ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏଲିମେଣ୍ଟାରୀ ଟିଚର ଏଜୁକେସନ ଇନଷ୍ଟିଚ୍ୟୁଟରେ ଆଲୋଚନା ଚକ୍ର ଅନୁଷ୍ଠିତ 

ଏଲିମେଣ୍ଟାରୀ ଟିଚର ଏଜୁକେସନ ଇନଷ୍ଟିଚ୍ୟୁଟରେ ଆଲୋଚନା ଚକ୍ର ଅନୁଷ୍ଠିତ 

କଟକ : ଏଲିମେଣ୍ଟାରୀ ଟିଚର ଏଜୁକେସନ ଇନଷ୍ଟିଚ୍ୟୁଟ କଟକ ଠାରେ ସୁପ୍ରତିଭା ଅନୁଷ୍ଠାନ ପକ୍ଷରୁ “ଭାରତୀୟ ସ୍ଵାଧୀନତା ଆନ୍ଦୋଳନରେ ମୁସଲିମ ସ୍ଵାଧୀନତା ସେନାନୀ ମାନଙ୍କ ଅବଦାନ” ଶୀର୍ଷକ ତର୍କ ପ୍ରତିଯୋଗୀତା ଅନୁଷ୍ଠିତ ହୋଇ ଯାଇଛି । ଇନଷ୍ଟିଚ୍ୟୁଟ ଅଧ୍ୟକ୍ଷା ତନୁଜା ଦାଶଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସୁପ୍ରତିଭାର ସଂପାଦକ ଡକ୍ଟର ବିକାଶ ମହାପାତ୍ର ସ୍ବାଗତ ଭାଷଣ ଦେଇଥିଲେ । ମୂଖ୍ୟ ଅତିଥି ଭାବେ ରାଧାନାଥ ଇନଷ୍ଟିଚ୍ୟୁଟ ଅଫ୍ ଆଡଭାନସ୍ ଷ୍ଟଡିଜ୍ ଇନ୍ ଏଜୁକେସନର ପ୍ରଫେସର୍ ଡକ୍ଟର ସୌଦାମିନୀ ଚୌଧୁରୀ,ସୁଦର୍ଶନ ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ସୁବକ୍ତା ମହାନ୍ ଶିକ୍ଷାବିତ୍ ପ୍ରଫେସର୍ ଡକ୍ଟର କଲିମୁଲ୍ଲା ପ୍ରମୁଖ ଯୋଗଦାନ କରି ଏହି କାର୍ଯ୍ୟକ୍ରମର ବାସ୍ତବତା ତଥା ଏହା ଜାତୀୟ ଏକତା,ସାଂପ୍ରତିକ ସମ୍ମାନ, ଭାରତୀୟ ବହୁବାଦୀ ସ୍ଵାଧୀନତା ସଂଗ୍ରାମ ସଂପର୍କରେ ବିଦ୍ୟାର୍ଥୀଙ୍କ ଜ୍ଞାନ ବୃଦ୍ଧି,ଧର୍ମ ନିରପେକ୍ଷତା,ଭାରତୀୟ ସମ୍ବିଧାନର ମୂଳ ମୂଲ୍ୟବୋଧ ପ୍ରତି ନୂଆ ସଂକଳ୍ପ ଉପରେ ଆଲୋକପାତ କରିଥିଲେ । ବିଚାରକ ଭାବେ ସୁପ୍ରତିଭାର ଅଧ୍ୟକ୍ଷ ରାଜକିଶୋର ପଣ୍ଡା,ବରିଷ୍ଠ ଶିକ୍ଷାବିତ୍ ମହମ୍ମଦ ଆଫଜଲ ପରୱେଜ୍,ମହମ୍ମଦ ଆଜିମ୍ ଅଖତାର ପ୍ରମୁଖ ଯୋଗଦାନ କରିଥିଲେ । ତର୍କ ପ୍ରତିଯୋଗୀତାତାରେ ମହମ୍ମଦ ସାହିଦ୍ ଖାନ୍,ଶେଖ୍ ମୋଜ୍ଜିକର ହାସନ୍,ସାହେଲା ତର୍ନୁମ ଯଥାକ୍ରମେ ପ୍ରଥମ,ଦ୍ଵିତୀୟ ଓ ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ । ଶଶିକାନ୍ତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଶୈବପୀଠ ମାନଙ୍କରେ ମହା ଶିବରାତ୍ରି ପାଇଁ ପ୍ରବଳ ଶ୍ରଦ୍ଧାଳୁ ମାନଙ୍କ ଭିଡ

masiha

ତେନ୍ତୁଳିଖୁଣ୍ଟି ବ୍ଲକ ଲାକଡି ପାଲ୍ଲା ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ର ବାର୍ଷିକ ଉତ୍ସବ

masiha

ଉମରକୋଟ ଭାରତୀ କଳା ନିକେତନ ସପ୍ତଦଶ ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!