ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନରେ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

ରାଉରକେଲା ୨୬/୧, ୧୯୫୦ ଆଜି ଜାନୁଆରୀ ୨୬ ଦିନରେ ଭାରତ ଏକ ସାର୍ବଭୌମ ଗଣତାନ୍ତ୍ରିକ ରାଷ୍ଟ୍ରରେ ପରିଣତ ହୋଇଥିଲା। ଆଜି ସମଗ୍ର ଦେଶରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ନିଜ ନିଜ କାର୍ଯ୍ଯାଳୟ ପରିସରରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଇଛି।

       ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନ ରାଉରକେଲା କାର୍ଯ୍ୟାଳୟ ପରିସରରେ ଆଜି ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ସାମ୍ବାଦିକ ସତ୍ଯାନନ୍ଦ ମହାନ୍ତି ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ସାମ୍ବାଦିକ ସତ୍ଯାନନ୍ଦ ବେହେରା ସଂଯୋଜନା କରିଥିଲାବେଳେ, ଜର୍ଣ୍ଣାଲିଷ୍ଟସ୍ ଆସୋସିଏସନର ସଭାପତି ବିରଞ୍ଚି ନାରାୟଣ ପଟ୍ଟନାୟକ, ଉପସଭାପତି କୁଞ୍ଜବିହାରୀ ରାଉତ, ସାଧାରଣ ସମ୍ପାଦକ ଅରୁଣ ଦାଶ, ସହ-ସମ୍ପାଦକ ଗନ୍ଦୁର ଓରାମ, ପି ପି ରାୟ, ସମାଜସେବୀ ଶୈଳେନ୍ଦ୍ର ମହାନ୍ତି, ପ୍ରମୋଦ କୁମାର ନାତୁଲ୍ଯ, ସାମ୍ବାଦିକ ରଜନୀକାନ୍ତ ସ୍ବାଇଁ, ସନ୍ତୋଷ ସ୍ବାଇଁ, ସସ୍ମିତା ପ୍ରଧାନ, ସୁଦୀପ ଦେ, ଦିଲ୍ଲୀପ ଶର୍ମା, ଶୈଳେନ୍ଦ୍ର କୁମାର ସାହୁ, ସରୋଜ ବେହେରା, ସରୋଜ କୁମାର ଜେନା, ବିବେକ ଦାସ, ସୁରେଶ ନନ୍ଦ, ରାଜଦୀପ ମହାନ୍ତି, ସୁମନ୍ତ ଜେନା, କମଳାକାନ୍ତ ରାଉତ, ବିମଲ ପଟ୍ଟନାୟକ, ରାକେଶ ସିଂହ, ଆଜିମ୍ ଖାଁ, ଇରସାଦ୍ ଖାଁ, ସୌମ୍ୟରଞ୍ଜନ ରାଉତ, ରାନୁ ମହାପାତ୍ର, ସଂଗ୍ରାମ କେଶରୀ ଭୁୟାଁ,ନରେନ୍ଦ୍ର ସିଂ କାଲା, ଇନ୍ଦ୍ରାବଳୀ ମିସ୍ତ୍ରୀ, କୁମର ବେହେରା, ଦୀନେଶ ମିଶ୍ର, ପ୍ରମୋଦ ଜଗଦେବ ଆଇନଜୀବୀ ପ୍ରବାଳ ରଞ୍ଜନ ବାରିକ୍ ପ୍ରମୁଖ ଉପସ୍ଥିତ ହୋଇ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଦୟାନିଧି ତନ୍ତିଙ୍କୁ ନିଜ ଗ୍ରାମରେ ସ୍ବାଗତ ସମ୍ବର୍ଦ୍ଧନା

Sunil Chandra Nayak

ଆନ୍ତର୍ଜାତିକ ବରିଷ୍ଠ ନାଗରିକ ଦିବସରେ ବରିଷ୍ଠ ମତଦାତାଙ୍କୁ ସମ୍ମାନିତ କଲେ ଉପଜିଲ୍ଲାପାଳ ରାୟଗଡ଼ା

masiha

ବ୍ଲକ ଓ ଏନ ଏ ସି ସ୍ତରୀୟ ନିପୁଣ ଓଡିଶା ମେଳା ଅନୁଷ୍ଠିତ

masiha

Leave a Comment

error: Content is protected !!