ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରିୟବ୍ରତ ଦେହୁରୀ ଙ୍କ କବିତା ମା ପରି କିଏ ହେବ

ମା ପରି କିଏ ହେବ

 

ମାଆ ପରି କିଏ ହେବ

ବୁଲି ଆସିଲେ ସେ

ପଣତ କାନିରେ ଝାଳ ସବୁ ପୋଛି

ଖାଇଛୁ କି ନାହିଁ ପଚାରିଦେବ।

 

ମାଆ ପରି କିଏ ହେବ

ସ୍ନେହ ମମତାର

ଅତୁଟ ବନ୍ଧନରେ ବାନ୍ଧି

ଆଉ ଦିଟା ଖାଇ ଦେ ବୋଲି କହୁଥିବ।

 

ମାଆ ପରି କିଏ ହେବ

ଠାକୁର ପାଖରେ

ଶ୍ରୀ ଫଳ ବସାଇ ଫୁଲକୁ

ଚଢାଇ ମାନସିକ କରୁଥିବ।

 

ମାଆ ପରି କିଏ ହେବ

ମନ ଦୁଃଖ ଥିଲେ

ବାରମ୍ବାର ଆସି କାମ ବାହାନାରେ

ଦେଖି ମୋତେ ସାହସ ଦେଉଥିବ।

 

ମାଆ ପରି କିଏ ହେବ

ପ୍ରେମର ଅତୁଟ

ବନ୍ଧନରେ ବାନ୍ଧି ନିଜେ ନ

ଖାଇ ପିଲା ପାଇଁ ରଖିଥିବ।

ପ୍ରିୟବ୍ରତ ଦେହୁରୀ

ଢେଙ୍କାନାଳ

Related posts

କଳାହାଣ୍ଡି ଜିଲ୍ଲା ପ୍ରଶାସନ ଦ୍ବାରା ପୋଷ୍ୟ ସନ୍ତାନ ପାଳନ ସମ୍ପର୍କିତ ରଥର ଶୁଭାରମ୍ଭ 

Sunil Chandra Nayak

ରାଜ୍ୟ ପୁରସ୍କାର ପ୍ରାପ୍ତ ସ୍କାଉଟ ଓ ଗାଇଡ ଙ୍କୁ ସମ୍ବର୍ଦ୍ଧନା

Sunil Chandra Nayak

ନର୍ମଦା ନାୟକ ଙ୍କ କବିତା ଜୀବନ ନଈ

Sunil Chandra Nayak

Leave a Comment

error: Content is protected !!