଜାତୀୟ ଭୋଟର ଦିବସ ଉପଲକ୍ଷେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାରେ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା। ସେହିଭଳିସମସ୍ତ ନିର୍ବାଚନ ମଣ୍ଡଳୀ ରୁ ଜଣେ ଲେଖାଏଁ ଶ୍ରେଷ୍ଠ ବୁଥ ସ୍ତରୀୟ ଅଧିକାରୀ, ଶ୍ରେଷ୍ଠ ବୁଥ ସ୍ତରୀୟ ସୁପରଭାଇଜର, ଶ୍ରେଷ୍ଠ ସହକାରୀ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଏ ଇ ଆର ଓ), ଶ୍ରେଷ୍ଠ ନିର୍ବାଚନ ପଞ୍ଜୀକରଣ ଅଧିକାରୀ ଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ଶ୍ରେଷ୍ଠ ଚୁନାବ ପାଠଶାଳା ଭାବେ ପି ଏମ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଛତାସର୍ଗି , ଭବାନୀ ଶଙ୍କର ଉଚ୍ଚ ବିଦ୍ୟାଳୟ, ସୁନ୍ଦରଗଡ଼ ଏବଂ ଗୋପିନାଥପୁର ସରକାରୀ ବିଦ୍ୟାଳୟ, ବଣାଇ କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସର ରେ ଏକ ସଂକଳ୍ପ ପାଠ ମଧ୍ୟ କରାଯାଇଥିଲା। କାର୍ଯ୍ୟକ୍ରମ କୁ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ ପରିଚାଳନା କରିଥିଲେ ଏବଂ ଡେପୁଟି କଲେକ୍ଟର ଶ୍ରୀ ଜ୍ୟୋତି ରଞ୍ଜନ ପ୍ରଧାନ ଧନ୍ୟବାଦ୍ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମୁଖ୍ୟମନ୍ତ୍ରୀ ଙ୍କ ନୂଆପଡା ଗସ୍ତ – ୭୬୫ ରୁ ଉର୍ଦ୍ଧ୍ବ ଟଙ୍କା ର ପ୍ରକଳ୍ପର ଉଦଘାଟନ

Sunil Chandra Nayak

ପ୍ରକାଶ ପାଇଲା କବିତା ପ୍ରତିଯୋଗିତା ଫଳାଫଳ

masiha

ବିଶ୍ରା ବ୍ଲକ ପରିସର ରେ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଅନୁଷ୍ଠିତ

masiha

Leave a Comment

error: Content is protected !!