ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜ୍ୟସ୍ତରୀୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାବୁଗାଁରୁ ୪୮ ଜଣ ସମ୍ପ୍ରଦାୟ ସହାୟକ କର୍ମଚାରୀ ଙ୍କ ଭୁବନେଶ୍ଵର ଗସ୍ତ 

ରାଜ୍ୟସ୍ତରୀୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ଡାବୁଗାଁରୁ ୪୮ ଜଣ ସମ୍ପ୍ରଦାୟ ସହାୟକ କର୍ମଚାରୀ ଙ୍କ ଭୁବନେଶ୍ଵର ଗସ୍ତ 

ଡାବୁଗାଁ, ୨୯/୧ (ମ.ନି.ସ.)- ରାଜ୍ୟ ମିଶନ ଶକ୍ତି ବିଭାଗ ରାଜ୍ୟସ୍ତରୀୟ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗଦେବାକୁ ନବରଙ୍ଗପୁର ଜିଲା ଡାବୁଗାଁ ଓ ପାପଡାହାଣ୍ଡି ବ୍ଲକ ର ୪୮ ସମ୍ପ୍ରଦାୟ ସହାୟକ କର୍ମଚାରୀ ଗୁରୁବାର ସନ୍ଧ୍ୟାରେ ଭୁବନେଶ୍ଵର ଗସ୍ତ କରିଛନ୍ତି | ଶୁକ୍ରବାର ଉକ୍ତ କର୍ମୀ ମାନେ କ୍ଷମତା ନିର୍ମାଣ କାର୍ଯ୍ୟକ୍ରମରେ ଯୋଗ ଦେବେ | ଡାବୁଗାଁ ବ୍ଲକରୁ ୨୬ ଜଣ ଓ ପାପଡାହାଣ୍ଡି ବ୍ଲକ ର ୨୪ ଜଣ ସମ୍ପ୍ରଦାୟ ସହାୟକ କର୍ମଚାରୀ ଗସ୍ତ କରିଛନ୍ତି | ଏଥିରେ ସହାୟକ ଅଧିକାରୀ ଭାବେ ଡାବୁଗାଁ ବ୍ଲକ ବିପିଏମ ଦୀପ୍ତି କିଶୋର ନାୟକ, ପାପଡାହାଣ୍ଡି ବ୍ଲକ ବିପିଏମ ସୁଦାନ ଗାଶୁ ଓ ଡାବୁଗାଁ ବ୍ଲକ ବିପିଏ ନବୀନ ଭତ୍ରା ପ୍ରମୁଖ ଗସ୍ତ କରିଛନ୍ତି | ଏହି ଗସ୍ତ ସମୟରେ ବ୍ଲକ ଅଧ୍ୟକ୍ଷା ବୀଣା ମାଝି, ବ୍ଲକ ବିଜେଡି ସଭାପତି ସୁରେନ୍ଦ୍ର କୁମାର ମିଶ୍ର, ଦକ୍ଷତା ବ୍ଲକ ସହଭାଗୀ ମୋନାଲ ପରିଡା ପ୍ରମୁଖ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ଆଦର୍ଶ ପାଠାଗାରର ମାସିକ ସାହିତ୍ୟ ଆସର …

Sunil Chandra Nayak

ଏସ୍ ଏସ୍ ଆର୍ ଭି ଏମ୍ ଇସ୍ପାତ ବିଦ୍ୟାଳୟ ର ଏନ୍ ଆଇ ଟି ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ 

Sunil Chandra Nayak

ଖଲ୍ଲିକୋଟ ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଡ଼ଃ ରାଧାକାନ୍ତ ନାୟକଙ୍କୁ ଅସୋସିଏଟେ ପ୍ରଫେସର ଭାବେ ପଦୋନ୍ନତି 

masiha

Leave a Comment

error: Content is protected !!