ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୨୦୦୫ ମସିହା ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କ ପରିବାର ର ବନ୍ଧୁ ମିଳନ ଏବଂ ଆଲୋଚନା ଚକ୍ର

୨୦୦୫ ମସିହା ଦଶମ ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କ ପରିବାର ର ବନ୍ଧୁ ମିଳନ ଏବଂ ଆଲୋଚନା ଚକ୍ର ।

ଜୁନାଗଡ଼ (ମ ନି ସ):କଳହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ମାନଝରୀ ପଞ୍ଚାୟତ ଉଚ୍ଚବିଦ୍ୟାଳୟର ୨୦୦୫ ମାଟ୍ରିକ ବ୍ୟାଚ ର ଛାତ୍ର ଛାତ୍ରୀ ମାନଙ୍କ ବନ୍ଧୁ ମିଳନ କାର୍ଯ୍ୟ କର୍ମ ଫୁଲରିଝରନ ବୁଲାବୁଲି କରି ରାବଣଦରୋ ଠାରେ ଅନୁଷ୍ଠିତ ହୋଇଯାଇଛି । ଦୀର୍ଘ ୨୦ ବର୍ଷ ଅତିକ୍ରମ କରିଥିବାରୁ ପରସ୍ପର ମଧ୍ୟରେ ଭାବ ବିନିମୟ ମାଧ୍ୟମରେ ଦୁଃଖସୁଖ ବାର୍ତ୍ତା ଆଦାନପ୍ରଦାନ କରିବା ସହିତ କେକ୍ କାଟି ଉତ୍ସବ ମନେଇ ଥିଲେ । ଜୀବନ ର ଚଳାପଥ ରେ ଜଞ୍ଜାଳମୟ ଜୀବନରେ ସମସ୍ତେ ବ୍ୟସ୍ତ ଥିବା ବେଳେ ଦୀର୍ଘ ୨୦ ବର୍ଷ ପରେ ବନ୍ଧୁ ମେଳ ପରିବାର ସହିତ ଏକାଠି ହେବା ଆମ ସୌଭାଗ୍ୟ ର କଥା ବୋଲି ମତ ପ୍ରକାଶ କରି ପରସ୍ପର ମଧ୍ୟରେ ଆଲିଙ୍ଗନ ହୋଇଥିଲେ । ଦିନେଶ ପାନକା ଙ୍କ ତତ୍ତ୍ଵାବଧାନ ଜଗତରାମ ସାହୁ ,ଦିବାରାଣୀ ସାହୁ ,ପଦ୍ମାବନ୍ତ ସାହୁ ,ସୁକାନ୍ତୀ ଅଘ୍ରିଆ ,ଗୌରୀ ମାଝୀ,ଭୀଷ୍ମ ଭାଟି,ରଞ୍ଜିତା ସାହୁ ,ଭୋଲେ ଅଘ୍ରିଆ ,ବେଣୁଧର ସାହୁ ,ସନନ୍ତ ନାୟକ ,ମଣିରାମ ମହାନନ୍ଦ ,ମିନିକେତନ ଅଘ୍ରିଆ ,ସାନ୍ତୋଶ ନାୟକ ,ସୂର୍ଯ୍ୟକାନ୍ତି ମହାନନ୍ଦ ,ପ୍ରେମସିଲା ପୁଟେଲ୍ ,ତସିଲ୍ ସୁନାନି ,ସୁଧୀର ବାଗ୍ ସମସ୍ତେ ଆନନ୍ଦ ମନରେ ନିଜର ଛାତ୍ର ଜୀବନର ସ୍ମୃତି ଗୁଡିକୁ ମନେ ପକେଇବା ସହ ସମ୍ପର୍କ କୁ ସୁଦୃଢ଼ ରଖିବା ସହ ଜୀବନ ର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ସ୍ନେହ ,ପ୍ରେମ ,ବନ୍ଧୁତ୍ୱ ରହିବ ବୋଲି ସଂକଳ୍ପ ନେଇ ଥିଲେ ଓ ଶେଷରେ ଭୋଜନ କରିବାପରେ ନାଚ ଗୀତ କରି ଦିନଟିକୁ ମଉଜ ରେ ଅତିବାହିତ କରିଥିଲେ ।

Related posts

ନର୍ଲାରେ ସ୍ୱାଧିନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ଲଗାଣ ବର୍ଷା ରେ ଭୁଶୁଡ଼ିଲା କୁସୁମା ଗୌଡ଼ ଙ୍କ ଘର

masiha

ଜିଲ୍ଲାସଦର ମହକୁମାରେ ନବନିର୍ମିତ ଟାଉନ୍ ଥାନା ଗୃହ ଆଭାସୀ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଙ୍କ ଦ୍ଵାର ଉଦଘାଟିତ

masiha

Leave a Comment

error: Content is protected !!