ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ପ୍ରିୟବ୍ରତ ଦେହୁରୀ ଙ୍କ କବିତା ମା ପରି କିଏ ହେବ

ମା ପରି କିଏ ହେବ

 

ମାଆ ପରି କିଏ ହେବ

ବୁଲି ଆସିଲେ ସେ

ପଣତ କାନିରେ ଝାଳ ସବୁ ପୋଛି

ଖାଇଛୁ କି ନାହିଁ ପଚାରିଦେବ।

 

ମାଆ ପରି କିଏ ହେବ

ସ୍ନେହ ମମତାର

ଅତୁଟ ବନ୍ଧନରେ ବାନ୍ଧି

ଆଉ ଦିଟା ଖାଇ ଦେ ବୋଲି କହୁଥିବ।

 

ମାଆ ପରି କିଏ ହେବ

ଠାକୁର ପାଖରେ

ଶ୍ରୀ ଫଳ ବସାଇ ଫୁଲକୁ

ଚଢାଇ ମାନସିକ କରୁଥିବ।

 

ମାଆ ପରି କିଏ ହେବ

ମନ ଦୁଃଖ ଥିଲେ

ବାରମ୍ବାର ଆସି କାମ ବାହାନାରେ

ଦେଖି ମୋତେ ସାହସ ଦେଉଥିବ।

 

ମାଆ ପରି କିଏ ହେବ

ପ୍ରେମର ଅତୁଟ

ବନ୍ଧନରେ ବାନ୍ଧି ନିଜେ ନ

ଖାଇ ପିଲା ପାଇଁ ରଖିଥିବ।

ପ୍ରିୟବ୍ରତ ଦେହୁରୀ

ଢେଙ୍କାନାଳ

Related posts

ସଡକ ସୁରକ୍ଷା କୁ ନେଇ ଆମପାଣି ଠାରେ ରକ୍ଷକ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

ସମସ୍ୟାରେ ଜର୍ଜରିତ ଦକ୍ଷିଣ ରାଉରକେଲା , କର୍ତ୍ତୃପକ୍ଷଙ୍କ ଦୃଷ୍ଟି ପଡୁ

Sunil Chandra Nayak

କେସିଙ୍ଗା ଏନଏସି ଅଧ୍ୟକ୍ଷ ଭାବେ ବିଜେଡିର ନୃପରାଜ ଯାଦବ ବିଜୟୀ

Sunil Chandra Nayak

Leave a Comment

error: Content is protected !!