ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

ଜୁନାଗଡ଼ରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ 

ଜୁନାଗଡ଼ ୨୭/୧( ମନୀସ ) ଜୁନାଗଡ଼ ସ୍ଥିତ ବିଜ୍ଞାପିତ ଅଞ୍ଚଳ ପରିଷଦ ଆନୁକୂଲ୍ୟରେ ୭୭ ତମ ସାଧାରଣତନ୍ତ୍ର ଦିବସ ପାଳିତ ହୋଇଯାଇଛି ।ହାଇସ୍କୁଲ ଖେଳ ପଡ଼ିଆରେ ଏନ ଏସିର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ପରେଡ଼ ରେ ଅଂଶ ଗ୍ରହଣ କରିଥିଲେ ।ଏଥିରେ ଜୁନାଗଡ଼ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଯୋଗଦାନ କରି ପରେଡ଼ଜାତୀୟ ପତାକା ଉତ୍ତୋଳନ କରି ସମ୍ବିଳିତପ୍ୟାରେଡ଼ରେ ଅଭିବାଦନ ଗ୍ରହଣ କରିଥିଲେ ।ଏଥିରେ ଏନ ଏ ସି ଅଧକ୍ଷ। ହିମାନ୍ଦ୍ରୀ ନ।ଏକ ସମେତ ସମସ୍ତ ୱାର୍ଡର କାଉନସିଲର ଗଣ ଉପସ୍ଥିତ ଥିଲେ ।ପରେ ପରେଡ଼ପ୍ରତିଯୋଗିତାରେ କୃତିତ୍ୱ କରିଥିବା ବିଦ୍ୟାଳୟକୁ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା କରାଯାଇଥିଲା । ସେହିପରି ସ୍ଥାନୀୟ କୋର୍ଟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବିଚାରପତିଙ୍କ ଦ୍ୱାରା ,ଲଙ୍କେଶ୍ୱରୀ କ୍ଲବ ଠାରେ ସଭାପତି ଦୁର୍ଗା ପ୍ରସାଦ ନାଏକ,ଚିଲିଗୁଡା ବୀର ଚହଁରିଆ ସାଂସ୍କୃତିକ ଅନୁଷ୍ଠାନରେ ବରିଷ୍ଠ ଜବୟିତ୍ରୀ ପଲ୍ଲବୀ ଦାସ ପତାକା ଉତ୍ତୋଳନ କରିଥିବା ବେଳେ ଫାଣ୍ଡିରେ ମିନକେତନ ରାଓ ଶବର ଏବଂ ୟୁପିଏସ ରେ ସ୍ଥାନୀୟ ସରପଞ୍ଚ ତାର। ଶଙ୍କର ରାୟଗୁରୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।ପରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲଷ୍ମୀଧର ମେହେର ଧନ୍ୟବାଦ ପ୍ରଦାନ କରିଥିଲେ । 

ଜୁନାଗଡ଼ ରୁ ବାରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ଲକ୍ଷ୍ମୀଧର ମ୍ୟୁନିସିପାଲିଟି ସରକାରୀ ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳରେ ବିଦ୍ୟାଳୟ ପରିଚାଳନା କମିଟି ଗଠିତ

Sunil Chandra Nayak

କବିତା(‘ସ୍ୱପ୍ନ’) ପ୍ରତିଯୋଗିତା ର ଫଳାଫଳ ପ୍ରକାଶିତ

masiha

ଫ୍ୟୁଚର ଓଡ଼ିଶା ପଵ୍ଳିକ୍ ସ୍କୁଲ ତରଫରୁ ସପ୍ତାହଵ୍ଯାପୀ ଗ୍ରୀଷ୍ମ ଅଭ୍ୟାସ କ୍ଯାମ୍ପ

Leave a Comment

error: Content is protected !!