ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳସଯାତ୍ରା ସହ ଖପରାମାଲ ରେ ଅଷ୍ଟ ପ୍ରହର ନାମଯଜ୍ଞ ଆରମ୍ଭ

କୋକସରା,୮/୫- (ମ ନି ସ)    କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୂଷାପାଲି ପଞ୍ଚାୟତ ଖପରାମାଲ ଠାରେ ରବିବାର ଠାରୁ ଅଷ୍ଟ ପ୍ରହର ନାମଯଜ୍ଞ ପାଇଁ କଳସଯାତ୍ରା ସହ ଅଧିବାସ ଅନୁଷ୍ଠିତ ହୋଇଯାଇଛି। ସୋମବାର ସକାଳ ରୁ ନାମ ସଂକୀର୍ତ୍ତନ ଆରମ୍ଭ ହୋଇ ମଙ୍ଗଳବାର ସକାଳ ରେ ଶେଷ ହେବା କାର୍ଯ୍ୟକ୍ରମ ରହିଛି । ମୋହିତ କୁମାର ରାଉତ ସପତ୍ନୀକ ପୂଜାକର୍ତ୍ତା ଭାବେ ପୁଜାପାଠ କାର୍ଯ୍ୟ ତୁଲାଇବେ। ଖପରାମାଲ ଗ୍ରାମ୍ୟ କମିଟି ପକ୍ଷରୁ ପ୍ରହରୀ କମିଟି ସଭାପତି ସଦାନନ୍ଦ ରାଉତ, ସମ୍ପାଦକ ଅଗସ୍ତି ପୁଝାରି, କୋଷାଧ୍ୟକ୍ଷ କୌଶିକ ବାଗ, ସୁରେନ୍ଦ୍ର ବାଗ, ଚିତ୍ତ ଛାତ୍ରିଆ, ଚିତ୍ର ମଶ୍ରା, ଅଶେ ରାଉତ, କାହ୍ନୁ ରାଉତ, ଛବିଲ ରାଉତ, ଯୁବରାଜ ଛାତ୍ରିଆ, ଗଣେଶ ରାଉତ ପ୍ରମୁଖ ଓ ଗ୍ରାମବାସୀ ମାନେ ଅଷ୍ଟ ପ୍ରହର ନାମଯଜ୍ଞ ପରିଚାଳନା ପାଇଁ ସହଯୋଗ କରୁଥିବା ଜଣାପଡିଛି।

Related posts

ଶେଷବର୍ଷ ଛାତ୍ରଛାତ୍ରୀଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ଓଡ଼ିଶା ପର୍ଯ୍ୟଟନ ରୁ ଲୋପ ପାଇବାକୁ ବସିଛି ବ୍ରାହ୍ମଣୀ ନଦୀ ଗର୍ଭସ୍ଥ ଅନନ୍ତ ଶୟନ ମୂର୍ତ୍ତୀ

କିସ୍ ଶିକ୍ଷାନୁଷ୍ଠାନକୁ ଜାତିସଂଘର ସର୍ବଶ୍ରେଷ୍ଠ ସାକ୍ଷରତା ପୁରସ୍କାର: ଉତ୍ସବ ପାଳିଲେ ଆଦିବାସୀ

Sunil Chandra Nayak

Leave a Comment

error: Content is protected !!